ପୁରୀ ପୌରସଂସ୍ଥା ପକ୍ଷରୁ ସଫେଇ କର୍ମୀ ଓ ବରିଷ୍ଠ ନାଗରିକମାନଙ୍କୁ ସମ୍ବର୍ଦ୍ଧନା

0 64

ପୁରୀ : ପୁରୀ ସହରକୁ ସ୍ୱଚ୍ଛ ରଖିବା ନିମନ୍ତେ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ପୁରୀ ସହରକୁ ସ୍ୱଚ୍ଛତା କ୍ଷେତ୍ରରେ ଏକ ନମ୍ବର କରିବାକୁ ସ୍ୱଚ୍ଛ ସର୍ବେକ୍ଷଣ ଅଭିଯାନ ଆରମ୍ଭ ହୋଇଛି । ସହରକୁ ସ୍ୱଚ୍ଛ ରଖିବାକୁ ପୌରସଂସ୍ଥା ସହ ସହରବାସୀଙ୍କ ଯୋଗଦାନ ରହିଛି । ଏହି ଉଦ୍ଦେଶ୍ୟରେ ପୌରସଂସ୍ଥା ପକ୍ଷରୁ ପ୍ରତ୍ୟେକ ୱାର୍ଡର ଜଣେ ଶ୍ରେଷ୍ଠ ସଫେଇ କର୍ମୀ ଓ ସହରକୁ ସଫା ରଖିବାରେ ସ୍ୱେଚ୍ଛାକୃତ ଭାବେ ପ୍ରଚେଷ୍ଟା ଜାରି ରଖିଥିବା ୧୦ ଜଣ ବରିଷ୍ଠ ନାଗରିକମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଏ ସଂକ୍ରାନ୍ତରେ ପୌରସଂସ୍ଥା ପକ୍ଷରୁ ଅର୍ବାନ ହାଟରେ ଜିରୋ ୱେଷ୍ଟ ତଥା ଆବର୍ଜନା ସୃଷ୍ଟି ହେଉ ନଥିବା କାର୍ଯ୍ୟକ୍ରମ ଆୟୋଜନ କରାଯାଇ ସେମାନଙ୍କୁ ସମ୍ବର୍ଦ୍ଧନା କରାଯାଇଛି । ଏହି କାର୍ଯ୍ୟକ୍ରମରେ ପୌରସଂସ୍ଥା ନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ, ଅତିରିକ୍ତ ନିର୍ବାହୀ ଅଧିକାରୀ ପ୍ରମୋଦ କୁମାର ରାୟ, ପୌର ସ୍ୱାସ୍ଥ୍ୟ ଅଧିକାରୀ ଡଃ ସୁନିଲ କୁମାର ତରାଇ, ସ୍ୱଚ୍ଛ ସର୍ବେକ୍ଷଣ ବ୍ରାଣ୍ଡ ଆମ୍ବାସଡର ଶ୍ରୀମତୀ ରୂପଶ୍ରୀ ମହାପାତ୍ର, ସଫେଇ ଅଧିକାରୀ ରିସଭ କୁମାର ଦାଶ, ପରାମର୍ଶଦାତା ଜ୍ୟୋତିପ୍ରକାଶ ଦାଶ ପ୍ରମୁଖ ଉପସ୍ଥିତ ରହି ସଫେଇ କର୍ମୀମାନଙ୍କୁ ସହରକୁ ସ୍ୱଚ୍ଛ ନିମନ୍ତେ ପ୍ରୟାସ ଯାରି ରଖିବାକୁ ପ୍ରୋତ୍ସାହିତ କରିଥିଲେ ।

hiranchal ad1
Leave A Reply

Your email address will not be published.

14 + eighteen =