ବୌଦ୍ଧ ବ୍ଳକ ସ୍ତରୀୟ ଫୁଟବଲ ପ୍ରତିଯୋଗିତା ଉଦଯାପିତ: ସାହାଜପାଲ ଚମ୍ପିୟାନ

0 101

ଜହ୍ନାପଙ୍କ : ବୌଦ୍ଧ ବ୍ଳକ ଅନ୍ତର୍ଗତ ମୁଣ୍ଡାପଡା ଖେଳ ପଡ଼ିଆରେ ଗତ ୧୮ ତାରିଖରୁ ଚାଲିଥିବା ବୌଦ୍ଧ ବ୍ଳକ ସ୍ତରୀୟ ଫୁଟବଲ ପ୍ରତିଯୋଗିତା ଆଜି ଫାଇନାଲ ଖେଳ ସହ ଉଦଯାପିତ ହୋଇଯାଇଛି । ଫାଇନାଲ ଖେଳ ଗିରାସିଙ୍ଗା ଓ ସାହାଜପାଲ ମଧ୍ୟରେ ହୋଇଥିଲା । ନିର୍ଦ୍ଧାରିତ ସମୟ ମଧ୍ୟରେ କେହି କାହାକୁ ଗୋଲ ଦେଇ ନାପାରିବାରୁ ଟ୍ରାଇବେକର ଦ୍ୱାରା ସାହାଜପାଲ ୨ -୦ ଗୋଲରେ ବିଜୟୀ ହୋଇ ଚମ୍ପିୟାନ ହୋଇଥିଲା । ଆଜିର ମ୍ୟାଚକୁ ଅମ୍ବରିସ ପ୍ରଧାନ ଓ ବେଦବ୍ୟାସ ମେହେର ପରିଚାଳନା କରିଥିବା ବେଳେ ତାପସ ଭୋକ୍ତା ଓ ନିରଞ୍ଜନ ବଗର୍ତ୍ତି ଲାଇନରେ ସହଯୋଗ କରିଥିଲେ ।

hiring

ବଳରାମ ଶତପଥି ଓ ବସୁଦ ସାହୁ ଧାରାବିବରଣୀ ପ୍ରଦାନ କରିଥିଲେ ।
ଏହି ଉପଲକ୍ଷେ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଡିଓ ଦେବୀ ପ୍ରସାଦ ଦାସ, ବୌଦ୍ଧ ବ୍ଳକ ଉପାଧ୍ୟକ୍ଷ ମନରଞ୍ଜନ ପୁରୋହିତ, ଭୈରବୀ କଲେଜର ଇତିହାସ ଅଧ୍ୟାପକ ସୁରେଶ୍ୱର ଯୋଶୀ, ମୁଣ୍ଡାପଡା ସରପଞ୍ଚ ବିଦ୍ୟାଧର ସ୍ୱାଇଁ,ପିଇଓ ଗୌରୀ ପ୍ରଧାନ, ବ୍ରାହ୍ମଣୀପାଲି ସମିତି ସଭ୍ୟ ସୁମନ୍ତ ସାହୁ, ସେଚ୍ଛାସେବୀ ସୁମନ୍ତ ନାଏକ ଯୋଗଦେଇ ଉପ ବିଜେତା ଗିରାସିଙ୍ଗା ଦଳକୁ ଟ୍ରଫି ସହ ୪୪୪୪ ଟଙ୍କା ଓ ଚମ୍ପିୟାନ ସାହାଜପାଲ ଦଳକୁ ଟ୍ରଫି ସହ ୫୫୫୫ ଟଙ୍କା ଦେଇ ପୁରସ୍କୃତ କରିଥିଲେ । ମୁଣ୍ଡାପଡା ପଂଚାୟତ ଓ ଫ୍ରେଣ୍ଡସ କ୍ଳବ ସହଯୋଗରେ ଏହି ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।

hiranchal ad1
Leave A Reply

Your email address will not be published.

two × 3 =