ରାଜ୍ୟର ସମସ୍ତ ସହରାଞ୍ଚଳରେ ଏଣିକି ରାତି ୯ଟାରୁ ନାଇଟ୍‌କର୍ଫ୍ୟୁ

0 175

ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ବତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ ଜେନା । ଭିଡିଓ ବାର୍ତ୍ତା ମାଧ୍ୟମରେ ରାଜ୍ୟରେ ସଂକ୍ରମଣ ବୃଦ୍ଧିକୁ ନେଇ ନୂଆ ଗାଇଡଲାଇନ୍‌ ଜାରି କରିଛନ୍ତି । ରାଜ୍ୟର ସମସ୍ତ ସହରାଞ୍ଚଳରେ ଏଣିକି ରାତି ୯ଟାରୁ ନାଇଟ୍‌କର୍ଫ୍ୟୁ ଲାଗୁ କରାଯାଇଛି । ଆସନ୍ତା ଜାନୁଆରୀ ୯ତାରିଖରୁ ରାଜ୍ୟର ସମସ୍ତ ସହରାଞ୍ଚଳରେ ଲାଗୁହେବ ନାଇଟ୍‌କର୍ଫ୍ୟୁ । ଏହା ସହିତ ରାଜ୍ୟରେ ବନ୍ଦ ରହିବ କ୍ଲାସରୁମ୍‌ ପାଠପଢା । ଦ୍ବାଦଶ ଶ୍ରେଣୀ ଯାଏଁ ଜାରିରହିଥିବା କ୍ଲାସ୍‌ ରୁମ୍‌ ପାଠପଢା ବନ୍ଦ ରହିବ । ପୂର୍ବପରି ଅନଲାଇନ୍‌ରେ ପାଠପଢା ଜାରି ରହିବ ।

hiring

ଏସ୍‌ଆର୍‌ସି ଜାରି କରିଥିବା ନୂଆ ଗାଇଡଲାଇନ୍‌ ଅନୁଯାୟୀ, ୫୦ ପ୍ରତିଶତ କର୍ମଚାରୀରେ ଚାଲିବ ସରକାରୀ ଅଫିସ୍‌ । ଏହା ସହିତ ୧୦୦ ଲୋକଙ୍କୁ ନେଇ ବିବାହ କାର୍ଯ୍ୟ ଏବଂ ବ୍ରତଘର କାର୍ଯ୍ୟ ଚାଲୁରହିବ ।

hiranchal ad1
Leave A Reply

Your email address will not be published.

four × four =