Cockroach Janta Party: କକ୍ରୋଚ୍ ଜନତା ପାର୍ଟିକୁ ନେଇ ଦେଶବ୍ୟାପୀ ଚର୍ଚ୍ଚା ; ଭାଇରାଲ୍ ହେଉଛି ବ୍ୟଙ୍ଗାତ୍ମକ ମେନିଫେଷ୍ଟୋ

0 61

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ନୂଆ ରାଜନୈତିକ ଦଳକୁ ନେଇ ଲାଗି ରହିଛି ଜୋରଦାର ଚର୍ଚ୍ଚା , ଯାହାର ନାଁ ହେଉଛି ‘କକ୍ରୋଚ୍ ଜନତା ପାର୍ଟି’। ଆପଣ ଏହାକୁ ହଲିଉଡ୍ କିମ୍ବା ବଲିଉଡ୍ ଫିଲ୍ମର ନାଁ ଭାବି ଭ୍ରମରେ ପଡ଼ିପାରନ୍ତି, କିନ୍ତୁ ଏହା ହେଉଛି ଭାରତର ସବୁଠାରୁ ଭାଇରାଲ୍ ବ୍ୟଙ୍ଗାତ୍ମକ ଡିଜିଟାଲ୍ ଆନ୍ଦୋଳନ ।

ସୁପ୍ରିମକୋର୍ଟର ଜଣେ ବରିଷ୍ଠ ବିଚାରପତିଙ୍କ ବିବାଦୀୟ ମନ୍ତବ୍ୟ ପରେ ଦେଶର ବେରୋଜଗାର ଯୁବପିଢ଼ି ଏହି ଅଭିନବ ଢଙ୍ଗରେ ପ୍ରତିବାଦ ଆରମ୍ଭ କରିଛନ୍ତି। ଆଶ୍ଚର୍ଯ୍ୟର କଥା ହେଉଛି, ଏହି ପାର୍ଟିର ନିଆରା ମେନିଫେଷ୍ଟୋ ଦେଖି ଟିଏମସି ସାଂସଦ ମହୁଆ ମୈତ୍ରା ଏବଂ କୀର୍ତ୍ତି ଆଜାଦ୍ ମଧ୍ୟ ଏଥିରେ ସାମିଲ ହେବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ମାତ୍ର ୩ ଦିନରେ ଏହି ପାର୍ଟିରେ ପ୍ରାୟ ୮୦, ୦୦୦ରୁ ଅଧିକ ସଦସ୍ୟ ଯୋଡ଼ି ହୋଇସାରିଲେଣି ।

hiring

ଏମିତିକି ସୋସିଆଲ ମିଡିଆ ଏକ୍ସ (X) ଏବଂ ଇନଷ୍ଟାଗ୍ରାମରେ ଏବେ ଟ୍ରେଣ୍ଡ କରୁଛି ‘କକ୍ରୋଚ୍ ଜନତା ପାର୍ଟି । ପ୍ରକୃତରେ, କୋର୍ଟ ଶୁଣାଣି ବେଳେ ବେରୋଜଗାର ଯୁବକ ଏବଂ ଆକ୍ଟିଭିଷ୍ଟ ମାନଙ୍କୁ କିଛି ମନ୍ତବ୍ୟ କାରଣରୁ ଆକ୍ଷେପ କରାଯିବା ପରେ, ସେହି ଅପମାନକୁ ଅସ୍ତ୍ର କରି ଯୁବପିଢ଼ି ଏହି ମିମ୍-ଆଧାରିତ ପାର୍ଟି ଗଠନ କରିଛନ୍ତି । ଏମିତିକି ଏହି ପାର୍ଟି ‘ଅଳସୁଆ ଏବଂ ବେରୋଜଗାରଙ୍କ ସ୍ୱର’ ହେବ ବୋଲି କୁହାଯାଉଛି । ତେବେ ଏହାର ୫-ଦଫା ବିଶିଷ୍ଟ ମେନିଫେଷ୍ଟୋ ମଧ୍ୟ ସୋସିଆଲ୍ ମିଡ଼ିଆରେ ଖୁବ୍ ଭାଇରାଲ୍ ହେଉଛି ।

ମେନିଫେଷ୍ଟୋରେ ଦାବି କରାଯାଇଛି ଯେ, ଚିଫ୍ ଜଷ୍ଟିସମାନଙ୍କୁ ଅବସର ପରେ ରାଜ୍ୟସଭା ସିଟ୍ ମିଳିବ ନାହିଁ, ରାଜନୈତିକ ଦଳ ବଦଳ କରୁଥିବା ନେତାଙ୍କ ଉପରେ ୨୦ ବର୍ଷର ନିର୍ବାଚନ ବ୍ୟାନ୍ ଲାଗିବ ଏବଂ କ୍ୟାବିନେଟ୍‌ରେ ମହିଳାଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ ରହିବ। ଏହା ସହ ଏଥିରେ ବଡ଼ ବଡ଼ ଗଣମାଧ୍ୟମ ଆଙ୍କରମାନଙ୍କ ବ୍ୟାଙ୍କ ଆକାଉଣ୍ଟର ଅଡିଟ୍ କରିବାକୁ ମଧ୍ୟ ଦାବି କରାଯାଇଛି । ଅନ୍ୟପଟେ ଏହି ବ୍ୟଙ୍ଗକୁ ସମର୍ଥନ କରି ଟିଏମସି ସାଂସଦ ମହୁଆ ମୈତ୍ରା ଉପହାସ ଛଳରେ ଏଥିରେ ସାମିଲ ହେବାକୁ ପୋଷ୍ଟ କରିବା ପରେ ସୋସିଆଲ୍ ମିଡ଼ିଆରେ ଏହାକୁ ନେଇ ଚର୍ଚ୍ଚା ଲାଗି ରହିଛି ।

hiranchal ad1
Leave A Reply

Your email address will not be published.

seventeen − 12 =