କାର୍‌ ଧକ୍କାରେ ପଥଚାରୀ ଗୁରୁତର, ଉଦ୍ଧାର କରି ନିଜ ଗାଡିରେ ମେଡିକାଲ ପଠାଇଲେ ଏସପି

0 164

ପାରଳାଖେମୁଣ୍ଡି : ଆଜି ସନ୍ଧ୍ୟା ପ୍ରାୟ ୭.୦୦ ଘଣ୍ଟା ବେଳେ ପାରଳାଖେମୁଣ୍ଡି ରାମନଗର ଛକରେ ଗୋଟିଏ କାର ଜଣେ ପଦଯାତ୍ରୀଙ୍କୁ ଦୁର୍ଘଟଣା ଘଟାଇବା ଫଳରେ ପଥଚାରୀ ଜଣକ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଲୋକେ ତାଙ୍କୁ ମେଡିକାଲ୍‌ ସ୍ଥାନାନ୍ତର କରିବା ବଦଳରେ ଫଟୋ ଉଠାଉ ଥାନ୍ତି । ଏହିପରି ସମୟରେ ଗଜପତି ଏସପି ଜୟରାମ ଶତପଥୀ ଗୋଟିଏ ଜରୁରୀ ମିଟିଂ ପାଇଁ ସେହି ବାଟ ଦେଇ ଯାଉଥିବା ବେଳେ ଆହତ ଲୋକଟିକୁ ଦେଖି, ସେଠାରେ ଅଟକି ଯାଇଥିଲେ । ନିଜ ଗାଡିରେ ଆହତଙ୍କୁ ମେଡିକାଲ୍‌ ପଠାଇବା ବ୍ୟବସ୍ଥା କରିଥିଲେ ଓ ନିଜେ ଗୋଟିଏ ସ୍କୁଟି ରେ ମିଟିଂ ଯାଇଥିଲା । ତାଙ୍କର ଏହି ମହତ କାମ ପାଇଁ ଜନସାଧାରଣ ତାଙ୍କୁ ଭୂରି ଭୂରି ପ୍ରଶଂସା କରିଛନ୍ତି ।

hiranchal ad1
Leave A Reply

Your email address will not be published.

1 × 3 =