ମୁଖ୍ୟମନ୍ତ୍ରୀମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ : ଟିକାକୁ ନେଇ ହେଉଥିବା ଅପପ୍ରଚାର ରୋକ

0 83

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କରୋନା ତଥା ଓମିକ୍ରନ ସଂକ୍ରମଣ ସ୍ଥିତି ନେଇ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତିି । ଟିକାକୁ ନେଇ ଦେଶରେ ହେଉଥିବା ଅପପ୍ରଚାର ନେଇ ସେ ଉଦବେଗ ଓ ଅସନ୍ତୋଷ ପ୍ରକାଶ କରିଥିଲେ । ଏହି ଅପପ୍ରଚାରକୁ ରୋକିବା ପାଇଁ ମୁଖ୍ୟମନ୍ତ୍ରୀମାନଙ୍କୁ ସେ ପରାମର୍ଶ ଦେଇଥିଲେ । ଟିକାକୁ ନେଇ ଯେପରି ଭ୍ରମ ସୃଷ୍ଟି ନ ହୁଏ,ତାହାକୁ ସୁନିଶ୍ଚିତ କରିବାକୁ ସେ ଆହ୍ୱାନ ଦେଇଥିଲେ । ଭର୍‌ଚୁଆଲ୍‌ ମୋଡ୍‌ରେ ହୋଇଥିବା ଏହି ବୈଠକରେ ଆଲୋଚନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଓମିକ୍ରନ ଭ୍ୟାରିଆଣ୍ଟ ଆମେରିକାରେ ଦିନକରେ ୧୪ ଲକ୍ଷ ଲୋକଙ୍କୁ ସଂକ୍ରମିତ କରିଥିବା ବେଳେ ଆମକୁ ସତର୍କ, ସାବଧାନ ରହିବାକୁ ପଡ଼ିବ । ଭୟଭୀତ ନହୋଇ ଏହାର ସାମ୍ନା କରିବାକୁ ହେବ । ପୂଜା,ପାର୍ବଣ ଋତୁରେ ଗାଇଡ୍‌ଲାଇନ୍‌କୁ ହେଳା ନକରି ଆମକୁ ସତର୍କ ରହିବାକୁ ପଡ଼ିବ । ଏଥି ସହିତ ପ୍ରତି ରାଜ୍ୟରେ ମେଡିକାଲ୍‌ ଭିତ୍ତିଭୂମି ବଢ଼ାଇବାକୁ ହେବ । ବିଭିନ୍ନ ପ୍ରକାରର ଭ୍ୟାରିଆଣ୍ଟ ଆସିଲେ ମଧ୍ୟ କରୋନା ଟିକା ଏହାର ବିରୋଧରେ ଲଢ଼ିବ । ଦେଶରେ ୯୦ ପ୍ରତିଶତ ପ୍ରଥମ ଏବଂ ୭୦ ପ୍ରତିଶତ ଲୋକ ୨ୟ ଡୋଜ୍‌ ନେଇସାରିଛନ୍ତି । ଏଥିସହ ଭାରତରେ ୩ କୋଟି କିଶୋରଙ୍କୁ ଟିକାକରଣ କରାଯାଇ ସାରିଲାଣି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ରାଜ୍ୟମାନଙ୍କ ପାଖରେ ପର୍ଯ୍ୟାପ୍ତ ପରିମାଣର ଟିକା ମହଜୁଦ୍‌ ରହିଥିବା ବେଳେ ପ୍ରିକସନ୍‌ ଡୋଜ୍‌ ଯେତେଶୀଘ୍ର ଦିଆଯାଇପାରିବ, ବହୁତ ଭଲ ହେବ ବୋଲି ସେ ପ୍ରକାଶ କରିଛନ୍ତି । ଟିକାକୁ ନେଇ କୌଣସି ଭ୍ରମକୁ ପ୍ରଶୟ ନଦେବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି । କରୋନା ବିରୋଧରେ ଲଢେଇ ନେଇ ଆମର ୨ ବର୍ଷର ଅଭିଜ୍ଞତା ରହିଛି । ଜୀବନ, ଜୀବିକା ପାଇଁ ଲୋକାଲ୍‌ କଣ୍ଟେନ୍‌ମେଣ୍ଟ୍‌ ଉପରେ ଫୋକସ୍‌ ଦେବା ଆମ ପାଇଁ ଅତି ଆବଶ୍ୟକ । ଆମର ସାମାନ୍ୟତମ ଅବହେଳା ପରିସ୍ଥିତିକୁ ଗୁରୁତର କରିଦେବ । ତେଣୁ ପ୍ରତିଟି ମୁହୂର୍ତ୍ତ ଆମ ପାଇଁ ମୂଳ୍ୟବାନ ବୋଲି ସେ କହିଛନ୍ତି ।

hiranchal ad1
Leave A Reply

Your email address will not be published.

20 − five =