ଘୁ ଉଦୟଗିରିରେ ୧୫ରୁ ୧୮ ବର୍ଷର କିଶୋରକିଶୋରୀଙ୍କୁ ଟିକାକରଣ ଆରମ୍ଭ

0 61

ଘୁ ଉଦୟଗିର : ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଆଜି ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଟାଉନ ହଲ ଠାରେ ୧୫ ରୁ ୧୮ ବର୍ଷ କିଶର କିଶରୀଙ୍କୁ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ଶକ୍ତିକାନ୍ତ ମଲ୍ଲିକଙ୍କ ତତ୍ତ୍ୱାବଧାନରେ ଆଜି ସହର ତଥା ଗ୍ରାମାଞ୍ଚଳର ୧୫ ରୁ ୧୮ ବର୍ଷ ବୟସର କିଶୋରକିଶୋରୀ ମାନଙ୍କର ଟିକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଜାନୁଆରୀ ୧ ତାରିଖରୁ ସ୍ଲଟ ବୁକିଙ୍ଗ ଅନଲାଇନରେ କରିବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିବା ବେଳେ ଆଜିଠାରୁ ଅଫଲାଇନ ଓ ଅନଲାଇନ ବୁକିଙ୍ଗ ପରେ କଭାକ୍ସିନ ଟିକାକରଣ ନିମନ୍ତେ ବ୍ୟବସ୍ଥା କରାଯାଇଥିଲା । ଆଜି ସ୍ଥାନୀୟ ଟାଉନ ହଲରେ ସକାଳ ୯ ଘଣ୍ଟିକା ଠାରୁ ଟିକାକରଣ ଡାକ୍ତର ରତିକାନ୍ତ ସାହୁ, ଡାକ୍ତର ଅମ୍ବିକା ଦାସ, ବିପିଏମ ରାଜ କିଶୋର ସାହୁ, ବିଏନଏଲଡବ୍ଲୁ ଶ୍ରୀନିବାସ ଚୌଧୁରୀ ଉପସ୍ଥିତରେ ଆରମ୍ଭ କରାଯାଇଛି । ଆଜି ୧୫ ବର୍ଷରୁ ଉର୍ଦ୍ଧ୍ୱ ୯୮ ଜଣଙ୍କୁ ଟିକା ଦିଆଯାଇଥିବା ସୂଚନା ରହିଛି ।

hiranchal ad1
Leave A Reply

Your email address will not be published.

two × two =