ନୂଆଦିଲ୍ଲୀ : ଆଇପିଏଲ୍ ଏବଂ ବିଜୟ ହାଜାରେ ଟ୍ରଫିରେ ଉଚ୍ଚକୋଟୀର ପ୍ରଦର୍ଶନ ପରେ ଭେଙ୍କଟେଶ ଆୟର୍ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦିନିକିଆ ସିରିଜ୍ ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି । ଆୟର୍ଙ୍କୁ ଅଲରାଉଣ୍ଡର ଭାବରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିକଳ୍ପ ଭାବରେ ଦେଖାଯାଉଛି । ୨୭ ବର୍ଷୀୟ ଆୟର୍ ଉଭୟ ଓପନର୍ ଏବଂ ଫିନିଶର୍ ଭୂମିକା ନିଭାଇବାକୁ ସକ୍ଷମ । ଆୟର କହିଛନ୍ତି ଯେ ସେ ବର୍ତ୍ତମାନ ବୋଲିଂ ଉପରେ ଅଧିକ ଧ୍ୟାନ ଦେଉଛନ୍ତି । ଆୟର୍ ବିଶ୍ୱାସ କରନ୍ତି ଯେ ସେ ଦକ୍ଷିଣ ଆଫ୍ରିକାର ବାଉନ୍ସ ପିଚ୍ ଉପରେ ଦ୍ରୁତ ବୋଲିଂ କରିବାରେ ସେ ସକ୍ଷମ ହେବେ ।
ଏକ ସାକ୍ଷାତକାରରେ ଭେଙ୍କଟେଶ ଆୟର କହିଛନ୍ତି ଯେ ମୁଁ ଗତ ଦୁଇ ବର୍ଷ ଧରି ଜଣେ ଓପନର୍ ଥିଲି । ସେ କହିଛନ୍ତି, “ବର୍ତ୍ତମାନର ବିଜୟ ହଜାରେ ଟ୍ରଫିରେ ମୁଁ ମଧ୍ୟମ କ୍ରମରେ ବ୍ୟାଟିଂ କରିସାରିଛି ଏବଂ ଅତୀତରେ ମଧ୍ୟ ଏହା କରିଆସୁଛି । ତେଣୁ ମୋର ବ୍ୟାଟିଂ ଅର୍ଡର ପରିବର୍ତ୍ତନରେ କୌଣସି ଅସୁବିଧା ହେବ ନାହିଁ । ମତେ ଜଣା ଅଛି ଯେ, ମୁଁ ଦଳ ପାଇଁ ଫିନିସର ଭୂମିକା ନିଭାଇବି । ମୁଁ ଏଥିପାଇଁ ଶାରୀରିକ ଏବଂ ମାନସିକ ସ୍ତରରେ ପ୍ରସ୍ତୁତ ବୋଲି ସେ କହିଛନ୍ତି ।
ଆଇପିଏଲ୍ ୨୦୨୧ ରେ କୋଲକାତା ନାଇଟ୍ ରାଇଡର୍ସ ପାଇଁ ଖେଳିଥିବା ଆୟର୍ ତାଙ୍କର ପ୍ରଥମ ସିଜିନରେ ଏକ ଜବରଦସ୍ତ ପ୍ରଭାବ ପକାଇଥିଲେ । ଆଇପିଏଲରେ ତାଙ୍କ ପ୍ରଦର୍ଶନ ଉପରେ ସେ କହିଛନ୍ତି, “ଆଇପିଏଲରେ ଖେଳିବା ନେଇ ମୁଁ ଆଶାବାଦୀ ଥିଲି । ମୁଁ ଜାଣିଥିଲି ଯଦି ସୁଯୋଗ ଦିଆଯାଏ, ମୁଁ ଭଲ କରିବି । କିନ୍ତୁ ମୁଁ ନିଜଠାରୁ ଅଧିକ ଆଶା ରଖିନଥିଲି । ଏହା ମୋର ପ୍ରଥମ ସିଜିନ ଥିଲା ଏବଂ ମୁଁ ପ୍ରତି ସେକେଣ୍ଡରେ ଉପଭୋଗ କରିଥିଲି ।
ବିଜୟ ହାଜେରେ ଟ୍ରଫିରେ ୬ ଇନିଂସରେ ୬୩ ହାରରେ ୩୭୯ ରନ୍ ସଂଗ୍ରହ କରିଥିଲେ । ଏଥିରେ ଦୁଇ ଶତକ ଓ ଗୋଟିଏ ଅର୍ଦ୍ଧଶତକ ଅନ୍ତର୍ଭୁକ୍ତ । ସେ ୧୫୧ ରନର ଏକ ବଡ ଇନିଂସ ଖେଳିଥିଲେ । ବୋଲିଂରେ ମଧ୍ୟ ସେ ଚମତ୍କାର ପ୍ରଦର୍ଶନ କରି ୯ ୱିକେଟ୍ ନେଇଥିଲେ । ଏହାପୂର୍ବରୁ ତାଙ୍କୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜରେ ମଧ୍ୟ ସୁଯୋଗ ଦିଆଯାଇଥିଲା ।
Sign in
Sign in
Recover your password.
A password will be e-mailed to you.