ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟରେ ବିଜ୍ଞାନ କର୍ମଶାଳା

0 94

ବୌଦ୍ଧ,୨୩/୧୨- ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗ ସହଯୋଗରେ ଭାରତ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ଏବଂ ଗଣପତି ସାବତ ପାଉଣ୍ଡେସନ ଆନୁକୂଲ୍ୟରେ ଏକ ବିଜ୍ଞାନ କର୍ମଶାଳା ଆୟୋଜିତ ହୋଇଯାଇଛି । ଗତ ୨୧ ତାରିଖରୁ ଆଜି ପର୍ଯ୍ୟନ୍ତ ଅନୁଷ୍ଠିତ ଏହି କର୍ମଶାଳାରେ ଔଷଧୀୟ ଉଦ୍ୟାନ ନିର୍ମାଣ, ବୃକ୍ଷ ଚିହ୍ନଟ, ଜିଆଖତ ତିଆରି ସହିତ ବିଭିନ୍ନ ଲୋକକଳା ମାଧ୍ୟମରେ ବିଜ୍ଞାନ କିପରି ଗ୍ରାମାଞ୍ଚଳ ଲୋକମାନଙ୍କ ପାଖରେ ପହଞ୍ଚିପାରିବ ସେ ଉପରେ ଆଲୋଚନା କରାଯାଇଥିଲା ।

ଆଜି ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବୌଦ୍ଧ ବନଖଣ୍ଡ ଅଧିକାରୀ ଦେବପ୍ରିୟ କଂପ ଯୋଗଦାନକରି ଜୈବ ବିଭିଦତାର ସୁରକ୍ଷା ଉପରେ ଆଲୋଚନା କରିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ବେହେରା ଏହି କର୍ମଶାଳାରେ ସଭାପତିତ୍ୱ କରି ପଦାର୍ଥ ବିଜ୍ଞାନର ବିଭିନ୍ନ ଦିଗ ଉପରେ ଆଲୋଚନା କରି ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଇଥିଲେ । ମୁଖ୍ୟବକ୍ତା ତଥା ମୁଖ୍ୟ ପୃଷ୍ଠପୋଷକ ଭାବେ ଭାରତର ବିଶିଷ୍ଟ ବୈଜ୍ଞାନିକ ତଥା ସାବତ ଫାଉଣ୍ଡେସନର ପ୍ରତିଷ୍ଠାତା ଡ. ବିନୋଦ ଚନ୍ଦ୍ର ସାବତ ଯୋଗଦାନକରି ବିଜ୍ଞାନର ବିଭିନ୍ନ ଉପାଦେୟତା ଉପରେ ବିସ୍ତୃତ ଆଲୋଚନା କରିବାସହ ପ୍ଲାଷ୍ଟିକ ପ୍ରଦୂଷଣ, କଠିନ ବର୍ଜ୍ୟବସ୍ତୁ ପରିଚାଳନା, ବାୟୁ ପ୍ରଦୂଷଣ ଇତ୍ୟାଦି ସାଂପ୍ରତିକ ସଙ୍କଟ ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିଲେ ।

hiring

କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଉଦ୍ଭିଦ ବିଜ୍ଞାନର ବିଭାଗୀୟ ମୁଖ୍ୟ ଅଧ୍ୟାପକ ପ୍ରବୀର କୁମାର ଦାସ । ଏହି ଅବସରରେ ବିଭିନ୍ନ ଲୋକକଳା ମାଧ୍ୟମରେ ବିଜ୍ଞାନକୁ କିପରି ସାଧାରଣ ଜନତା ପାଖରେ ପହଞ୍ଚାଇପାରିବ ସେ ବିଷୟରେ କାର୍ଯ୍ୟକ୍ରମ କରାଯାଇଥିଲା । କଣ୍ଢେଇ କଳା ମାଧ୍ୟମରେ ବିଜ୍ଞାନର ସଚେତନତା ସୃଷ୍ଟି କରିବାପାଇଁ ସରସରା ଉଚ୍ଚପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ବସନ୍ତ କୁମାର ସାହୁ ବିଭିନ୍ନ କୌଶଳ ଶିଖାଇଥିଲେ । ପାଲା ମାଧ୍ୟମରେ ବିଜ୍ଞାନ ସଚେତନତା ସୃଷ୍ଟି କରିଥିଲେ ସାଂପୋଚ ଗ୍ରାମର ପାଲାଗୁରୁ ଚିତ୍ତରଞ୍ଜନ କର୍ଣ୍ଣ ।

ଏହି କର୍ମଶାଳାରେ ଯୋଗୀନ୍ଦ୍ରଦେବ ଉଚ୍ଚ ବିଦ୍ୟାଳୟ, ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଏବଂ ସରସରା ପ୍ରାଥମିକ ବିଦ୍ୟାଳୟର ୫୦ଜଣ ଛାତ୍ରଛାତ୍ରୀଙ୍କ ସହ ପଞ୍ଚାୟତ ମହାବିଦ୍ୟାଳୟର ୧୦୦ ଜଣ ଛାତ୍ରଛାତ୍ରୀ ଓ ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକାମାନେ ଯୋଗଦାନ କରି ସକ୍ରିୟ ଅଂଶଗ୍ରହଣ କରିଥିଲେ । ଉଦ୍ଭିଦ ବିଜ୍ଞାନର ଅଧ୍ୟାପିକା ଅମ୍ରିତା କୁମାରୀ ମହାପାତ୍ର, ରସାୟନ ବିଭାଗର ରୋସନ ତ୍ରିପାଠୀ ସହଯୋଗ କରିଥିଲେ । ଶେଷରେ ପୃଥିବୀର ବୃହତ୍ତମ ରାକ୍ଷୀ ତିଆରି କରି ଗଛରେ ବାନ୍ଧି ବିଶ୍ୱରେକର୍ଡ କରିଥିବା ସମସ୍ତ ସହ ଯୋଗୀମାନଙ୍କୁ ମାନପତ୍ର ଏବଂ ମେଡାଲ ପ୍ରଦାନକରି ଅତିଥି ମାନଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା । ସମସ୍ତ ଅଂଶଗ୍ରହଣକାରୀମାନଙ୍କୁ ଭାରତ ସରକାରଙ୍କ ଦ୍ୱାରା ପ୍ରଦତ୍ତ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

five + twenty =