ଧାନ ମଣ୍ଡି ଅବ୍ୟବସ୍ଥାକୁ ନେଇ କୃଷକମାନଙ୍କର ବିକ୍ଷୋଭ ଓ ଗଣଧାରଣା

0 92

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଗଜପତି ଜିଲ୍ଲା କୃଷକ ସଙ୍ଘ ସଭାପତି ସୂର୍ଯ୍ୟ ନାରାୟଣ ପଟ୍ଟନାୟଙ୍କ ନେତୃତ୍ୱରେ ସହରର ଫାୟାର ଷ୍ଟେସନ ଛକଠାରୁ କୃଷକମାନେ ବିଭିନ୍ନ ସ୍ଲୋଗାନ ଓ ନାରାବାଜି ଦେଇ ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚି ସେଠାରେ ବିକ୍ଷୋଭ ଓ ଗଣଧାରଣା ଦେଇଥିଲେ । ୪ ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ଜିଲ୍ଲା ପ୍ରଶାସନ ପକ୍ଷରୁ ସହକାରୀ ଉପ ଜିଲ୍ଲାପାଳ ଜୁବୁଲି ବେହେରା ଓ ଯୋଗାଣ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି । ଚାଷୀଙ୍କ ଧାନ ମଣ୍ଡିରେ ବିକ୍ରି ହୋଇ ପାରୁ ନଥିବା, ମଣ୍ଡିରେ ଧାନର ମାନ ନିର୍ଦ୍ଧାରଣ କରାଇ ମିଲର ଧାନ ନେବାକଥା, ମିଲର ମାନଙ୍କ ଇଙ୍ଗିତରେ ଧାନ ମିଲ ପରିସରକୁ ନେଇ ଧାନର ମାନ ଖରାପ କହି ୫,୬ କେଜି ଧାନ ଅଧିକା ମାଗି ଚାଷୀଙ୍କୁ ହଇରାଣ କରୁଛନ୍ତି । ଅନେକ ଚାଷୀଙ୍କ ନଥିପତ୍ର ଦେବା ସତ୍ତେ୍ୱ ପଞ୍ଜିକରଣ ହୋଇ ନ ପାରିବା, କେତେକଙ୍କ ଜମିର ପରିମାଣ କମ ଆସିଛି, କେତେ ଚାଷୀଙ୍କୁ ମେସେଜ ଆସି ନାହିଁ, କେତେ ଚାଷୀଙ୍କୁ ଟୋକେନ୍‌ ଆସିନାହିଁ, ଅଦିନିଆ ବର୍ଷା ଯୋଗୁଁ ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ କରିବା, ବେରଙ୍ଗୀ ଧାନ ମଣ୍ଡି ଜରିଆରେ କିଣିବା ପାଇଁ ଅନୁରୋଧ କରାଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ପରେ ଚାଷୀ ଗଣ ଧାରଣାରୁ ପ୍ରତିହୃତ ହେବାର ଦେଖିବାକୁ ମିଳିଛି ।

hiranchal ad1
Leave A Reply

Your email address will not be published.

four + 3 =