ଜହ୍ନାପଙ୍କ,୨୪/୧୨:ବୌଦ୍ଧ ବ୍ଳକ ଅନ୍ତର୍ଗତ ଲଷ୍ମୀପ୍ରସାଦ ପଞ୍ଚାୟତରେ ୨୫ ତମ ବିଜେଡିର ପ୍ରତିଷ୍ଠା ଦିବସ ପ୍ରସ୍ତୁତି ପାଇଁ ସରପଞ୍ଚ ରାଜେନ୍ଦ୍ର ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥି ଭାବେ ବିଜେଡିର ରାଜ୍ୟ ଯୁଗ୍ମ ସମ୍ପାଦକ ଅଶୋକ ସାହୁ , ସମ୍ମାନିତ ଅତିଥି ଭାବେ ବୌଦ୍ଧ ବ୍ଳକ ଉପଧ୍ୟକ୍ଷ ମାନରଞ୍ଜନ ପୁରୋହିତ, ପୂର୍ବତନ ସରପଞ୍ଚ ଭୋଳାଗିରି ସାହୁ, ପୂର୍ବତନ ସମିତି ସଭ୍ୟ ପ୍ରଭାତ ପ୍ରଧାନ, ପୂର୍ବତନ ବ୍ଳକ ଅଧ୍ୟକ୍ଷ ରିତା ବେହେରା ଯୋଗଦେଇ ସମାବେଶ କିପରି ସଫଳ ହେବ ସେ ସମ୍ପର୍କରେ ଆଲୋଚନା କରିଥିଲେ । ଶେଷରେ ପ୍ରଭାତ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଆଲୋଚନାରେ ଜ୍ଞାନରଞ୍ଜନ ପଟ୍ଟନାୟକ, ମୁଣ୍ଡାପଡା ସରପଞ୍ଚ ବିଦ୍ୟାଧର ସ୍ୱାଇଁ, ପଦ୍ମନପୁର ସରପଞ୍ଚ ପ୍ରତାପ କିଶୋର ପରିଡ଼ା, ଫଗୁ ରଣବିଡା, ସମିତି ସଭ୍ୟ ସୁଶୀଳ ଦୀପ, ରାଜ କୁମାର ସ୍ୱାଇଁ, ପୂର୍ବତନ ସରପଞ୍ଚ ଅକ୍ଷୟ ସ୍ୱାଇଁ, ଅଜିତ ମହାକୁଳ, ରଂଜିତ ଗିରି, ପ୍ରଫୁଲ୍ଲ ପାଢ଼ୀ, ବିଜୟ ସାହୁ, ସୁଧାଂଶୁ ଶେଖର ମିଶ୍ର ଯୋଗଦେଇ ଆଲୋଚନାରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ।