ପେଟ୍ରୋଲ ପମ୍ପରେ ଅଭାବନୀୟ ଘଟଣା, ଗଣ୍ଡଗୋଳରୁ ବାଇକରେ ନିଆଁ ଲଗାଇଦେଲେ

0 95

ପୁରୀ : ପେଟ୍ରୋଲ ପମ୍ପରେ ଏକ ଅଭାବନୀୟ ଘଟଣା ଘଟିଛି । ଦୁଇ ଜଣଙ୍କ ଭିତରେ ଗଣ୍ଡଗୋଳକୁ ନେଇ ବାଇକରେ ନିଆଁ ଲଗାଇ ଦେଇଥିଲେ । ତେବେ ସୌଭାଗ୍ୟବଶତଃ ପେଟ୍ରୋଲପମ୍ପ କର୍ମଚାରୀ ଅଗ୍ନିନିର୍ବାପକ ଯନ୍ତ୍ର ଆଣି ନିଆଁକୁ ଆୟତ୍ତ କରିଥିଲେ । ଫଳରେ ପେଟ୍ରୋଲ ପମ୍ପରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟଣା ଟଲି ଯାଇଛି । ଅଗ୍ନିକାଣ୍ଡ ଆୟତ୍ତ ହୋଇ ନ ଥିଲେ ବ୍ୟାପକ କ୍ଷୟକ୍ଷତି ଘଟିଥାନ୍ତା । ତେବେ ଘଟଣା ଖବର ପାଇ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି । ତେବେ ବାଇକରେ ନିଆଁ ଲଗାଇ ଥିବା ବ୍ୟକ୍ତି ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିବା ଜଣାପଡିଛି । ତେବେ ଏହି ଘଟଣା ଏବେ ପୁରୀ ସହରରେ ଚର୍ଚ୍ଚାର ବିଷୟ ହୋଇଛି ।

hiranchal ad1
Leave A Reply

Your email address will not be published.

nineteen + twenty =