ନୂଆଦିଲ୍ଲୀ : ଭାରତର ପୂର୍ବତନ ମହାନ ବ୍ୟାଟ୍ସମ୍ୟାନ୍ ତଥା ବର୍ତ୍ତମାନର କ୍ରିକେଟ୍ ବିଶେଷଜ୍ଞ ସୁନୀଲ ଗାଭାସ୍କର ମତରେ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଚେତେଶ୍ୱର ପୂଜାରା ଏବଂ ଅଜିଙ୍କ୍ୟ ରାହାଣେଙ୍କୁ ଡ୍ରପ୍ କରାଯିବ । ଗାଭାସ୍କର ଏହା ମଧ୍ୟ କହିଛନ୍ତି ଯେ ଏହି ଖେଳାଳିଙ୍କ ସ୍ଥାନରେ ଦୁଇଜଣ ଖେଳାଳି କିଏ, ଯେଉଁମାନେ ପ୍ଲେଇଙ୍ଗ ଏକାଦଶ ଖେଳିବାରେ ସଫଳ ହେବେ । ପୂଜାରା ଏବଂ ରାହାଣେ ଦୀର୍ଘ ସମୟ ଧରି ଫ୍ଲପ୍ ହୋଇଆସୁଛନ୍ତି । ଅଳ୍ପ କିଛି ଇନିଂସକୁ ଛାଡି ଦେଲେ ଅଧିକାଂଶ ସମୟରେ ରନ୍ ସ୍କୋର କରିବାରେ ସକ୍ଷମ ହୋଇନାହାଁନ୍ତି । ତେଣୁ ତାଙ୍କ ଦଳରୁ ବାଦ୍ ଦିଆଯାଇପାରେ ବୋଲି ଗାଭାସ୍କର କହିଛନ୍ତି ।
ଦକ୍ଷିଣ ଆଫ୍ରିକା ବିପକ୍ଷ ଚାଲିଥିବା ଟେଷ୍ଟ ସିରିଜରେ ଉଭୟ ଭେଟେରାନ ଖେଳାଳି ରନ୍ ସ୍କୋର କରିବାରେ ସକ୍ଷମ ହୋଇ ନାହାଁନ୍ତି । ଅଜିଙ୍କ୍ୟ ରାହାଣେ ୬ ଟି ଇନିଂସରେ ୧୩୬ ରନ୍ ସଂଗ୍ରହ କରିଛନ୍ତି ଏବଂ ଚେତେଶ୍ୱର ପୂଜାରା ୬ ଟି ଇନିଂସରେ ମାତ୍ର ୧୨୪ ରନ୍ କରିଛନ୍ତି । ଉଭୟ ବ୍ୟାଟ୍ସମ୍ୟାନ୍ ମଧ୍ୟ ଏହି ସିରିଜରେ ଗୋଟିଏ ଲେଖାଏଁ ଅର୍ଦ୍ଧଶତକ ହାସଲ କରିଛନ୍ତି । କିନ୍ତୁ ତାହା ଟିମ୍କୁ ପରାଜୟରୁ ରକ୍ଷା କରିପାରିନଥିଲା । ଏହି କାରଣରୁ ସୁନୀଲ ଗାଭାସ୍କର କହିଛନ୍ତି ଯେ ଉଭୟ ଖେଳାଳି ନିଜର ସ୍ଥାନ ହରାଇବେ ।
କେପଟାଉନରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ତୃତୀୟ ଟେଷ୍ଟ ମ୍ୟାଚର ତୃତୀୟ ଦିନରେ ସୁନୀଲ ଗାଭାସ୍କର ମନ୍ତବ୍ୟ ଦେଇ କହିଛନ୍ତି, “ମୁଁ ଭାବୁଛି କେବଳ ଅଜିଙ୍କ୍ୟ ରାହାଣେ ନୁହନ୍ତି ଚେତେଶ୍ୱର ପୂଜାରାକୁ ମଧ୍ୟ ଦଳରୁ ବାଦ୍ ପଡିପାରନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷରେ ଡେବ୍ୟୁରେ ଶତକ ଅର୍ଜନ କରୁଥିବା ଶ୍ରେୟସଙ୍କୁ ଏବେ ନିୟମିତ ଭାବେ ଟେଷ୍ଟ ପ୍ଲେଇଙ୍ଗ ଏକାଦଶରେ ଦେଖିବାକୁ ମିଳିପାରେ ବୋଲି ସେ କହିଛନ୍ତି ।
ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ହେବାକୁ ଥିବା ଦୁଇ ଟେଷ୍ଟ ସିରିଜ୍ ଫେବୃଆରୀ ୨୫ ରୁ ବେଙ୍ଗାଲୁରୁରେ ଆରମ୍ଭ ହେବ । ଏଥିରେ ଦଳରେ କିଛି ପରିବର୍ତ୍ତନ ହୋଇପାରେ । ରୋହିତ ଶର୍ମା ଦଳକୁ ପ୍ରତ୍ୟାବର୍ତ୍ତନ କରିବେ ଏବଂ ଏପରି ପରିସ୍ଥିତିରେ ଯୁବ ଖେଳାଳିଙ୍କୁ ସୁଯୋଗ ଦେବା ପାଇଁ ପୂଜାରା ଏବଂ ରାହାଣେଙ୍କୁ ବାଦ ଦିଆଯାଇପାରେ । ଗାଭାସ୍କର କହିଛନ୍ତି ଯେ ହନୁମା ବିହାରୀ ଏବଂ ଶ୍ରେୟସ୍ ଆୟର ତୃତୀୟ ଏବଂ ପଞ୍ଚମ ସ୍ଥାନରେ ଖେଳିପାରିବେ ।
“ମୁଁ ଭାବୁଛି ଶ୍ରୀଲଙ୍କା ସିରିଜ୍ ପାଇଁ ଉଭୟ ପୂଜାରା ଏବଂ ରାହାଣେଙ୍କ ଛୁଟି ହୋଇଯିବ । ଉଭୟ ଆୟର ଏବଂ ବିହାରୀ ଖେଳିବେ
Sign in
Sign in
Recover your password.
A password will be e-mailed to you.
Prev Post