ବରପିଟାରେ ସୁବର୍ଣ୍ଣଜୟନ୍ତୀ ସମାରୋହ, ଶିକ୍ଷାର ବିକାଶ ହେଲେ ଦେଶ ବିକାଶ ସମ୍ଭବ

0 99

ପାଟଣାଗଡ଼, ୨୬/୧୨: – ପାଟଣାଗଡ଼ ବ୍ଳକ ଦେଉଳ ଗାଁ ପଞ୍ଚାୟତ ବରପିଟା ଗ୍ରାମରେ ପ୍ରାଥମିକ ବିଦ୍ୟାଳୟର ୫୦ ବର୍ଷ ପୂର୍ତ୍ତି ଅବସରରେ ସୁବର୍ଣ୍ଣଜୟନ୍ତୀ ଉତ୍ସବ କୋଭିଡ କଟକଣାରେ ପାଳିତ ହୋଇଯାଇଛି । ଆଜି ସକାଳ ୧୦ ଘଣ୍ଟା ସମୟରେ ମଶାଲଯାତ୍ରା ସହ ଗାଁ ପରିକ୍ରମା କରିଥିଲେ । ସୂବର୍ଣ୍ଣ ଜୟନ୍ତୀ ପରିଚାଳନା କମିଟି ଅଧ୍ୟକ୍ଷ ଗୈାରଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁରେଶ ଚନ୍ଦ୍ର ମିଶ୍ର ମୁଖ୍ୟଅତିଥି , ନ୍ୟାସନାଲ ମହାବିଦ୍ୟାଳୟ ନୂଆପଡ଼ାର ଓଡ଼ିଆ ବିଭାଗର ଓଡ଼ିଆ ଅଧ୍ୟାପକ ଶିବପ୍ରସାଦ ସା ମୁଖ୍ୟବକ୍ତା, ସିଆରସିସି ସବ୍ୟସାଚୀ ପାଣିଗ୍ରାହୀ , ପାଟଣାଗଡ଼ ବ୍ଳକ ଉପାଧ୍ୟକ୍ଷ ଶ୍ରୀମତୀ ପଦ୍ମିନୀ ସାହୁ , ଦେଓଳ ଗାଁ ସରପଞ୍ଚ ପ୍ରତିମା ସାହୁ , ଭୂମିଦାତା ତଥା ପୂର୍ବତନ ଜିଲ୍ଲାପରିଷଦ ଜୟରାମ ସାହୁ , ଗୈାନ୍ତିଆ ଲିଙ୍ଗରାଜ ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଗ୍ରାମବାସୀଙ୍କ ସୁବର୍ଣ୍ଣଜୟନ୍ତୀ ସମାରୋହ ଉତ୍ସବ ପାଳନ କରିଥିବାରୁ ଖୁସି ବ୍ୟକ୍ତ କରିବାସହ ଶିକ୍ଷା ହିଁ ମଣିଷକୁ ଆଗକୁ ବଢ଼ିବାରେ ସହଯୋଗ କରିପାରିବ ବୋଲି ମୁଖ୍ୟଅତିଥି ଶ୍ରୀ ମିଶ୍ର ମତବ୍ୟକ୍ତ କରିଥିଲେ । ଏହି ଅବସରରେ ବିଦ୍ୟାଳୟର ପୂର୍ବତନ ଶିକ୍ଷକ ଶମ୍ଭୁ ପ୍ରସାଦ ଛୁରା ,କଷ୍ଟ ଟଙ୍ଗିସା, ଜିତେନ୍ଦ୍ରିୟ ଖମାରୀ, ଉପେନ୍ଦ୍ର ନାଏକ , ରୋହିତ ଧରୁଆ , ଲିଙ୍ଗରାଜ ମେହେର, କିଶୋର ଚନ୍ଦ୍ର ମେହେର, ଜଗବନ୍ଧୁ ନାଗ, ସତ୍ୟନାରାୟଣ ଭୋଇ ପ୍ରମୁଖ ଶିକ୍ଷକ ମାନଙ୍କୁ ସୁବର୍ଣ୍ଣ ଜୟନ୍ତୀ ସମାରୋହ ଉତ୍ସବରେ ଗୁରୁ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଦୁର୍ଯ୍ୟୋଧନ ସାହୁ ମଞ୍ଚ ପରିଚାଳନା କରିଥିବାବେଳେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ୟାମ ଷାଣ୍ଢ , ସହକାରୀ ଶିକ୍ଷକ ବାସୁ ନାଏକ ଙ୍କ ସମେତ ମାଁ ବରତଲେନ କ୍ରିଡ଼ା ସଂସ୍କୃତି ପରିଷଦ ର ସଦସ୍ୟ କବି କ୍ଷିରୋଦ କୁମାର ସାହୁ , ତ୍ରିଲୋଚନ ଧରୁଆଙ୍କ ସମେତ ଗ୍ରାମବାସୀ ସହଯୋଗ କରିଥିଲେ । ଶେଷରେ ସୁବର୍ଣ୍ଣ ଜୟନ୍ତୀର ସମ୍ପାଦକ ମୋହନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

two × one =