ପୁରୀ ଜିଲ୍ଲାରେ ବାର୍ଡ ଫ୍ଲୁ ଆଶଙ୍କା, ଚିନ୍ତାରେ କୁକୁଡା ବେପାରୀ

0 92

ପୁରୀ : ପୁରୀ ଜିଲ୍ଲାରେ ବାର୍ଡ ଫ୍ଲୁ ଆଶଙ୍କାଙ୍କୁ ନେଇ ଆତଙ୍କ ସୃଷ୍ଟି ହୋଇଛି । ତିନି ଦିନ ଧରି ଚାଲିଥିବା କାଉ ଓ କୁକୁଡ଼ା ମଡ଼କକୁ ନେଇ ଏବେ କୁକୁଡା ବେପାରୀମାନେ ବାର୍ଡ ଫ୍ଲୁ ବ୍ୟାପୁଥିବା ଆଶଙ୍କା କରିଛନ୍ତି । ପକ୍ଷୀ ଅଭୟାରଣ୍ୟ ଚିଲିକା ନଳବଣ କାଉ ମୃତ୍ୟୁ ସ୍ଥାନଠାରୁ ମାତ୍ର ୧୦ରୁ ୧୨ କିଲୋମିଟର ହୋଇଥିବାରୁ ବନ ବିଭାଗର ନିଦ ହଜିଯାଇଛି ।
ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଲକର ନୂଆପଡ଼ା ନଟା ଗ୍ରାମରେ କାଉ ଓ କୁକୁଡ଼ା ମଡ଼କ ଦେଖିବାକୁ ମିଳିଥିବା ବେଳେ ପାଖରେ ଥିବା ଚିଲିକା ନଳବଣରେ ବିଦେଶାଗତ ପକ୍ଷୀଙ୍କୁ ବାର୍ଡ ଫ୍ଲୁ ସଂକ୍ରମଣ ହୋଇଥିବା ଆଶଙ୍କା ବନ ବିଭାଗର ଓ ପ୍ରାଣୀ ଚିକିତ୍ସକମାନଙ୍କ ଚିନ୍ତା ବଢାଇଦେଇଛି । ହେଲେ ଏ ପର୍ଯ୍ୟନ୍ତ ସେଭଳି କିଛି ବାର୍ଡ ଫ୍ଲୁ ରିପୋର୍ଟ ଆସି ନାହିଁ ଯଦି ଆସେ ତେବେ ୨୦୧୮ ଭଳି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ ।

hiring

କୃଷ୍ଣପ୍ରସାଦ ଅଞ୍ଚଳରେ ଦୈନିକ ୪୦ରୁ ୫୦ଟି କାଉ ମରୁଥିବା ବେଳେ ୨୦ରୁ ଅଧିକ କୁକୁଡ଼ା ମରୁଛନ୍ତି । ବିଶେଷ କରି ଏହି ବ୍ଳକର ଚିଲିକା ନୂଆପଡ଼ା ନଟା ସାହିରେ କାଉ ମଡ଼କ ଦେଖିବାକୁ ମିଳିଛି । ଦୀର୍ଘ ଚାରି ଦିନ ହେବ ଚିଲିକା ନୂଆପଡ଼ାରେ ୩୦ରୁ ୪୦ଟି କାଉ ମରି ପଡିଥିବା ଦେଖିବାକୁ ମିଳିଛି । ଖବର ପାଇ କାଉ ମରିପଡିଥିବା ସ୍ଥାନରେ ଚିଲିକା ନୂଆପଡା ରେଞ୍ଜର ବନ କର୍ମଚାରୀମାନେ ପହଞ୍ଚି ସାତଟି ମୃତ କାଉକୁ ଜବତ କରିଥିଲେ ଓ ସେଗୁଡ଼ିକୁ ପ୍ରାଣୀ ଚିକିତ୍ସା କେନ୍ଦ୍ରକୁ ପଠାଇଥିଲେ ।
ମୃତ କାଉଗୁଡ଼ିକର ସ୍ୱାବ୍‌ ସଂଗ୍ରହ କରାଯାଉଛି ।

ସେଗୁଡ଼ିକର ପରୀକ୍ଷା କରାଯିବା ପରେ କାଉ ମଡ଼କର କାରଣ ଜଣାପଡ଼ିବ । ତେବେ ଗତ ୨୦୧୮ ମସିହାରେ ସିଆଳ ପଞ୍ଚାୟତର ସିଆଳ ଗାଁ ପାଖ ଜଙ୍ଗଲରେ ପ୍ରଥମେ ବାର୍ଡ ଫ୍ଲୁ ଚିହ୍ନଟ କରାଯାଇଥିଲା । ଏବେ କୃଷ୍ଣପ୍ରସାଦ ବ୍ଳକର ଚିଲିକା ନୂଆପଡା ଗାଁରୁ କାଉ ମଡ଼କ ଖବର ଆସିବା ପରେ ବାର୍ଡ ଫ୍ଲୁ ବ୍ୟାପିଥିବା ଲୋକେ ସନ୍ଦେହ କରୁଛନ୍ତି ।ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି, ‘‘ଏଯାବତ୍‌ ସେଭଳି କିଛି ବାର୍ଡ ଫ୍ଲୁର ରିପୋର୍ଟ ଆସି ନାହିଁ । ଯଦି ଆସେ ତେବେ ୨୦୧୮ ମସିହା ଭଳି ପଦକ୍ଷେପ ନିଆଯିବ ।’’ ସେ କହିଛନ୍ତି ଯେ ବାର୍ଡ ଫ୍ଲୁ ଆଶଙ୍କାକୁ ନେଇ ପ୍ରାଣୀ ବିଭାଗ ପ୍ରସ୍ତୁତ ରହିଛି ଓ ପରୀକ୍ଷା ରିପୋର୍ଟକୁ ଅପେକ୍ଷା କରାଯାଉଛି । ଏହାକୁ ନେଇ ଲୋକଙ୍କୁ ଭୟଭୀତ ନ ହେବା ପାଇଁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି ।

hiranchal ad1
Leave A Reply

Your email address will not be published.

nine − eight =