ଜହ୍ନାପଙ୍କ:ବୌଦ୍ଧ ବ୍ଳକ ଓ ବ୍ଳକ ଅନ୍ତର୍ଗତ ସମସ୍ତ ଗ୍ରାମ ପଞ୍ଚାୟତରେ ଶିଶୁପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବ୍ଳକ ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସିଡିପିଓ ମିନତୀ ଦେଓଙ୍କ ଅଧ୍ୟକ୍ଷତାରେ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ବ୍ଳକ ଅଧ୍ୟକ୍ଷା ରେବତୀ ମହାଳିକ, ସମ୍ମାନିତ ଅତିଥି ଭାବେ ବିଡିଓ ଦେବୀ ପ୍ରସାଦ ଦାସ ଯୋଗ ଦେଇଥିଲେ । ଶ୍ରୀମତୀ ଦେଓ କିଶୋର କିଶୋରୀ ମାନଙ୍କ ଅଧିକାର, କର୍ତ୍ତବ୍ୟ ଓ ଦକ୍ଷତା ସମ୍ପର୍କରେ ଆଲୋଚନା କରିଥିଲେ । ବାଲ୍ୟ ବିବାହ ନିରୋଧ, ଶିଶୁ ଶ୍ରମିକ ନିରୋଧ ସମ୍ପର୍କରେ ସଚେତନତା ବାର୍ତ୍ତା ଦେଇଥିଲେ । କାର୍ଯ୍ୟକ୍ରମରେ ମୁଣ୍ଡାପଡ଼ା ସରପଞ୍ଚ ବିଦ୍ୟାଧର ସ୍ୱାଇଁ, ପଦ୍ମନପୁର ସରପଞ୍ଚ ପ୍ରତାପ କିଶୋର ପରିଡ଼ା, ଲଷ୍ମୀପ୍ରସାଦ ସରପଞ୍ଚ ରାଜେନ୍ଦ୍ର ମେହେର, ମିଶନ ଶକ୍ତି ବିପିଏମ, ବିଏସଏସ୍ ଓ ସ୍ୱାସ୍ଥ୍ୟ ଅଧିକାରୀ, ଶିକ୍ଷା ଅଧିକାରୀ, ସମାଜସେବୀ ଯୋଗଦେଇ ଆଲୋଚନାରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ସମିତିର ଧନଞ୍ଜୟ ଖମାରି ସହଯୋଗ କରିଥିବା ବେଳେ ବସନ୍ତ ଦିଶିରୀ ଧନ୍ୟବାଦ ଦେଇଥିଲେ ।