ଲିଳିମା ମିଞ୍ଜଙ୍କ ଅବସର ଘୋଷଣା

0 66

ଭୁବନେଶ୍ୱର : ଓଡ଼ିଶାର ଅନ୍ୟତମ ଅନ୍ତର୍ଜାତୀୟ ଖ୍ୟାତିସଂପନ୍ନ ମହିଳା ହକି ତାରକା ଲିଳିମା ମିଞ୍ଜ ଅବସର ଘୋଷଣା କରିଛନ୍ତି । ଆଜି ସେ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ହକିରୁ ଅବସର ନେଲେ ମଧ୍ୟ ଘରୋଇ ହକି ଖେଳିବା ଜାରି ରଖିବି । ହକିର ଉନ୍ନତି ପାଇଁ ସାଧ୍ୟମତେ ସାହାଯ୍ୟ କରିବି । ହକି ମୋର ଜୀବନ । ଏହା ମୋତେ ଖ୍ୟାତି ଓ ସମ୍ମାନ ଦେଇଛି । ତେଣୁ ଏହା ପ୍ରତି ମୋର ସମର୍ଥନ,ସାହାଯ୍ୟ ଓ ଆକର୍ଷଣ ଜାରି ରହିବ । ମୋ ଦକ୍ଷତା ଅନୁସାରେ ରାଜ୍ୟରେ ଏହି କ୍ରୀଡ଼ାର ଉନ୍ନତି ପାଇଁ ଯାହା ଆବଶ୍ୟକ,ତାହା କରିବା ଲାଗି ପ୍ରୟାସ କରିବି । ଜାତୀୟ ହକି ପ୍ରତି ମଧ୍ୟ ମୋର ସମର୍ଥନ ରହିବ ବୋଲି ସେ କହିଛନ୍ତି । ଲିଳିମାଙ୍କ ଅବସର ଉପରେ ହକି ଇଣ୍ଡିଆ ପ୍ରତିକ୍ରିୟା ରଖିଛି । ହକି ଇଣ୍ଡିଆ କହିଛି ଯେ ହକି ପ୍ରତି ଲିଳିମାଙ୍କର ଯଥେଷ୍ଟ ଅବଦାନ ରହିଛି । ତାଙ୍କର ଏହି ଅବଦାନକୁ ଆମେ କେବେ ବି ଭ ୁଲିପାରିବୁ ନାହିଁ । ତାଙ୍କର ଆଗାମୀ ଭବିଷ୍ୟତ ପାଇଁ ଆମେ ଶୁଭକାମନା ଜଣାଉଛୁ ବୋଲି ହକି ଇଣ୍ଡିଆ କହିଛି । ଲିଳିମା ପ୍ରଥମ ଥର ପାଇଁ ୨୦୧୧ରେ ଜାତୀୟ ଦଳରେ ସାମିଲ ହୋଇ ଖେଳିବା ଆରମ୍ଭ କରିଥିଲେ । ସେହି ଟୁର୍ଣର୍ାମେଣ୍ଟ ଆର୍ଜେଣ୍ଟିନାରେ ହୋଇଥିଲା । ୨୦୧୩ରେ ହୋଇଥିବା ଜୁନିୟର ବିଶ୍ୱ କପରେ ଭାରତ ବ୍ରୋଞ୍ଜ ଜିତିଥିଲା ଏବଂ ସେହି ଦଳରେ ଲିଳିମା ସାମିଲ ହୋଇଥିଲେ । ସେ ୨୦୧୬ ସମର ଅଳିମ୍ପିକ୍ସ,୨୦୧୭ ଏସିଆନ କପ,ଏଫଆଇଏଚ ବିଶ୍ୱ ଲିଗ,ମହିଳା ଅଣ୍ଡର-୧୮ ଏସିଆ କପ ହକି ଚାମ୍ପିଅନସିପ,ମାଲେସିଆ ହକି ଟିମ ଟେଷ୍ଟ ସିରିଜ,୨୦୧୪ ଦକ୍ଷିଣ କୋରିଆ ଏସିଆନ ଗେମ୍ସ ଭଳି ପ୍ରମୁଖ ଇଭେଣ୍ଟ ଖେଳିଛନ୍ତି । ଏହାଛଡ଼ା ସେ ଅନେକ ପୁରସ୍କାର ଓ ସମ୍ମାନ ମଧ୍ୟ ପାଇଛନ୍ତି ।

hiranchal ad1
Leave A Reply

Your email address will not be published.

nine − 5 =