ସିମନବାଡିରେ ବିଜେଡିର ମିଶ୍ରଣ ପର୍ବ, ବିଜେପି କଂଗ୍ରେସ ଛାଡ଼ି ସାମିଲ ହେଲେ ୮୦ରୁ ଉର୍ଦ୍ଧ୍ୱ କର୍ମୀ

0 182

ବାଲିଗୁଡ଼ା: ଭାଙ୍ଗୁଛି ବିରୋଧିଙ୍କ ଗଡ଼, ବଢ଼ୁଛି ବିଜେଡ଼ିର ବଳ । ପଂଚାୟତ ନିର୍ବାଚନ ଯେତିକି ପାଖେଇ ଆସୁଛି କର୍ମୀମାନଙ୍କର ଦଳ ବଦଳ ସେତିକି ବୃଦ୍ଧି ପାଉଛି କନ୍ଧମାଳ ଜିଲ୍ଲା ଘୁ-ଉଦୟଗିରି ନିର୍ବାଚନ ମଣ୍ଡଳୀ ଦାରିଙ୍ଗବାଡି ବ୍ଲକ ସିମନବାଡ଼ି ପଂଚାୟତର ୮୦ରୁ ଉର୍ଦ୍ଧ୍ୱ ବିଜେପି କଂଗ୍ରେସ କର୍ମୀ ଦଳ ଛାଡ଼ି ବିଜେଡ଼ିରେ ଯୋଗ ଦେଇଛନ୍ତି । ଦାରିଙ୍ଗବାଡ଼ି ବ୍ଳକ ସିମନବାଡ଼ି ଗ୍ରାମ ପାଟ୍ଟଖଣ୍ଡା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଥିବା ଏହି ବିଜୁ ଜନତାର ସାଙ୍ଗଠନିକ ବୈଠକ ଏବଂମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଘୁ-ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଯୋଗ ଦେଇ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେଡିକୁ ଆହୁରି ସୁଦୃଢ଼ କରିବାକୁ ଆଲୋଚନା ହୋଇଥିଲା ।

hiring

ଏହି ଅବସରରେ ବିଜେପି ଓ କଂଗ୍ରେସ ଦଳରୁ ୮୦ରୁ କର୍ମୀ ନିଜ ଦଳ ଛାଡ଼ି ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ, ଜନକଲ୍ୟାଣ କାର୍ଯ୍ୟକ୍ରମ ଓ ଘୁ ଉଦୟଗିରି ବିଧାୟକ ସାଲୁଗା ପ୍ରଧାନଙ୍କ ବଳିଷ୍ଠ ନେତୃତ୍ୱ ପ୍ରତି ଆସ୍ତା ପ୍ରକଟ କରି ବିଜେଡ଼ିରେ ସାମିଲ ହୋଇ ଆଗାମୀ ଦିନରେ ବିଜେଡ଼ି ଦଳକୁ ଅଧିକ ସୁଦୃଢ଼ ହେବାକୁ ନବାଗତ କର୍ମୀମାନେ ମତ ବ୍ୟକ୍ତ କରିଛନ୍ତି । ବିଜେଡିରେ ସାମିଲ ହୋଇଥିବା ସଦସ୍ୟମାନଙ୍କ ମଧ୍ୟରେ ବିଜେପି ଦଳରୁ ପୂର୍ବତନ ଓବିସି ମୋର୍ଚ୍ଚା ଜିଲ୍ଲା ସଭାପତି ଅଶୋକ ଚୌଧୁରୀ, ସମିତି ସଭ୍ୟା ଟୁନି ମୁଖୀ ସହିତ ସୁକଦେବ ପ୍ରଧାନ ପ୍ରମୁଖ ରହିଛନ୍ତି । ଦଳରେ ଯୋଗଦେଇଥିବା କର୍ମୀମାନଙ୍କୁ ବିଧାୟକ ସାଲୁଗା ପ୍ରଧାନ ଦଳୀୟ ଉତ୍ତରୀୟ ଦେଇ ସ୍ୱାଗତ କରିଥିଲେ । କାର୍ଯ୍ୟକ୍ରମରେ ବ୍ଲକ ବିଜେଡି ସଭାପତି ଜ୍ୟୋତିରାଜ ପ୍ରଧାନ, ବିଧାୟକ ପ୍ରତିନିଧି ଦୀପକ ସାହୁ, ଛାତ୍ର ସଭାପତି ରୂପକ ସାହୁ, ସାଧୁ ନାୟକ, ଚିତ୍ତରଞ୍ଜନ ପ୍ରଧାନ ପ୍ରମୁଖ ଯୋଗ ଦେଇଥିବା ବେଳେ ବ୍ଲକ ଯୁବ ସଭାପତି ରଞ୍ଜନ ପ୍ରଧାନ କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ ।

hiranchal ad1
Leave A Reply

Your email address will not be published.

1 × 4 =