ଲିଙ୍ଗଗତ ହିଂସା ଏବଂ ତା’ର ସମାଧାନ ସଂପର୍କରେ ଆଲୋଚନା

0 59

ଜି.ଉଦୟଗିରି,୨୪/୧୨- ସ୍ଥାନୀୟ କଳିଙ୍ଗ ମହାବିଦ୍ୟାଳୟରେ ସ୍ୱେଚ୍ଛାସେବୀ ସଙ୍ଗଠନ ସ୍ୱାତୀ ତରଫରୁ ଲିଙ୍ଗଗତ ହିଂସା ଏବଂ ତା’ର ସମାଧାନ ସଂପର୍କରେ ଏକ ଦୁଇଦିନିଆ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟଅତିଥି ଭାବେ ଅଧ୍ୟକ୍ଷ ସୁଧାଂଶୁ ଶେଖର ମେହେର ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ସଚେତନତାର ବାର୍ତ୍ତା ଦେଇଥିଲେ । ବିଷୟ ବିଶେଷଜ୍ଞ ଭାବରେ ଭୁବନେଶ୍ୱରସ୍ଥ ସାଧନା ଫାଉଣ୍ଡେସନର ସଂପାଦିକା ସୁଜାତା ମହାପାତ୍ର ଯୋଗଦେଇ ଲିଙ୍ଗଗତ ବୈଷମ୍ୟ ଏବଂ ତତ୍‌ଜନିତ ହିଂସା କିପରି ସାଂପ୍ରତିକ ସମାଜକୁ କଳୁଷିତ କରୁଛି ସେ ସଂପର୍କରେ ଆଲୋଚନା କରିବା ସହିତ ତା’ର ସମାଧାନ ପାଇଁ ସଚେତନତା ଏକାନ୍ତ ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମର ସଂଯୋଜକ ଅଧ୍ୟାପକ ଡଃ ନଳିନୀ କୁମାର ପାଣିଗ୍ରାହୀ ଲିଙ୍ଗଗତ ବୈଷମ୍ୟଜନିତ ହିଂସାର ପ୍ରତିରୋଧ ପାଇଁ ଯୁବ ସମାଜର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ମତବ୍ୟକ୍ତ କରିଥିଲେ । ଅଧ୍ୟାପକ ଡଃ ରାଜେଶ ବାଗ୍‌ କନ୍ଧମାଳର ଲିଙ୍ଗଗତ ସମସ୍ୟା ବିଷୟରେ ଆଲୋକପାତ କରିଥିବାବେଳେ, ସ୍ୱାତୀର ଅନ୍ୟତମ ସଦସ୍ୟ ପ୍ରଦୀପ କୁମାର ସ୍ୱାଇଁ ମଧ୍ୟ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଦୁଇଦିନିଆ ଆଲୋଚନାଚକ୍ରରେ ଅଂଶଗ୍ରହଣ କରିଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଉଦଯାପନୀ ଉତ୍ସବରେ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

3 × 3 =