ଓଡିଶାରେ ଦିଲ୍ଲୀ ପରି ସ୍ଥିତି ହେବା ଆଶଙ୍କା !

0 131

ଭୁବନେଶ୍ବର : ରାଜ୍ୟରେ କୋଭିଡ୍ ସଂକ୍ରମଣ ବଢିବା ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେ କହିଛନ୍ତି, ଓଡ଼ିଶାରେ ଯେପରି ବଢୁଛି ପୂର୍ବରୁ ବି ଅନ୍ୟ ରାଜ୍ୟରେ ଏପରି ସଂକ୍ରମଣ ବଢ଼ୁଥିଲା। ବର୍ତ୍ତମାନ ଟ୍ରାନ୍ସମିସନ ହାର ଅଧିକ ରହୁଛି । ବର୍ତ୍ତମାନ ଯେପରି ସଂକ୍ରମଣ ବଢୁଛି ଦିଲ୍ଲୀ ପରି ବଢିବ ବୋଲି ଆଶଙ୍କା ରହିବା ଆବଶ୍ୟକ । ପଜିଟିଭିଟି ହାର ୧ ପ୍ରତିଶତ ଉପରକୁ ଗଲାଣି । ଟ୍ରାନ୍ସମିସନ ଚେନ୍ ବ୍ରେକ୍ ପାଇଁ ଉଦ୍ୟମ କରାଯାଉଛି ।

hiring

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଚିକିତ୍ସା ଭିତ୍ତିଭୂମି ବଢ଼ାଯିବ । ଔଷଧ, ଅକ୍ସିଜେନ ଭିତ୍ତିଭୂମି ସଜାଡ଼ିବା ପାଇଁ ପ୍ରସ୍ତୁତ ହେଉଛି ।  ୩-ଟି ଉପରେ ଗୁରୁତ୍ବ ଦେଇ କାର୍ଯ୍ୟ କରୁଛି ସ୍ବାସ୍ଥ୍ୟ ବିଭାଗ । ସ୍ବାସ୍ଥ୍ୟ ଭିତ୍ତିଭୂମି ବଢାଇବା ସହ ଟେଷ୍ଟ, ଟ୍ରାକ୍ ଟିକାକରଣକୁ ଗୁରୁତ୍ବ ଦିଆଯାଉଛି । ସଂକ୍ରମଣ ରୋକିବା ପାଇଁ ଭିଡ଼ ଏଡ଼ାଇବା ସହ ମାସ୍କ ପିନ୍ଧିବା ଜରୁରୀ । ୬୦-୭୦ ହଜାର ଟେଷ୍ଟ କରାଯାଉଛି । ବର୍ତ୍ତମାନ କମ୍ୟୁନିଟି ଟ୍ରାନ୍ସମିସନ ଚାଲିଛି । ବିଭାଗ ସରକାର ପ୍ରୟାସ ଜାରି ରଖିଛନ୍ତି । ଲୋକ ନିୟମ ମାନନ୍ତୁ । ଦ୍ବିତୀୟ ଲହର ପିକ୍ ସମୟରେ ଯେତିକି ବେଡ଼ ଓ ଭିତ୍ତିଭୂମି ଥିଲା ସେହି ଅନୁସାରେ ସମସ୍ତ ପ୍ରାଇଭେଟ୍ ଓ ସରକାରୀ ହସ୍ପିଟାଲରେ ପ୍ରସ୍ତୁତି କରୁଛୁ ।

hiranchal ad1
Leave A Reply

Your email address will not be published.

5 × two =