ବାଜିଲା ବିଗୁଲ୍‌ : ଫେବୃଆରୀ ୧୬ରୁ ପଞ୍ଚାୟତ ଭୋଟ, ୫ ପର୍ଯ୍ୟାୟରେ ନିର୍ବାଚନ

0 988

ଭୁବନେଶ୍ୱର ୧୧।୦୧ : କଳ୍ପନାଜଳ୍ପନାରେ ହେଲା ଅନ୍ତ । ସବୁ ଆଶା ଓ ଆଶଙ୍କାରେ ପଡିଲା ପୂର୍ଣ୍ଣଚ୍ଛେଦ । ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା କଲେ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର । ଏକ ପ୍ରେସ୍‌ମିଟ୍‌ ଜରିଆରେ ଆଗାମୀ ଦିନରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ ।

hiring

ନିର୍ବାଚନ କମିଶନରଙ୍କ ସୂଚନାଅନୁସାରେ, ଆଗାମୀ ଫେବୃଆରୀ ୧୬ରୁ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ ଆରମ୍ଭ ହେବ । ଏହାପରେ ଫେବୃଆରୀ ୧୮ରେ ୨ୟ, ଫେବୃଆରୀ ୨୦ରେ ୩ୟ, ଫେବୃଆରୀ ୨୨ରେ ୪ର୍ଥ, ଫେବୃଆରୀ ୨୪ରେ ୫ମ ପର୍ଯ୍ୟାୟରେ ହେବ ମତଦାନ । ଚଳିତ ବର୍ଷ ରାଜ୍ୟରେ ମୋଟ ୫ଟି ପର୍ଯ୍ୟାୟରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ । ନିର୍ବାଚନ ତାରିଖ ଘୋଷଣା ହେବା ସହ ଆଜିଠୁ ଆଚରଣ ବିଧି ଲାଗୁ ହୋଇଛି । ସେହିପରି ଭୋଟ ଗଣତି ଫେବୃୟାରୀ ୨୬,୨ ଓ ୨୮ରେ ହେବ ।ନିର୍ବାଚନ କମିଶନରଙ୍କ ସୂଚନାଅନୁସାରେ, ନିର୍ବାଚନ ପାଇଁ ଜାନୁଆରୀ ୧୭ ତାରିଖରୁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ । ଏହା ଜାନୁଆରୀ ୨୧ ଯାଏଁ ଚାଲିବ । ୨୨ରେ ପ୍ରାର୍ଥୀପତ୍ର ଯାଞ୍ଚ ହେବ । ସେହିପରି ୨୫ ତାରିଖ ଯାଏଁ ପ୍ରାର୍ଥୀପତ୍ର ପ୍ରତ୍ୟାହାର ସୁଯୋଗ ମିଳିବ । ଜାନୁଆରୀ ୨୮ରେ ପ୍ରକାଶ ପାଇବ ଚୂଡାନ୍ତ ପ୍ରାର୍ଥୀ ତାଲିକା ।ସେହିପରି କରୋନା ଗାଇଡଲାଇନ୍ ପାଇଁ ରାଲି, ସମାବେଶ ଆଦି ହୋଇପାରିବ ନାହିଁ । କେବଳ ଘରକୁ ଘର ବୁଲି ପ୍ରାର୍ଥୀମାନେ କ୍ୟାମ୍ପେନିଂ କରିପାରିବେ । ଏହାସହ କୌଣସି ସ୍ଥାନରେ ଶୋଭାଯାତ୍ରା ମଧ୍ୟ ହେବ ନାହିଁ । ବିଜୟୀ ହେଲା ପରେ ଦଳମାନେ ସମାବେଶ ବା ବିଜୟୀ ଶୋଭାଯାତ୍ରା କରିପାରିବେ ନାହିଁ । କେବଳ ଆରଟିପିସିଆର କିମ୍ବା ଆଣ୍ଟିଜେନ୍ ଟେଷ୍ଟ୍ ନେଗେଟିଭ୍ ରିପୋର୍ଟ ଥିବା ବ୍ୟକ୍ତିଙ୍କୁ ପୁଲିଂ ବୁଥ ମଧ୍ୟକୁ ପ୍ରବେଶ ଅନୁମତି ମିଳିବ । ଏହାସହ ଡବଲ ଡୋଜ୍ ଟିକା ନେଇଥିବା ମଧ୍ୟ ଜରୁରୀ । କୋଭିଡ଼ ସଂକ୍ରମଣକୁ ଦୃଷ୍ଟିରେ ରଖି ଗାଇଡ଼ଲାଇନ୍‌ ପ୍ରସ୍ତୁତ କରାଯାଇଛି । କୋଭିଡ଼ ସ୍ଥିତିକୁ ଦେଖି ସରକାରଙ୍କ ସହିତ ଆଲୋଚନା ହୋଇଛି ।

hiranchal ad1
Leave A Reply

Your email address will not be published.

five + fifteen =