ବୌଦ୍ଧ ଜିଲ୍ଲାର ଚୂଡାନ୍ତ ଭୋଟର ତାଲିକା ପ୍ରକାଶିତ

0 349

ବୌଦ୍ଧ:ବୌଦ୍ଧ ଜିଲ୍ଲାରେ ଚଳିତ ବର୍ଷର ଚୂଡାନ୍ତ ଭୋଟର ତାଲିକା ପ୍ରକାଶିତ କରାଯାଇଅଛି । ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଜିଲ୍ଲାର ସମସ୍ତ ରାଜନୈତିକ ଦଳର କର୍ମକର୍ତ୍ତା ଉପସ୍ଥିତ ଥିଲେ ।
ଚଳିତ ବର୍ଷ ଭୋଟର ମାନଙ୍କ ସୁବିଧା ନିମନ୍ତେ ଭୋଟର ହେଲ୍ପଲାଇନ ଆପ ପ୍ରଚଳିତ କରାଯାଇଥିଲା । ଏହି ଆପ ଦ୍ୱାରା ସାଧାରଣ ଜନତା ଭୋଟର ତାଲିକାରେ ନିଜ ନାମ ଯାଞ୍ଚ, ସଂଶୋଧନ, ସ୍ଥାନାନ୍ତର ଅଥବା ନୂତନ ଭୋଟର ଭାବରେ ଆବେଦନ କରିଥିଲେ ।
୮୫-କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ମହିଳା-୮୫୮୪୦, ପୁରୁଷ-୮୨୩୫୦ ତୃତୀୟ ଲିଙ୍ଗ-୨ ଏବଂ ୮୬ ବୌଦ୍ଧ ନିର୍ବାଚନ ମଣ୍ଡଳୀ ରେ ମହିଳା- ୮୫୦୦୬ , ପୁରୁଷ-୮୦୬୬୩ ତୃତୀୟ ଲିଙ୍ଗ-୫ ପଞ୍ଜୀକୃତ ହୋଇଛନ୍ତି । ଗତ ଚୂଡାନ୍ତ ଭୋଟର ତାଲିକାରେ ୭୯୭୬ ଭୋଟର ବୃଦ୍ଧି ହୋଇ ସମୁଦାୟ ୩୩୩୮୬୬ ଭୋଟର ପଞ୍ଜୀକୃତ ହୋଇଛନ୍ତି ବୋଲି ଉପ-ଜିଲ୍ଲାପାଳ ତଥା ନିର୍ବାଚନ ପଞ୍ଜୀକରଣ ଅଧିକାରୀ ସନତ କୁମାର ନାଏକ ସୂଚନା ଦେଇଥିଲେ ।
ଭାରତୀୟ ଜନତା ପାର୍ଟି ତରଫରୁ ଜିଲ୍ଲା ସଭାପତି ବିପ୍ରଚରଣ ମହାନ୍ତି ,ଭାରତୀୟ ଜାତୀୟ କଂଗ୍ରେସ ପାର୍ଟି ତରଫରୁ ସମରେଶ ମିଶ୍ର , କମ୍ୟୁନିଷ୍ଟ ପାର୍ଟି (ସି.ପି.ଆଇ) ରୁ ଅବକାଶ ସାହୁ ଏବଂ ବିଜୁ ଜନତା ଦଳରୁ କମ୍ଭୁଧର କ୍ଷେତି ଉପସ୍ଥିତ ଥିଲେ ।
ଅନ୍ୟ ମାନଙ୍କ ମଧ୍ୟରେ ଅବନିକାନ୍ତ ସାହୁ, ଡେପୁଟି କଲେକ୍ଟର (ନିର୍ବାଚନ), ଉପ ବିଭାଗ ଅଧିକାରୀ ରାଜଗୋପାଳ ମହାପାତ୍ର, ବରିଷ୍ଠ ରାଜସ୍ୱ ସହାୟକ ସରୋଜ କୁମାର ବେହେରା ଏବଂ କନିଷ୍ଠ ରାଜସ୍ୱ ସହାୟକ ଜିତେନ୍ଦ୍ର କୁମାର ମେହେର ଓ ଉମାକାନ୍ତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

two × five =