ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ, ନ୍ୟୁଜିଲ୍ୟାଣ୍ଡ ଏବଂ ଅଷ୍ଟ୍ରେଲିଆ (ସେନା)ରେ ଭାରତ ପାଇଁ ଓପନର୍ ଭାବରେ ସୁନୀଲ ଗାଭାସ୍କର ନାମରେ ଅଧିକ ଶତକ କରିବାର ରେକର୍ଡ ରହିଛି । ଗାଭାସ୍କର ପରେ କେ.ଏଲ୍ ରାହୁଲ ବର୍ତ୍ତମାନ ଦ୍ୱିତୀୟ ନମ୍ବରରେ ପହଞ୍ଚିଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ସିରିଜର ପ୍ରଥମ ଟେଷ୍ଟର ପ୍ରଥମ ଦିନରେ କେ.ଏଲ୍ ରାହୁଲ ୧୨୨ ରନ୍ ସ୍କୋର କରି ଅପରାଜିତ ଅଛି । ଏହି ଇନିଂସରେ ସେ ରବି ଶାସ୍ତ୍ରୀ, ବିରେନ୍ଦ୍ର ସେହୱାଗ ଏବଂ ଭିନୋ ମାନକଡଙ୍କୁ ପଛରେ ପକାଇଛନ୍ତି । ସେନା ଦେଶରେ ରାହୁଲଙ୍କ ଏହା ହେଉଛି ଚତୁର୍ଥ ଟେଷ୍ଟ ଶତକ । ସେହୱାଗ, ଶାସ୍ତ୍ରୀ ଏବଂ ମାନକଡଙ୍କ ନାମରେ ତିନୋଟି ଲେଖାଏଁ ଶତକ ରହିଛି ।
ଆଠ ଶତକ ସହ ଏହି ମାମଲାରେ ଗାଭାସ୍କର ଶୀର୍ଷରେ ଅଛନ୍ତି । ଗୌତମ ଗମ୍ଭୀର, ମୁରଲୀ ବିଜୟ, ରାହୁଲ ଦ୍ରାବିଡ ଏବଂ ବିଜୟ ମର୍ଚାଣ୍ଟ ସେନାରେ ଓପନର୍ ଭାବରେ ଦୁଇଟି ଶତକ ହାସଲ କରିଛନ୍ତି ।
Sign in
Sign in
Recover your password.
A password will be e-mailed to you.