ଆଖି ବୁଜିଲେ ପୂର୍ବତନ ମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକ

0 136

ଭୁବନେଶ୍ୱର: ପୂର୍ବତନ ଅର୍ଥମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକଙ୍କର ଶୁକ୍ରବାର ପରଲୋକ ହୋଇଯାଇଛି । ଆଜି ସକାଳ ୯ଟା ୩୦ ରେ ଭୁବନେଶ୍ୱରରେ ତାଙ୍କର ପରଲୋକ ହୋଇଥିବା ସୂଚନା ମିଳିଛି । ଏନେଇ ତାଙ୍କ ଝିଅ ଅନୀତା ଶୁଭଦର୍ଶିନୀ ସୂଚନା ଦେଇଛନ୍ତି । ସୂଚନା ଯେ, ସେ ଆଜି ଘରେ ପଡ଼ିଯାଇଥିଲେ ଓ ସେଠାରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ସେ ଗଞ୍ଜାମ କୋଦଳା ନିର୍ବାଚନ ମଣ୍ଡଳୀରୁ ୪ଥର ନିର୍ବାଚିତ ହୋଇଥିଲେ । ଜନତା ପାର୍ଟି, ଜନତା ଦଳ ଓ ବିଜେଡ଼ି ଟିକେଟରେ ନିର୍ବାଚନ ଜିତିଥିଲେ ରାମକୃଷ୍ଣ । ଏକାଧିକ ବିଭାଗର ମନ୍ତ୍ରୀ ଭାବରେ ସେ ଦାୟିତ୍ୱ ତୁଲାଇଥିଲେ । ଅର୍ଥ, କୃଷି, ଗ୍ରାମ୍ୟ ଉନ୍ନୟନ୍ ପରି ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଥିଲେ । ବିଧାନସଭାରେ ବିରୋଧୀ ଦଳ ନେତା ଭାବରେ ଦାୟିତ୍ୱ ତୁଲାଇଥିଲେ । ଗଞ୍ଜାମ ଜିଲ୍ଲାର ସବୁଠାରୁ ପୁରୁଖା ରାଜନେତା ଭାବରେ ପରିଚିତ ଥିଲେ ରାମକୃଷ୍ଣ ।

hiranchal ad1
Leave A Reply

Your email address will not be published.

twelve + nineteen =