ବିର୍ଶାମୁଣ୍ଡା ସ୍ୱୟଂ ସହାୟକ ଗୋଷ୍ଠୀ ଓ ଯୋଗାଣ ବିଭାଗର ଖାମଖିଆଲି ମନୋଭାବ ଯୋଗୁଁ ଚାଷୀ ହତାଶ

0 128

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଳା ଚଢେଇପଙ୍କ ବାବା ମଠ ଠାରେ ଥିବା ବିର୍ଶାମୁଣ୍ଡା ସ୍ୱୟଂ ସହାୟକ ଗୋଷ୍ଠୀର ବୈମାତୃକ ମନୋଭାବ ଯୋଗୁଁ ସେଠିକାର ସ୍ଥାନୀୟ ଚାଷୀ ହତାଶ ହୋଇପଡିଛନ୍ତି ।
ଏଠାରେ ଚାଷୀଙ୍କ ପାଇଁ ଏସଏଚଜି ଓ ପ୍ରଶାସନର ବ୍ୟବସ୍ଥା ଦେଖିଲେ ଆଶ୍ଚର୍ଯ୍ୟ ଲାଗୁଛି । ବାଉଁଶରେ ତିଆରି ହୋଇଛି ତମ୍ବୁ କିନ୍ତୁ ଛପର ନାହିଁ । ଲକ୍ଷଲକ୍ଷ ଟଙ୍କା ଆସୁଛି ହେଲେ ସବୁ ସୁବିଧାରୁ ଚାଷୀ ବଞ୍ଚିତ ହେଉଥିବା ଏ ହେଉଛି ତାର ନଗ୍ନ ଚିତ୍ର । ଖୋଲା ଆକାଶ ତଳେ ଥିବା ଚାଷୀଙ୍କ ଧାନ ସବୁ ନଷ୍ଟ ହେବାରେ ଲାଗିଲାଣି । ଗତ ୨୯ ତାରିଖରେ କୁଆପଥର ବର୍ଷାରେ ମଧ୍ୟ ହଜାର ହଜାର ବସ୍ତା ଧାନ ଖୋଲା ଆକାଶ ତଳେ ପଡିରହିଥିଲା । ସ୍ୱୟଂ ସହାୟକ ଗୋଷ୍ଠୀ ଓ ପ୍ରଶାସନର ତରଫରୁ କୌଣସି ପ୍ରକାର ସୁବ୍ୟବସ୍ଥା କି ସାହାଯ୍ୟ କରିନଥିବା ଚାଷୀମାନେ ପ୍ରକାଶ କରିଛନ୍ତି । ଚାଷୀଙ୍କ କଥା ଶୁଣିବେ ଯଦି ଅବାକ୍‌ ହୋଇଯିବେ ଗତ ୧୬ ତାରିଖରେ ଟୋକନ୍‌ ପାଇଥିବା ଚାଷୀଙ୍କ ଧାନ କାଦୁଅ ପଡିଆରେ ପଡି ଥିଲେ ମଧ୍ୟ ଉଠିନାହିଁ କିନ୍ତୁ ପଛରେ ଆଣିଥିବା ଧାନ ଉଠିସାରିଲାଣି । ଖୋଲା ଆକାଶରେ ତଳରେ ରଖିଥିବା ନିରୀହ ଚାଷୀ ମାନଙ୍କ ପେଟକୁ ଲାତ ମାରୁଥିବା ବିର୍ଶାମୁଣ୍ଡା ସ୍ୱୟଂ ସହାୟକ ଗୋଷ୍ଠୀ ଏ ହେଉଛି ତାର ନଗ୍ନ ଚିତ୍ର । ଏସଏଚଜି ତାଙ୍କର ସମ୍ପର୍କୀୟମାନଙ୍କୁ ଆଗେ ପ୍ରାଧାନ୍ୟ ଦେଉଛନ୍ତି ବୋଲି ନିରୀହ ଚାଷୀ କହୁଛନ୍ତି । ଆହୁରି ମଧ୍ୟ ଅନେକ ଅଭିଯୋଗ ଆଣିଛନ୍ତି ଯେମିତି କି ବସ୍ତା ପିଛା ଧାନ ମଧ୍ୟ କଟାହେଉଛି । ଆଜି ଗଣମାଧ୍ୟମ ପ୍ରତିନିଧିମାନେ ଏସଏଚଜିର ସଭାପତି,ସଂପାଦକଙ୍କୁ ପଚାରିଲେ ଯେ, ସଂପାଦକ ସଭାପତି କହିଲେ ଆମ ଏଠୁ ଆଜି ପର୍ଯ୍ୟନ୍ତ ୧୪ ହଜାର କୁଇଣ୍ଟାଲ ଧାନ ଉଠାଇସାରିଲାଣି, ହେଲେ ସଂପାଦକ ସଭାପତି ପାଖରେ ତାର କୌଣସି ସଠିକ ହିସାବ ନାହିଁ । ପୁଣି ସିଏସଓ ମହାଶୟକୁ ପଚାରିବାରୁ ସେ ମହାଶୟ କହିଲେ ଆମ ପାଖରେ କୌଣସି ପ୍ରକାର ଅଭିଯୋଗ ଆସିନାହିଁ । ଜିଲ୍ଲାପାଳଙ୍କ ନେତୃତ୍ୱରେ ତହସିଲଦାର, ସପ୍ଳାଇ ଅଫିସର, ଏସସିସିଓ , ଏଆରସି ଏସ, ଆରଏମସି ସେକ୍ରେଟେରୀଙ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇଛି ଏ ସବୁର ତଦାରଖ ପାଇଁ । ଯଦି ପ୍ରଶାସନ ଏମିତି ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରିଛନ୍ତି । ତାହେଲେ କେମିତି ଦେଖି ପାରିଲେ ନାହିଁ ପ୍ରଶାସନର ଏହି ସ୍ୱତନ୍ତ୍ର ଟିମ୍‌ ଚାଷୀ ଏହି ଅବ୍ୟବସ୍ଥାକୁ ଏଠାରେ ପ୍ରଶ୍ନ ଉଠୁଛି ଯେ, ପ୍ରଶାସନ ଏତେ ସଜାଗ୍‌ ତାହେଲେ ଚାଷୀ କଣ ପାଇଁ ଏତେ ହଇରାଣ ହରକତ ହେଉଛନ୍ତି । ଏଥି ପାଇଁ ଦାୟୀ କିଏ ତାହା ସ୍ପଷ୍ଟ ଜଣାପଡୁଛି । ତେବେ ମିଶନ ଶକ୍ତି ନିଯୁକ୍ତି କରିଥିବା ଏସଏଚଜି ଗ୍ରୁପମାନେ କେତେ ଯୋଗ୍ୟ ଓ ପାରଙ୍ଗମ ତାହା ତଦନ୍ତ ସାପେକ୍ଷ ବୋଲି ସାଧାରଣରେ ଦାବି ହେଉଛି ।

hiranchal ad1
Leave A Reply

Your email address will not be published.

twenty − 1 =