ମୋଦିଙ୍କ ସୁରକ୍ଷାରେ ତ୍ରୁଟି ଘଟଣା:ପଞ୍ଜାବ ସିଏମଙ୍କ ଉପରେ ଚିହିଁକି ଉଠିଲେ ସୋନିଆ

0 245

ନୂଆଦିଲ୍ଲୀ : ପଞ୍ଜାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାରେ ତ୍ରୁଟି ପ୍ରସଙ୍ଗକୁ ନେଇ ବିଜେପି ରାଜ୍ୟର କଂଗ୍ରେସ ସରକାରକୁ ଘେରିଥିବା ବେଳେ ରାଜ୍ୟ ମୁଖ୍ୟମନ୍ତ୍ରୀ ଚରଣଜିତ ଚନ୍ନି ନିଜକୁ ବଞ୍ଚାଇବା ପାଇଁ ସବୁପ୍ରକାର ପ୍ରୟାସ କରୁଛନ୍ତି । ତେବେ କଂଗ୍ରେସ ଏହି ଘଟଣାକୁ ନେଇ ବିଜେପିକୁ ଟାର୍ଗେଟ କରୁଥିବା ବେଳେ ଏହାର ହାଇକମାଣ୍ଡ ସୋନିଆ ଗାନ୍ଧି ଦଳୀୟ ଲୋକ,ଏପରିକି ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଉପରେ ଚିହିଁକିଛନ୍ତି । ସୋନିଆ ଏ ଘଟଣାରେ ରାଜ୍ୟ ସରକାରଙ୍କ ଦାୟିତ୍ୱହୀନତା ନେଇ ଭୀଷଣ ଅସନ୍ତୋଷ ପ୍ରକାଶ କରିଛନ୍ତି । ଆଜି ସୋନିଆ ମୁଖ୍ୟମନ୍ତ୍ରୀଙ୍କ ସହ ଫୋନ ମାଧ୍ୟମରେ କଥାହୋଇ ସମ୍ପୂର୍ଣ୍ଣ ଘଟଣାବଳୀ ବାବଦରେ ପଚାରି ବୁଝିଥିଲେ । ଆଲୋଚନା ବେଳେ ସେ ତାଙ୍କର ବିରକ୍ତି ଭାବ ପ୍ରକାଶ କରିବା ସହ ଦାୟିତ୍ୱବାନ୍‌ ହୋଇ କାର୍ଯ୍ୟ କରିବାକୁ ତାଗିଦ କରିଥିଲେ । ସୋନିଆ ଚନ୍ନିଙ୍କୁ କହିଛନ୍ତି ଯେ, ‘ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ମାମଲାରେ ପୁରା ଧ୍ୟାନ ଦିଆଯିବା ଉଚିତ । ଏଥିପାଇଁ ଯିଏବି ଦୋଷୀ ସେମାନଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ । ପ୍ରଧାନମନ୍ତ୍ରୀ ପୁରା ଦେଶବାସୀଙ୍କର । ତାଙ୍କର ସୁରକ୍ଷା ପ୍ରାଥମିକତା । ଏଥିରେ ଅବହେଳା ଓ ଦାୟିତ୍ୱହୀନତା ଆଦୌ ଠିକ ନୁହେଁ ବୋଲି ସେ ଜଣାଇ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

three × 5 =