ନୂଆ କୀର୍ତ୍ତିମାନର ଅଧିକାରୀ ହେଲେ ପନ୍ତ

0 112

ନୂଆଦିଲ୍ଲୀ, ୧୩/୦୧ : ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ତୃତୀୟ ତଥା ଅନ୍ତିମ ଟେଷ୍ଟରେ ଆଜି ତୃତୀୟ ଦିବସରେ ୱିକେଟ କିପର ଋଷଭ ପନ୍ତ ଦମଦାର ଶତକ ହାସଲ ହାସଲ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଯେତେବେଳେ ଭାରତୀୟ ଦଳ ଦ୍ୱିତୀୟ ଇନିଂସରେ ସଂଘର୍ଷ କରୁଥିଲା, ପନ୍ତ ଏକାକୀ କ୍ରିଜ୍‌ରେ ଲଢିଥିଲେ । ଶେଷ ପର୍ଯ୍ୟନ୍ତ ପଡିଆରେ ଧୈର୍ଯ୍ୟର ସହ ବ୍ୟାଟିଂକରି ଅପରାଜିତ ଶତକ ହାସଲ କରିଥିଲେ । ଟେଷ୍ଟ କ୍ୟାରିୟରରେ ପନ୍ତଙ୍କର ଏହା ଚତୁର୍ଥ ଶତକ । ୧୩୯ ବଲ ଖେଳି ଚାପରେ ଥାଇ ମଧ୍ୟ ଅପରାଜିତ ଶତକ ହାସଲ କରିଥିଲେ ପନ୍ତ । ଯେଉଁଥିରେ ୪ଟି ଛକା ଏବଂ ୬ଟି ଚୌକା ମଧ୍ୟ ସାମିଲ ଅଛି । ଏହି ଅପରାଜିତ ଶତକ ସହ ଋଷଭ ପନ୍ତ ଦକ୍ଷିଣ ଆଫ୍ରିକାରେ ଆଉ ଏକ ରେକର୍ଡ ମଧ୍ୟ ହାସଲ କରିଛନ୍ତି । ୱିକେଟ କିପରଭାବେ ଦକ୍ଷିଣ ଆଫ୍ରିକାରେ ।ତକ କରିବାରେ ସେ ହେଉଛନ୍ତି ପ୍ରଥମ ଭାରତୀୟ । ସେହିପରି ଆଫ୍ରିକା,ଇଂଲଣ୍ଡ ଓ ଅଷ୍ଟ୍ରେଲିଆରେ ମଧ୍ୟ ସେ କୀର୍ତ୍ତିମାନ ହାସଲ କରିଛନ୍ତି । ଭାରତୀୟ ୱିକେଟ କିପର ଭାବେ ସେ ଧୋନୀଙ୍କୁ ପଛରେ ପକାଇ ସର୍ବାଧିକ ସ୍କୋର କରିବାରେ ସକ୍ଷମ ହୋଇଛନ୍ତି । ପୂର୍ବରୁ ଭାରତୀୟ ୱିକେଟ କିପର ଭାବେ ଦକ୍ଷିଣ ଆଫ୍ରିକା ମାଟିରେ ଦୀପ୍‌ ଦାସଗୁପ୍ତା ୬୩ ରନ କରିଥିବା ବେଳେ ମହେନ୍ଦ୍ର ସିଂହ ଧୋନୀ ୯୦ ରନ କରିଥିଲେ । ଏବେ ଏହି ଲିଷ୍ଟରେ ଯୋଡି ହୋଇଛନ୍ତି ଋଷଭ ପନ୍ତ । ଏକମାତ୍ର ୱିକେଟ କିପର ଭାବେ ଶତକ ହାସଲ କରିବା ସହିତ ସର୍ବାଧିକ ସ୍କୋରର ମଧ୍ୟ ହୋଇଯାଇଛନ୍ତି । ପନ୍ତଙ୍କ ଜବରଦସ୍ତ ଇନିଂକୁ ନେଇ ସୋସିଆଲ ମିଡିଆରେ ତାଙ୍କୁ ପ୍ରଶଂସାର ସୁଅ ଛୁଟୁଛି । କିମ୍ବଦନ୍ତୀ କ୍ରିକେଟର ସଚିନ୍‌ ତେନ୍ଦୁଲକର ଟ୍ୱିଟ୍‌ କରି ଋଷଭ ପନ୍ତଙ୍କ ଧମାକାଦାର ଇନିଂସକୁ ଖୁବ ପ୍ରଶଂସା କରିଛନ୍ତି । ସଙ୍କଟରେ ସମୟରେ ପନ୍ତ ଯେଉଁଭଳି ଭାବେ ଧୈର୍ଯ୍ୟର ସହ ସ୍କୋର ଆଗକୁ ବଢାଇଥିଲେ, ତାହା ବେଶ ଚିତ୍ତାକର୍ଷକ ବୋଲିଂ ତେନ୍ଦୁଲକର କହିଛନ୍ତି ।

hiranchal ad1
Leave A Reply

Your email address will not be published.

4 × three =