ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ଦ୍ୱାରା ଇ-ଫାଇଲିଂ କେନ୍ଦ୍ର ଉଦ୍‌ଘାଟିତ

0 72

ନବରଙ୍ଗପୁର : ଓଡ଼ିଶା ଉଚ୍ଚ଼ ନ୍ୟାୟାଳୟର ମାନ୍ୟବର ମୁଖ୍ୟ ବିଚାରପତି ଏସ୍‌ ମୁରଲୀଧର ନବରଙ୍ଗପୁରକୁ ଦିନିକିଆ ଗସ୍ତରେ ଆସି ନୂତନ କୋଠା ଗୃହ ପରିଦର୍ଶନ କରିଥିଲେ । ଗତକାଲି ପୂର୍ବାହ୍ନ ୧୦ଟାରେ ଜୟପୁର କୋର୍ଟରୁ ନବରଙ୍ଗପୁର, ରାୟଗଡ଼ା ଓ କୋରାପୁଟ (ଜୟପୁର)ର ଇ-ଫାଇଲିଂ କେନ୍ଦ୍ର ଗୁଡିକୁ ଅନ୍‌ ଲାଇନ୍‌ ମାଧ୍ୟମରେ ଉଦଘାଟନ କରିବା ସହ ତିନୋଟି ଜିଲ୍ଲାର ପ୍ରାୟ ୩୦ ଜଣ ଆଇନଜୀବୀ ଅଂଶଗ୍ରହଣ କରିଥିବା ହ୍ୟାଣ୍ଡସ-ଅନ ପ୍ରଶିକ୍ଷଣ ଶିବିରକୁ ମଧ୍ୟ ଉଦଘାଟନ କରିଥିଲେ । ଅପରାହ୍ନ ଏକ ଘଣ୍ଟାରେ ସେ ନବରଙ୍ଗପୁର ପହଞ୍ଚି ନୂତନ କୋର୍ଟ ପରିସର ପରିଦର୍ଶନ କରିଥିଲେ ।

ପରେ ନବରଙ୍ଗପୁର ବିଚାରବିଭାଗୀୟ ଅଧିକାରୀମାନଙ୍କ ସହ ଜିଲ୍ଲାର ଆଇନ ବ୍ୟବସ୍ଥା ସମ୍ବନ୍ଧୀୟ ବୈଠକରେ ଯୋଗଦେଇଥିଲେ । ପରେ ଜିଲ୍ଲା ଆଇନଜୀବୀ ସଂଘ ସହ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କାର୍ଯ୍ୟକ୍ରମରେ ଯୋଗ ଦେଇ ଇ-ଫାଇଲିଂ କେନ୍ଦ୍ରର ଉପଯୋଗୀତା ବିଷୟରେ ତଥ୍ୟ ଉପସ୍ଥାପନ କରିଥିଲେ । ଦେଶରେ ଦିନକୁ ଦିନ ପ୍ରଯୁକ୍ତିବିଦ୍ୟାର ଅଗ୍ରଗତି ହେଉଥିବା ଯୋଗୁଁ ଏହା ସହ ତାଳ ଦେଇ ଆଇନ ସେବା କ୍ଷେତ୍ରରେ ପ୍ରଯୁକ୍ତି ବିଦ୍ୟାକୁ ଉପଯୋଗ କରି ଏହାର ସୁଫଳ କିପରି ଜିଲ୍ଲାର ଜନସାଧାରଣ ପାଇବେ ସେଥିପାଇଁ ଧ୍ୟାନ ଦେବାପାଇଁ ଆହ୍ୱାନ ଦେଇଥିଲେ । ସଂଘ ସଭାପତି ଆଶିଷ ରଂଜନ ପଟ୍ଟନାୟକ ଅଧ୍ୟକ୍ଷତା କରିଥିବା ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଆଇନଜୀବୀ ଝାଡେଶ୍ୱର ଖାଡଙ୍ଗା ସ୍ୱାଗତ ଭାଷଣ ଦେଇଥିଲେ ।

hiring

ସଂଘ ତରଫରୁ ମୁଖ୍ୟ ବିଚାରପତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଆଇନଜୀବୀ ପ୍ରକାଶ ଚନ୍ଦ୍ର ମିଶ୍ର ଆଇନଜୀବୀ ଓ ମହକିଲ ମାନଙ୍କ ବିଭିନ୍ନ ସମସ୍ୟା ଓ ତା’ର ପ୍ରତିକାର ପାଇଁ ନିଜ ବକ୍ତବ୍ୟରେ ମୁଖ୍ୟ ବିଚାରପତିଙ୍କୁ ଅନୁରୋଧ କରିଥିଲେ । ହାଇକୋର୍ଟ ରେଜିଷ୍ଟ୍ରାର (ଭିଜିଲାନ୍ସ) ବିଶ୍ୱଜିତ୍‌ ମହାନ୍ତି ଓ ଜିଲ୍ଲା ଓ ଦୌରା ଜଜ୍‌ ସଞ୍ଜୀବ ଦୁବେ ମଞ୍ଚାସୀନ ଥିଲେ । ସଂଘ ସମ୍ପାଦକ ରାମ ପ୍ରସାଦ ପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ ।

