୮୩ ପୁଲିସ କର୍ମଚାରୀଙ୍କୁ କରୋନା

0 216

କୋଲକାତା: ଦେଶରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢିଚାଲିଛି । ଉଦବେଗର ବିଷୟ ହେଉଛି ଯେ ଡାକ୍ତର ଓ ପୁଲିସ ଭଳି ସମ୍ମୁଖ ଯୋଦ୍ଧାମାନେ ଅଧିକରୁ ଅଧିକ ସଂଖ୍ୟାରେ ଆକ୍ରାନ୍ତ ହେଉଛନ୍ତି । ଦେଶରେ ସଂକ୍ରମିତ ଡାକ୍ତରଙ୍କ ସଂଖ୍ୟା ୧୦୦ ଟପିଥିବା ବେଳେ ପୁଳିସ କର୍ମଚାରୀଙ୍କ ଶହେ ନିକଟବର୍ତ୍ତୀ ହୋଇଛି । ପଶ୍ଚିମବଙ୍ଗରେ ୮୩ ଜଣ ପୁଲିସ କର୍ମଚାରୀ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଅଧିକାଂଶ ଆଇପିଏସ ର‍୍ୟ।।ଙ୍କର । ଆକ୍ରାନ୍ତ କର୍ମଚାରୀଙ୍କ ମଧ୍ୟରୁ ୪୭ ଜଣ ହୋମ ଆଇସୋଲେସନ୍‌ରେ ଥିବା ବେଳେ ୧୬ ଜଣ ହସପିଟାଲରେ ଭର୍ତ୍ତି ହୋଇଛନ୍ତି । ସେହିପରି କୋଲାକାତା ମେଡିକାଲରେ ଡାକ୍ତର ଏବଂ ଷ୍ଟାଫଙ୍କୁ ମିଶାଇ ୧୦୦ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଉତ୍ତର ବେଙ୍ଗଲ ମେଡିକାଲ କଲେଜ ଏବଂ ହସପିଟାଲରେ ୨୫ ଜଣ କୋଭିଡ୍‌ ଜାଲରେ ଫସିଛନ୍ତି । ସମସ୍ତଙ୍କୁ ହୋମ ଆଇସୋଲେସନ ପାଇଁ ପଠାଇ ଦିଆଯାଇଛି । ସୋମବାର କୋଲକାତା ଜାତୀୟ ମେଡିକାଲ କଲେଜ ଏବଂ ହସପିଟାଲରେ ୭୦ ଜଣ ଡାକ୍ତର, କାଳିଘାଟି ଚିତ୍ତରଞ୍ଜନ ସେବା ସଦନ ଏବଂ ସିସୁ ସଦନ ହସପିଟାଲର ୨୪ ଜଣ କୋଭିଡ୍‌ରେ ଆକ୍ରାନ୍ତ ହୋଇଛନ୍ତି ।

hiranchal ad1
Leave A Reply

Your email address will not be published.

3 + 4 =