ଫୁଲବାଣୀ,୨୭/୧୨:- କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ବ୍ଲକର ମାଁ ସୁରାଦେଇ ପବିତ୍ର ଶକ୍ତିପୀଠ ପ୍ରାଙ୍ଗଣରେ ବ୍ଲକ ସଭାପତି ପଙ୍କଜ ମଲ୍ଲିକଙ୍କ ନେତୃତ୍ୱରେ ୨୫ ତମ ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ବୀରେନ୍ଦ୍ର କୁମାର କହଁର ଯୋଗ ଦେଇଥିବାବେଳେ ସମ୍ମାନୀତ ଅତିଥି ଭାବେ ସମ୍ପାଦକ ରଞ୍ଜନ ମଲ୍ଲିକ, ଜିଲ୍ଲା ପରିଷଦ ସଭ୍ୟା ଅନୁରାଧା ସାହୁ ଏବଂ ଜୁଲିଲତା ଲେଙ୍କା, ଫୁଲବାଣୀ ବିଧାୟକ ପ୍ରତିନିଧି ହେମନ୍ତ କହଁର ,ଛାତ୍ର ସଂଗଠନ ସଭାପତି ରବୀନ୍ଦ୍ର ପ୍ରଧାନ, କାର୍ଯ୍ୟକାରୀ ସଭାପତି ଦୀନବନ୍ଧୁ ଗଣ୍ଡା, ଯୁବ ସଭାପତି କାର୍ତ୍ତିକ ସାହାଣୀ, ବିଜୁ ଜନତା ଦଳ ଜିଲ୍ଲା ସଭାପତି ସରୋଜ କର୍ଣ୍ଣ, ପର୍ଯ୍ୟବେକ୍ଷକ କିଶୋର ମେହେର ,ରାଜ୍ୟ ସଭାନେତ୍ରୀ ଅନିମା କହଁର, ସମିତିସଭ୍ୟ ଗୀତାଞ୍ଜଳି ସାହୁ ,ପୂର୍ବତନ ସରପଞ୍ଚ ବନମାଳୀ ପ୍ରଧାନ ସମେତ ଦଳର ନେତୃତ୍ୱ ନେଉଥିବା ମାନ୍ୟଗଣ୍ୟ ବରିଷ୍ଠ ବ୍ୟକ୍ତିମାନେ ଉପସ୍ଥିତ ଥିଲେ । ୨୬ ଡିସେମ୍ବର ୧୯୯୭ ମସିହାରେ ଏକ ସ୍ୱଚ୍ଛ, ନିର୍ମଳ ଏବଂ ବିକାଶ, ଶାନ୍ତି,ମୈତ୍ରୀର ସନ୍ଦେଶ ନେଇ କଳିଙ୍ଗର ବୀରପୁତ୍ର ବିଜୁ ପଟ୍ଟନାୟକଙ୍କ ନେତୃତ୍ୱରେ ଉନ୍ନତିର ପ୍ରତିବଦ୍ଧତା ଜନହିତକର ସ୍ୱରନେଇ ଗଢିଉଠିଲା ବିଜୁ ଜନତା ଦଳ ଏବଂ ସେଇ ଦଳର ମଙ୍ଗ ଧରି ତାଙ୍କର ସୁପୁତ୍ର ନବୀନ ପଟ୍ଟନାୟକ କରିଚାଲିଲେ ସ୍ୱଚ୍ଛ ନିର୍ମଳ ଶାସନ । ସାରା ଓଡ଼ିଶାରେ ବିକାଶର ରଥ ସେଇଦିନଠୁଁ ପଛକୁ ନଫେରି ଆଗକୁ ଆଗକୁ ମାଡି ଚାଲିଛି ସମଗ୍ର ଓଡ଼ିଶା ପ୍ରଦେଶରେ ବିକାଶ ଓ ଉନ୍ନୟନ କାର୍ଯ୍ୟ କରିବାରେ । ତେଣୁ ସେଇ ମହାନ୍ ଦଳ ଏବଂ ସେଇ ମହାପୁରୁଷ ମାନଙ୍କ ସ୍ମୃତିକୁ ମନେରଖିବା ପାଇଁ ପ୍ରତିବର୍ଷ ୨୬ ଡିସେମ୍ବରରେ ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ସମାରୋହ ଅନୁଷ୍ଠିତ ହୋଇ ବହୁ ଆଡମ୍ବର ଭାବେ ପାଳିତ ହେଉଛି । କିନ୍ତୁ ଏବେ ଦୁଇ ବର୍ଷ ହେବ ବିଶ୍ୱ ବ୍ୟାପି କରୋନା ମହାମାରୀ ଜନସମାଗମ ହୋଇ ଆଡମ୍ବର ଭାବେ ପାଳିତ ହେବାରେ ବାଧା ସୃଷ୍ଟି ହେଉଛି ।