କଟକ ପରେ ପୁରୀରେ ମାଞ୍ଜା ସୂତା ଲାଗି ଜଣେ ଆହତ

0 52

ପୁରୀ,୨୭/୧୨- କଟକ ପରେ ଆଜି ପୁରୀରେ ମାଞ୍ଜା ସୂତା ଲାଗି ଜଣେ ଆହତ ହୋଇଥିବା ଜଣାପଡିଛି । ନିଜ ଅସୁସ୍ଥ ପୁଅ ପାଇଁ ବଡ଼ଡାଣ୍ଡକୁ ଔଷଧ କିଣିବା ପାଇଁ ଆସିଥିବାବେଳେ ଗୁଡି ସୂତା ବେକରେ ଲାଗି ଜଣେ ଆହତ ହୋଇଛନ୍ତି । ପୁରୀ କୁଣ୍ଢାଇବେଣ୍ଟ ସାହିର ଭଞ୍ଜବିହାରୀ ପାତ୍ରଙ୍କ ବେକରେ ଗୁଡି ସୂତା ଲାଗି ବେକ କଟିଯାଇଛି । ଡ଼ାକ୍ତରଖାନା ଛକସ୍ଥିତ ମାଳିଯାଗା ନିକଟରେ ଏହି ଅଘଟଣ ଘଟିଛି । ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟ ଶଲ୍ୟ ବିଭାଗରେ ଭର୍ତ୍ତି କରାଯାଇଛି । ସେପଟେ ଏହି ଘଟଣାକୁ ନେଇ ସାଧାରଣରେ ଉଦବେଗ ପ୍ରକାଶ ପାଇଥିବାବେଳେ ପୁରୀରେ ମାଞ୍ଜା ସୂତା ବିକ୍ରୀ ନିଷିଦ୍ଧ କରିବାକୁ ଦାବି ହୋଇଛି ।

hiranchal ad1
Leave A Reply

Your email address will not be published.

5 × 5 =