୨ କୋଟି ଟପିଲା କିଶୋର ଟିକାକରଣ

0 45

ନୂଆଦିଲ୍ଲୀ : ଦେଶରେ କିଶୋର(୧୫ରୁ ୧୮ ବର୍ଷ) ଟିକାକରଣ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି । ଆଜି ସୁଦ୍ଧା ୨କୋଟିରୁ ଅଧିକ କିଶୋରଙ୍କୁ ଟିକା ଦିଆଯାଇସାରିଲାଣି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏହା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ସକ୍ରିୟ ମାମଲା ୯.୫ ଲକ୍ଷ ଅତିକ୍ରମ କରିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଡିସେମ୍ବର ୩୦ ରେ ମାମଲାର ପଜିଟିଭିଟି ହାର ୧.୧ ପ୍ରତିଶତରୁ ଜାନୁଆରୀ ୧୨ ରେ ୧୧.୦୫ ପ୍ରତିଶତକୁ ବୃଦ୍ଧି ପାଇଛି । ବୁଧବାର ସକାଳ ୮ ଟା ସୁଦ୍ଧା ୨୪ ଘଣ୍ଟା ମଧ୍ୟରେ ଭାରତ ୧,୯୪,୭୨୦ ନୂଆ କୋଭିଡ -୧୯ ମାମଲା ଏବଂ ୪୪୨ ମୃତ୍ୟୁ ରେକର୍ଡ କରିଛି । ସକ୍ରିୟ ମାମଲା ୯,୫୫,୩୧୯ରେ ପହଞ୍ଚିଛି । ଯାହାକି ୨୧୧ ଦିନ ମଧ୍ୟରେ ସର୍ବାଧିକ । ଦୈନିକ ପଜିଟିଭିଟି ହାର ୧୧.୦୫ ପ୍ରତିଶତକୁ ବୃଦ୍ଧି ପାଇଛି । ପ୍ରଧାନମନ୍ତ୍ରୀ ଦେଶର ଯୁବକମାନଙ୍କ “ଦାୟିତ୍ୱର ଭାବନା” କୁ ପ୍ରଶଂସା କରିବା ସହ ଟିକାକରଣର ଦ୍ରୁତ ଗତିରେ ଏହା ସହାୟକ ହୋଇଛି ବୋଳି କହିଛନ୍ତି । କିଶୋରମାନଙ୍କୁ ଇନକ୍ୟୁଲେଟ୍‌ କରିବା ପାଇଁ ଡ୍ରାଇଭ୍‌ ଜାନୁଆରୀ ୩ ରେ ଆରମ୍ଭ ହୋଇଥିଲା । ଅପରପକ୍ଷରେ ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜେନା କହିଛନ୍ତି ଯେ ମୁମ୍ବାଇରେ କୋଭିଡ -୧୯ ମାମଲା ହ୍ରାସ ପାଇବାରେ ଲାଗିଛି ।

hiranchal ad1
Leave A Reply

Your email address will not be published.

five × two =