ବିଜେଡିର ୨୫ତମ ପ୍ରତିଷ୍ଠା ଦିବସ ପାଳିତ, ବିଜୁଙ୍କ ଅଧୁରା ସ୍ୱପ୍ନ ପୂରଣ ପାଇଁ ବିଜେଡ଼ି ପ୍ରତିଜ୍ଞାବଦ୍ଧ

0 105

ଭୁବନେଶ୍ୱର: ରାଜ୍ୟରେ ଶାସନ କ୍ଷମତାରେ ଦୀର୍ଘ ୨୨ବର୍ଷ ଧରି ନିରଙ୍କୁଶ ଭାବରେ ରହି ଆସୁଥିବା ବିଜୁ ଜନତା ଦଳ ଆଜି ତାର ୨୫ ତମ ପ୍ରତିଷ୍ଠା ଦିବସ ପାଳନ କରିଛି । ଏହି ଅବସରରେ ବିଜେଡି ବରିଷ୍ଠ ନେତା ପ୍ରମୁଖ ବିଜୁବାବୁଙ୍କ ଅଧୁରା ସ୍ୱପ୍ନ ପୂରଣ ପାଇଁ ଦଳ ସଂକଳ୍ପବଦ୍ଧ ବୋଲି ମତବ୍ୟକ୍ତ କରିଛନ୍ତି । ପୂର୍ବାହ୍ନରେ ଦଳର ରାଜ୍ୟ କାର୍ଯ୍ୟାଳୟ ଠାରେ ଆୟୋଜିତ ପ୍ରତିଷ୍ଠା ଉତ୍ସବରେ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତଙ୍କ ସଭାପତିତ୍ୱରେ ଦଳ ପ୍ରତିଷ୍ଠା ଉତ୍ସବ ଆଗେଇ ନେଇଥିଲା ।ଦଳର ବରିଷ୍ଠ ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ଦେବୀପ୍ରସାଦ ମିଶ୍ର, ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ପ୍ରମୁଖ ନେତୃମଣ୍ଡଳୀ ପ୍ରଦୀପ ପ୍ରଜ୍ଜ୍ୱଳନ କରି ସଭାକାର୍ଯ୍ୟ ଆରମ୍ଭ କରିଥିଲେ । ମୁଖ୍ୟମନ୍ତ୍ରୀ ତଥା ଦଳର ସଭାପତି ନବୀନ ପଟ୍ଟନାୟକ ଅପରାହ୍ନରେ ଭର୍ଚୁଆଲ ମୋଡରେ ଦଳର କର୍ମୀମାନଙ୍କୁ ସମ୍ବୋଧନ କରିଥିଲେ ।

hiring

ଏହି ଅବସରରେ ଦଳର ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ଓଡିଶାକୁ ସମୃଦ୍ଧ ଓ ବିକଶିତ ରାଜ୍ୟରେ ପରିଣତ କରିବା ପାଇଁ ଓଡିଶାବାସୀଙ୍କୁ ଆହ୍ୱାନ ଦେଇଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ବିଜେଡି ଆଜି ଓଡିଶାବାସୀଙ୍କ ବିଶ୍ୱାସଭାଜନ ହୋଇପାରିଛି । ଯାହା ବିଜେଡିର ବଳ ବୋଲି ସେ କହିଥିଲେ । ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର କହିଲେ ବିଜୁ ଜନତା ଦଳ ଏକ ଆଞ୍ଚଳିକ ଦଳ ହୋଇଥିଲେ ମଧ୍ୟ ଏହା ସାମାଜିକ ଆନ୍ଦୋଳନରେ ପରିଣତ ହୋଇଛି । ଦେଶରେ ବହୁ ଆଞ୍ଚଳିକ ଦଳ ଗଠନ ହୋଇ ଭାଗଭାଗ ହୋଇଥିଲେ ମଧ୍ୟ ଓଡିଶାରେ ବିଜୁ ଜନତା ଦଳ ତାର ସ୍ୱତନ୍ତ୍ରତା ରଖିଛି । ପଡୋଶୀ ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ ଏହାର ଜ୍ୱଳନ୍ତ ଉଦାହରଣ ହୋଇପାରେ ବୋଲି ଶ୍ରୀ ମିଶ୍ର କହିଥିଲେ । ସେହିଭଳି ବରିଷ୍ଠ ନେତା ଅଶୋକ ପଣ୍ଡା ତାଙ୍କ ଅଭିଭାଷଣରେ ଭାଷା ଭିତ୍ତିକ ରାଜ୍ୟ ଗଠନ ଓ ରାଜ୍ୟକୁ ଆର୍ଥୀକ ସ୍ୱାଧିନତା ପାଇଁ ବିଜୁବାବୁ ସର୍ବଦା ଉଦ୍ୟମ ଜାରି ରଖିଥିଲେ ।

ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ବିଜୁ ବାବୁଙ୍କ ସାହାସିକତା, ଓଡିଆଜାତି ପ୍ରତି ତାଙ୍କର ଉତ୍ସର୍ଗ ମନୋଭାବ, ମହିଳାଙ୍କୁ କ୍ଷମତା ଦେବା ଭଳି ସ୍ୱପ୍ନ ସେ ଦେଖିଥିଲେ । ଯାହା ଆଜି ତାଙ୍କର ସୂପୁତ୍ର ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ ପୂରଣ କରିଚାଲିଛନ୍ତି । ତଥାପି ଆମକୁ ଆହୁରି ସଂକଳ୍ପ ନେବାକୁ ହେବ । ବିଜୁବାବୁଙ୍କ ଅଧୁରା ସ୍ୱପ୍ନ ଯେଭଳି ପୂରଣ ହୋଇପାରିବ । ଓଡିଶାର ଯୋଗଯୋଗ ବ୍ୟବସ୍ଥା, ରାସ୍ତାଘାଟ ସଂଯୋଗୀକରଣର ଦ୍ରୁତ ବିକାଶ ପଡୋଶୀ ରାଜ୍ୟଠାରୁ କେତେ ଆଗରେ ରହିଛି ତାହାକୁ ଦେଖିଆସିଲେ ଓଡିଶାର ବିକାଶ ବାରି ହୋଇପଡିବ ବୋଲି ଶ୍ରୀ ଦାସ କହିଥିଲେ । ଏହି ଉତ୍ସବରେ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ମୋ ପରିବାର ଅଧ୍ୟକ୍ଷ ଅରୂପ ପଟ୍ଟନାୟକ, ହାଉସିଂବୋର୍ଡ ଅଧ୍ୟକ୍ଷ ପ୍ରିୟଦର୍ଶୀ ମିଶ୍ର, ରାଜ୍ୟ ଛାତ୍ର ସଭାପତି ଦେବୀରଞ୍ଜନ ତ୍ରିପାଠୀ, ଯୋଜନାବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ସମେତ ଦଳର ବହୁ ପୂର୍ବତନ ବିଧାୟକ, କର୍ପୋରେଟର, ସରପଞ୍ଚ ଓ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

seventeen − six =