ପୂର୍ବାହ୍ନ ନବରଙ୍ଗପୁର ଇ-ଫାଇଲିଂ କେନ୍ଦ୍ର ଅନ୍‌ ଲାଇନ୍‌ ଉଦଘାଟନ କାର୍ଯ୍ୟକ୍ରମରେ ଓଡିଶା ହାଇକୋର୍ଟର ନବରଙ୍ଗପୁର ପାଇଁ ଥିବା ପ୍ରଶାସନିକ ଜଜ୍‌ ନ୍ୟାୟମୂର୍ତ୍ତୀ ଶ୍ରୀ ମୃଗାଙ୍କ ଶେଖର ସାହୁ ଯୋଗଦେଇ ନବରଙ୍ଗପୁର ମାଟିର ଯୋଗ୍ୟତମ ସନ୍ତାନ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସଦାଶିବ ତ୍ରିପାଠୀଙ୍କୁ ଓଡ଼ିଶାର ଜଣେ ଅଗ୍ରଣୀ ନେତା ବୋଲି ସମ୍ବୋଧିତ କରିବାସହ ଇ-ଫାଇଲିଂ କେନ୍ଦ୍ର ସମ୍ବନ୍ଧରେ ଆଲୋକପାତ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ସଂଘ ଯୁଗ୍ମ ସମ୍ପାଦକ ସନ୍ତୋଷ ନାୟକ, କୋଷାଧ୍ୟକ୍ଷ ବିଧୁ ଶେଖର ତ୍ରିପାଠୀ, କାର୍ଯ୍ୟକାରିଣୀ ସଦସ୍ୟ ପ୍ରଶାନ୍ତ ପଟ୍ଟନାୟକ, ବାଲାଜୀ ମିଶ୍ର, ତପନ ପାଣିଗ୍ରାହୀ, ବରିଷ୍ଠ ଆଇନଜୀବୀ ଅରବିନ୍ଦ ପ୍ରସାଦ ପଟ୍ଟନାୟକ, ଗଜପତି ପଟ୍ଟନାୟକ, ରବିନ୍ଦ୍ରନାଥ ବେବର୍ତ୍ତା, ରବିନ୍ଦ୍ର ପ୍ରସାଦ ପାଢ଼ୀ, ଶ୍ୟାମ ପ୍ରସାଦ ଗନ୍ତାୟତ, ସଚ୍ଚିନ୍ଦନ ସ୍ୱାଇଁ, ଶଶିଗିରି ରାଓ, ଦେବୀ ପ୍ରସାଦ ସିଂ, ମୀନ କେତନ ପୂଜାରୀ, ନରସିଂହ ନାଥ ତ୍ରିପାଠୀ, ରାମ ଚନ୍ଦ୍ର ନାୟକ, ରବି ପ୍ରସାଦ ଶତପଥୀ, ଉମା ଶଙ୍କର ତ୍ରିପାଠୀ, ଅନୁପମା ଗନ୍ତାୟତ, ସ୍ନେହଲତା ଦେବୀ, ବୀରେନ୍ଦ୍ର କୁମାର ନାୟକ, ସତୀଶ ଚନ୍ଦ୍ର ନାୟକ, ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଗୋପାଳ କୃଷ୍ଣ ପାଣିଗ୍ରାହୀ, ଗୋପାଳ ନାୟକ, ଦାମୋଦର ତ୍ରିପାଠୀ,ଗଜେନ୍ଦ୍ର କୁମାର ଦାସ, ସନ୍ତୋଷ ମିଶ୍ର, ଉପେନ୍ଦ୍ର ବିଷୋୟୀ, ପ୍ରଫୁଲ୍ଲ ସିଂ, ସରୋଜ କୁମାର ବେହେରା, ସିରାଜୁଦ୍ଧିନ ଅହମ୍ମଦ, ତ୍ରିନାଥ ମାଝୀ, ମହେଶ୍ୱର ମହାପାତ୍ର, ମହେଶ୍ୱର ବେବର୍ତ୍ତା, ଦିବ୍ୟରଂଜନ ପାତ୍ର, ସଦାଶିବ ସାହୁ, ସଲ ବାନୋ ପ୍ରମୁଖ ଯୋଗ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

twenty − seven =