ଡଃ. ଭୀମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ବିଜେପି ଅନୁସୂଚିତ ଜାତି ତରଫରୁ ଧାରଣା

0 76

ବୌଦ୍ଧ,୧୦/୧- ଆଜି ଜିଲ୍ଲା କୋର୍ଟଛକ ବୌଦ୍ଧ ଠାରେ ଅନୁସୂଚିତ ଜାତି ମୋର୍ଚ୍ଚା ଜିଲ୍ଲା ସଭାପତି ରାଜୀବ କୁମାର ଦେହୁରୀଙ୍କ ନେତୃତ୍ୱରେ ଡ. ଭୀମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଏକ ଘଣ୍ଟିଆ ଧାରଣା ଅନୁଷ୍ଠିତ ହୋଇଥିଲା । ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଜୀଙ୍କ ସୁରକ୍ଷାରେ ଅବହେଳା କରି ପଞ୍ଜାବ ରାଜ୍ୟ ସରକାର ଲୋକତନ୍ତ୍ର ଓ ସମ୍ବିଧାନକୁ ଧ୍ୱଂସ କରିବା ପାଇଁ , କଂଗ୍ରେସର ହତ୍ୟା ଷଡଯନ୍ତ୍ର ପ୍ରତିବାଦରେ ବିଜେପି ବୌଦ୍ଧ ଜିଲ୍ଲା ଅନୁସୂଚିତ ଜାତି ମୋର୍ଚ୍ଚା ତରଫରୁ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ସଭାପତି ବିପ୍ରଚରଣ ମହାନ୍ତିଙ୍କ ସହିତ ବିଜେପି ବରିଷ୍ଠ ନେତୃବୃନ୍ଦ ମନରଞ୍ଜନ ଦାସ , ଶ୍ରୀମତି ନମିତା ରାଣୀ ଦାସ , ଶାନ୍ତନୁ ପ୍ରଧାନ, ବିକାଶ ଚନ୍ଦ୍ର ମହାକୁଡ, ତ୍ରିପୁରାରି ବେହେରା, ବସନ୍ତ ଖୁରା, କୃଷ୍ଣ କୁମ୍ଭାର, ତ୍ରିନାଥ ଖପରଧୂଆ, ବିଶ୍ୱାମିତ୍ର ସୁନା, ରଞ୍ଜନ ବାଘ, ଦୁଃଖିଶ୍ୟାମ ଝାଙ୍କର, କପିଳ ମହାଳିକ, ବଳଭଦ୍ର ଭରା ସାଗର, ପ୍ରମୁଖ ବହୁ ନେତୃବୃନ୍ଦ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।

hiranchal ad1
Leave A Reply

Your email address will not be published.

7 + 17 =