୨୫ଲକ୍ଷରୁ ଉର୍ଦ୍ଧ୍ୱ ପିଲାଙ୍କୁ ଟିକା ଦିଆଯିବ ଟିକା

0 77

ଭୁବନେଶ୍ୱର: ରାଜ୍ୟରେ କରୋନା ଗ୍ରାଫ ତଳମୁହାଁ ହେଉଥିବାବେଳେ ଓମିକ୍ରନର କାୟା ବିସ୍ତାର କରୁଥିବାରୁ ସମସ୍ତଙ୍କ ମନରେ ଛନକା ପଶିଛି । ତେବେ ଏହାରି ଭିତରେ ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି । ଟିକାକରଣକୁ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ବଡ ଘୋଷଣା କରିଛନ୍ତି ।
୨୫ଲକ୍ଷରୁ ଉର୍ଦ୍ଧ୍ୱ ପିଲାଙ୍କୁ ଟିକା ଦିଆଯିବ ବୋଲି ସୂଚନା ମିଳିଛି । ରାଜ୍ୟରେ ୧୫ରୁ ୧୮ବର୍ଷ ବୟସ ବର୍ଗର ପିଲାମାନଙ୍କ ସଂଖ୍ୟା ୨୫ଲକ୍ଷ ୫୩ହଜାର ଓ ଟିକାକରଣ ପାଇଁ ୧୫ରୁ ୧୮ବର୍ଷ ପିଲାଙ୍କୁ ପଞ୍ଜୀକରଣ କରିବାକୁ ପଡିବ । ବର୍ତ୍ତମାନ ୨୦୦ ସେସନରେ ଟିକାକରଣ ପ୍ରକ୍ରିୟା ଚାଲିଛି । ଟିକାକରଣ ପାଇଁ ପ୍ରତି ବ୍ଲକରେ ୮ଟି ମୋବାଇଲ ଟିମ୍‌ ବୁଲୁଛନ୍ତି ।
ଏହାସହିତ ୬୦ରୁ ଉର୍ଦ୍ଧ୍ୱ ବୟସର ଲୋକଙ୍କ ସଂଖ୍ୟା ୫୨ଲକ୍ଷ ୩୭ହଜାର । ଏମାନଙ୍କ ମଧ୍ୟରୁ ପ୍ରଥମେ ବିଭିନ୍ନ ରୋଗରେ ଆକ୍ରାନ୍ତ ଥିବା ଲୋକମାନଙ୍କୁ ବ୍ଲୁଷ୍ଟର ଡୋଜ୍‌ ଦିଆଯିବ । ଏହା ସହିତ ୭ଲକ୍ଷ ୫ହଜାର ସମ୍ମୁଖ ଯୋଦ୍ଧା ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ମଧ୍ୟ ବ୍ଲୁଷ୍ଟର ଦିଆଯିବ । ପିଲାଙ୍କ ଟିକାକରଣ ପାଇଁ ଆବଶ୍ୟକ ହେଲେ ସ୍କୁଲ ଓ କଲେଜରେ ଟିକା ଦିଆଯିବ ଓ ଅବିଭାବକ ମାନେ ପିଲାଙ୍କ ସହ ଆସିବେ ବୋଲି କୁହାଯାଇଛି ।

hiranchal ad1
Leave A Reply

Your email address will not be published.

16 − fifteen =