ଗେର୍ଡାରେ ଆଦିବାସୀ ମହାସଭା

0 126

ପାଟଣାଗଡ଼ : ପାଟଣାଗଡ଼ ବ୍ଳକ ଗେର୍ଡା ପଞ୍ଚାୟତ ଗେର୍ଡା ଗ୍ରାମର ଆମ୍ବ ବଗିଚା ଠାରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ଏକ ଆଦିବାସୀ ମହାସଭା ଅନୁଷ୍ଠିୟତ ହୋଇଯାଇଛି । କିର୍ତ୍ତିଚନ୍ଦ୍ର ଧରୁଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମହାସଭାରେ ପଶ୍ଚିମ ଓଡ଼ିଶା ଆଦିବାସୀ କଲ୍ୟାଣ ମହାସଂଘର ମହାସଚିବ ନିରଞ୍ଜନ ବିଶି ମୁଖ୍ୟ ଅତିଥି, ପାଟଣାଗଡ଼ ବ୍ଳକ ସଂପାଦକ ସାରଥୀ ବାଗ, ଯୁଗ୍ମ ସଂପାଦକ ଗିରିଧାରୀ ଭୋଇ, ଦ୍ରୋଣ ବରିହା, ଗୈାର ବରିହା, ନିମାଇଁ ଚରଣ ବରିହା, ଶିବ ଧରୁଆ, ବିନୋଦ ବରିହା, ସୁରେନ୍ଦ୍ର ବରିହା, ମାନୁ ବରିହା, ଦେବରାଜ ବରିହା, ବୁଧୁ ବରିହାଙ୍କ ସମେତ ୪୦ ଜଣିଆ କମିଟି ସଦସ୍ୟ ମଞ୍ଚାସିନ ଥିଲେ ।

ସଭାରେ ନକଲି ଆଦିବାସୀ ହଟାଓ ଆନ୍ଦୋଳନ, ଜମି ମୁକ୍ତି ଆନ୍ଦୋଳନ, ସଂସ୍କୃତି ଧାର୍ମିକ ବିଶ୍ୱାସ, ଦେବାଦେବୀ ପୀଠର ସୁରକ୍ଷା, ଉଚ୍ଚ଼ ଶିକ୍ଷା, ଗୁଣାତ୍ମକ ଶିକ୍ଷା, ବୈଷୟିକ ଶିକ୍ଷାରେ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଶିକ୍ଷାଦାନ ବ୍ୟବସ୍ଥା, ଅନଲାଇନ୍‌ ପାଠ ପଢ଼ାରେ ଆଦିବାସୀ ଛାତ୍ରଛାତ୍ରୀ ମାନଙ୍କୁ ମାଗଣା ମୋବାଇଲ ବଣ୍ଟନ, ଇଣ୍ଟରନେଟ ବ୍ୟବସ୍ଥା ,ଏଟ୍ରୋସିଟି ମାମଲାରେ ଦୋଷୀମାନଙ୍କୁ ଗିରଫ କରିବା, ଆଦିବାସୀ ସଂରକ୍ଷଣ ଆସନରେ ସରପଞ୍ଚ , ସମିତି ସଭ୍ୟ, ୱ ।ଡମେମ୍ବର ପଦବୀ ଚୟନ ପ୍ରକିୟାରେ ପୁରଣ କରିବା, ଜଙ୍ଗଲ ଜମି ଅଧିକାର ଆଇନ ଅନୁସାରେ ତୁରନ୍ତ ପଟ୍ଟା ପ୍ରଦାନ କରିବା, ଆଦିବାସୀ ମାନଙ୍କ ମଧ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ନିଜ ନିଜ ମଧ୍ୟରେ ଲଢେ଼ଇ ନ କରିବା ପାଇଁ ପ୍ରସ୍ତାବ ଗୃହୀତ କରାଯାଇଥିଲା ।

hiring

ଆଦିବାସୀମାନଙ୍କ ସାମାଜିକ, ସାଂସ୍କୃତିକ, ଅର୍ଥନୈତିକ, ରାଜନୈତିକ, ଶିକ୍ଷା ଦିକ୍ଷା ର ଭିତ୍ତିଭୂମି ମଜଭୁତ କରିବା ପାଇଁ ମାଲିସ୍‌ ବିହୀନ ସଂଗ୍ରାମ କରିବା ପାଇଁ ଆଦିବାସୀମାନେ ସଂକଳ୍ପ ନେଇଥିଲେ । ପରେ ସଂଘର ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା । ସଭାପତି ଭାବେ ଶିବ ଧରୁଆ, ଉପସଭାପତି ବୁଦ୍ଧଦେବ ବରିହା, ସଂପାଦକ ରଞ୍ଜିତ ବରିହା, ସହସମ୍ପାଦକ ମୁରଲି ବରିହା, କୋଷାଧ୍ୟକ୍ଷ ଉଦ୍ଧବ ବରିହା, ସଂଯୋଜକ କେଶବ ବରିହା, ଯୁଗ୍ମ ସଂପାଦକ ଦ୍ରୋଣ ବରିହା , ଉପଦେଷ୍ଟା କମିଟିର ସଦସ୍ୟ ମାନୁ ବରିହା, ସତ୍ୟନାରାୟଣ ବରିହା, ଘନଶ୍ୟାମ ବରିହା,ରାମ ବରିହା, ଚନ୍ଦ୍ରମଣି ବରିହା, ସଦସ୍ୟ ଦୁଃଖ ରାଏ, ଜୟଦେବ ରାୟ, ସନ୍ତୋଷ ବରିହା, ଉମେଶ ବରିହା ପ୍ରମୁଖଙ୍କୁ ମନୋନୀତ କରାଯାଇଥିଲା ।

ତୁଲା ବରିହା, ସୁମିତ୍ରା ରାଏ, ଲୁଚନା ବରିହା, ଭାରତୀ ବରିହା, ଜୟଦେବ ବରିହା, ମମିତା ବରିହା, ରମେଶ ଭୋଇ, ରମେଶ ମାଝି ପ୍ରମୁଖ ସହଯୋଗ କରିଥିବା ବେଳେ ଶତାଧିକ ଆଦିବାସୀ ମହିଳା ପୁରୁଷ ଯୋଗଦେଇ ଥିବା ବେଳେ ଯୁଗ୍ମ ସଂପାଦକ ଗିରିଧାରୀ ଭୋଇ ସଭାପରିଚଲନା କରିଥିବା ବେଳେ ରଞ୍ଜିତ ବରିହା ଧନ୍ୟବାଦ ଅର୍ପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

four × four =