ଏନୱାଇକେ ପକ୍ଷରୁ ସିଲେଇ ତାଲିମ କାର୍ଯ୍ୟକ୍ରମ

0 100

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ବ୍ଲକର ନୂଆରିପଦର ଗ୍ରାମ ପଂଚାୟତ କାର୍ଯ୍ୟାଳୟ ଠାରେ ନେହେରୁ ଯୁବ କେନ୍ଦ୍ର ଫୁଲବାଣୀ ଓ ପିଜେଡି ୟୁଥ କ୍ଲବ ଜାର୍ଗୀପଡ଼ାର ମିଳିତ ଆନୁକୂଲ୍ୟରେ ସିଲେଇ ତାଲିମ କେନ୍ଦ୍ର ଉଦଘାଟନ ହୋଇ ଯାଇଅଛି । ଅନୁଷ୍ଠିତ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବରେ ନୂଆରିପଦର ଗ୍ରାମ ପଂଚାୟତର ସରପଞ୍ଚ କଣ୍ଠେଶ୍ୱର ମଲ୍ଲିକ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବରେ ପୂର୍ବତନ ସରପଞ୍ଚ ଲୁଲୁ କଁହର, ନାୟବ ସରପଞ୍ଚ ମହାରଗୀ ଡିଗାଲ, ପିଜେଡି ୟୁଥ କ୍ଲବର ସଭାପତି ସୁଧୀର କୁମାର ମଲ୍ଲିକ, ଲେଖାପାଳ କାର୍ତ୍ତିକ ମଲ୍ଲିକ, ନେହରୁ ଯୁବ କେନ୍ଦ୍ର ଫୁଲବାଣୀର ସହକର୍ମୀ ସତ୍ୟବାନ ଦଳବେହେରା, ସ୍ୱେଚ୍ଛାସେବୀ ସୁଭଦ୍ରା କହଁର ପ୍ରମୁଖ ଯୋଗ ଦେଇଥିଲେ ।

hiring

ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଫିରିଙ୍ଗିଆ ବ୍ଲକର ପଚିଶି ଜଣ ଯୁବତୀ ଅଂଶ ଗ୍ରହଣ କରିଥିଲେ । ମୁଖ୍ୟ ଅତିଥି ଅନୁଠିତ ଦିବସର ମୁଖ୍ୟ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ଉପସ୍ଥିତି ଯୁବତୀମାନଙ୍କୁ ଅବଗତ କରିଥିଲେ । ନେହେରୁ ଯୁବ କେନ୍ଦ୍ର ଫୁଲବାଣୀର ସହକର୍ମୀ ନେହେରୁ ଯୁବ କେନ୍ଦ୍ର ଫୁଲବାଣୀ କାର୍ଯ୍ୟାଳୟର ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ବିଷୟରେ ଅବଗତ କରିଥିଲେ । ପରି ଶେଷରେ ପିଜେଡି ୟୁଥ କ୍ଲବର ଉପଦେଷ୍ଟା ମଣ୍ଡଳୀ ସଦସ୍ୟ ଜାରାସିଂ ମଲ୍ଲିକ ମୁଖ୍ୟ ଅତିଥି, ଅନ୍ୟାନ୍ୟ ଅତିଥି, ଓ ଉପସ୍ଥିତ ଭଉଣୀମାନଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ ।

hiranchal ad1
Leave A Reply

Your email address will not be published.

8 − four =