ସମାଜସେବୀ ସୋମନାଥଙ୍କ ଜନ୍ମଦିନ ପାଳନ,୧୪୧ୟୁନିଟ ରକ୍ତ ସଂଗୃହୀତ

0 124

ବଲାଙ୍ଗୀର : ସେବା ସମର୍ପଣର ସଂଗଠନ ୱିଙ୍ଗ୍‌ ହ୍ୟୁମାନ ଫାଉଣ୍ଡେସନ ସଭାପତି ତଥା ବିଶିଷ୍ଟ ସମାଜସେବୀ ସ୍ୱର୍ଗତ ଲଳିତ ନାୟକଙ୍କ ପଟ୍ଟଶିଷ୍ୟ ସୋମନାଥ ମିଶ୍ରଙ୍କ ଜନ୍ମଦିନ ବିଭିନ୍ନ ସ୍ଥାନରେ ଖୁବ୍‌ ଧୁମଧାମରେ ପାଳିତ ହେଉଛି । ପୁଇଁତଲା ବ୍ଳକ ବାବାଜୀପାଲି ଓ ଆଗଲପୁର ବ୍ଳକ ରାମପୁରଠାରେ ରକ୍ତଦାନ ଶିବିର ବେଳେ ରଣ୍ଡାଠାରେ ସୁନ୍ଦରାକାଣ୍ଡ ପାରାୟଣ ଅନୁଷ୍ଠିତ ହୋଇଥିଲା । ବାବାଜୀପାଲି ଠାରେ ୭୦ ଓ ରାମପୁରଠାରେ ୭୧ ମୋଟ ୧୪୧ୟୁନିଟ ସଂଗୃହୀତ ହୋଇଥିବା ଜଣାଯାଏ । ସୂଚାଇ ଦିଆଯାଏ ଯେ, ମାନବ ସେବାକୁ ବ୍ରତ ଭାବରେ ଗ୍ରହଣ କରି ଦଳିତ ଗରୀବ ରୋଗୀ ଦୁଃଖୀଙ୍କ ସେବା କରି କେବଳ ବଲାଙ୍ଗୀର ନୁହଁ ଓଡିଶାରେ ଏକ ଅଗ୍ରଣୀ ଅନୁଷ୍ଠାନ ପରିଚୟ ପାଇଛି ୱିଙ୍ଗ୍‌ ହ୍ୟୁମାନ ସଂଗଠନ । ପୁଇଁତଲା ବ୍ଳକ ବେଲବାହାଲି ଗାଁରେ ଜନ୍ମିତ ସୋମନାଥ ସ୍ୱର୍ଗତ ଲଳିତ ନାୟକଙ୍କ ମାର୍ଗଦର୍ଶନରେ ନିଜର ନିଆରା ସେବା ଯୋଗୁଁ ରାଜ୍ୟର ଜଣେ ପରିଚିତ ସମାଜସେବୀ । ଶହ ଶହ ଶିକ୍ଷିତ ଯୁବକ ଯୁବତୀ ଆଜି ଅନୁଷ୍ଠାନ ସଦସ୍ୟ ଓ ବିଭିନ୍ନ ଜିଲ୍ଲାରେ ୱିଙ୍ଗ୍‌ ହ୍ୟୁମାନ ସଂଗଠନ କାର୍ଯ୍ୟରତ । ୨୫ବର୍ଷରେ ପଦାର୍ପଣ କରିଥିବା ସଭାପତି ସୋମନାଥଙ୍କ ଜନ୍ମଦିନକୁ ୱିଙ୍ଗ୍‌ ହ୍ୟୁମାନ କର୍ମକର୍ତ୍ତା ପାଳନ କରିଥିବା ବେଳେ ରକ୍ତଦାନ ଶିବିରକୁ ବଲାଙ୍ଗୀର ଏସ୍‌ଡିପିଓ, ପୌର କାର୍ଯ୍ୟନିର୍ବାହୀ ଅଧିକାରୀ, ବିଜେଡି ରାଜ୍ୟ ପରିଷଦ ସଦସ୍ୟ ନିହାର ରଞ୍ଜନ ବେହେରା, ଆଗଲପୁର ବ୍ଳକ ଉପାଧ୍ୟକ୍ଷ ମନମୋହନ ପଟେଲ ପ୍ରମୁଖ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ ।

hiranchal ad1
Leave A Reply

Your email address will not be published.

fourteen − 4 =