ନବରଙ୍ଗପୁର: ଭାରତୀୟ ରେଡ଼କ୍ରସ ସୋସାଇଟି, ଓଡ଼ିଶା ରାଜ୍ୟ ଶାଖା ପକ୍ଷରୁ, ନବରଙ୍ଗପୁର ଜିଲ୍ଲା ନିମନ୍ତେ ପାଞ୍ଚ ଶହ ସ୍ୱଚ୍ଛତା କିଟ ଭାରତୀୟ ରେଡ଼କ୍ରସ ଜିଲ୍ଲା ଶାଖା ନବରଙ୍ଗପୁରକୁ ପ୍ରଦାନ କରାଯାଇଛି । ଏହି ସ୍ୱଚ୍ଛତା କିଟ ହସ୍ତାନ୍ତର ସମୟରେ ରାଜ୍ୟ ରେଡ଼କ୍ରସ ସୋସାଇଟି ତରଫରୁ ପ୍ରକଳ୍ପ ସଂଯୋଜକ, ଗୁଲସନ କୁମାର ଦାଶ, ଶିଶିର କୁମାର ରାଉତ, ଚନ୍ଦନ କୁମାର ସ୍ୱାଇ, ଜିଲ୍ଲା ଦୁର୍ଗମାଧବ ପଣ୍ଡା, ଅଭିନାଶ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ସ୍ୱଚ୍ଛତା କିଟ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ଗ୍ରହଣ କରିବା ପରେ ନବରଙ୍ଗପୁର ଜିଲ୍ଲା ଶାଖା ରେଡ଼କ୍ରସ ଅଧ୍ୟକ୍ଷ ତଥା ଜିଲ୍ଲାପାଳ ଡ଼ଃ କମଳ ଲୋଚନ ମିଶ୍ର ସେହି କିଟକୁ ମାଝୀଗୁଡା ସ୍ଥିତ ନିର୍ମଳ ଆକାଶ ବୃଦ୍ଧାଶ୍ରମର ୨୪ ଜଣ ଅନ୍ତେବାସୀ ଏବଂ ମାଝୀଗୁଡା ସ୍ଥିତ ଦିନ ଦୟାଲ ଉପାଧ୍ୟାୟର ୪୧ଜଣ ଶିଶୁ ମାନଙ୍କୁ ପ୍ରଦାନ କରିଥିଲେ । କିଟ ପ୍ରଦାନ ସମୟରେ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ମୌସୁମୀ ନାୟକ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ ପଟ୍ଟନାୟକ,ଏ. ଧନଞ୍ଜୟ ରାଓ, ବରିଷ୍ଠ ରାଜସ୍ୱ ସହାୟକ, ତ୍ରିପତି ବାଲାଜୀ ସାହୁ, ସନ୍ଦୀପ ନାୟକ, ସାମଲ ସିଂ,ବିନୋଦ କୁମାର ନାୟକ, କେ.ଭେଙ୍କେଟ ରାଓ ପ୍ରମୁଖ ଉପସ୍ଥିତ ଥିଲେ ।