ଗୁହାରୀ ନ ଶୁଣିବାରୁ ନ୍ୟାୟ ଦାବି କରି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ

0 65

ସୁବର୍ଣ୍ଣପୁର : ନ୍ୟାୟ ଦାବି କରି ସୁବର୍ଣ୍ଣପୁର ଜିଲ୍ଲା ବୁରୋମୁଣ୍ଡା ଗ୍ରାମର ଚରିତ୍ର ନାଗଙ୍କ ପରିବାର ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସଦର ବ୍ଲକ ର ବିଶିମୁଣ୍ଡା ଗ୍ରାମ ପଂଚାୟତ ଅନ୍ତର୍ଗତ ବୁରୋମୁଣ୍ଡା ଗାଁର ଚରିତ୍ର ନାଗ ଦୀର୍ଘ ୧୫ ବର୍ଷ ଧରି ଏହି ଗାଁରେ ଏକ ଗୋଚର ଜମିରେ ଘର ଦ୍ୱାର କରି ରହିଆସୁଥିବା ବେଳେ ତାଙ୍କ ପାଖରେ ଭୋଟର କାର୍ଡ, ଆଧାର କାର୍ଡ , ରାସନ କାର୍ଡ ସହିତ ସ୍ଥାୟୀ ବାସିନ୍ଦାରର ପ୍ରମାଣ ପତ୍ର ରହିଛି । ଦୀର୍ଘ ବର୍ଷ ଧରି ନିଜ ପିଲାଛୁଆଙ୍କୁ ଧରି ଚରିତ୍ର ଏହି ଗାଁରେ ରହିଆସୁଥିବା ବେଳେ ଏବେ ସେହି ଗାଁ ସାହିର ଖଗେଶ୍ୱର ସୁନା ତାଙ୍କୁ ସେହି ସ୍ଥାନ ଖାଲି କରି ଅନ୍ୟତ୍ର ପଳାଇବାକୁ ଧମକ ଦେବା ସହିତ ନାନା ପ୍ରକାର ହଇରାଣ କରୁଥିବା ଅଭିଯୋଗ କରିଛନ୍ତି । ଚରିତ୍ର ଏହି ସମସ୍ୟା ନେଇ ସ୍ଥାନୀୟ ପଂଚାୟତ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ପୋଲିସକୁ ଅଭିଯୋଗ କରିଥିଲେ ହେଁ କେହି ତାଙ୍କ ଗୁହାରୀ ନ ଶୁଣିବାରୁ ସେ ଏବେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଚରିତ୍ରଙ୍କ ପରିବାର ଉପରେ ହେଉଥିବା ଅନ୍ୟାୟର ଉଚିତ ବିଚାର କରି ନ୍ୟାୟ ପ୍ରଦାନ କରିବା ପାଇଁ ଜିଲ୍ଲାପାଳଙ୍କୁ ଉକ୍ତ ପରିବାର ଗୁହାରି କରିଛନ୍ତି ।

hiranchal ad1
Leave A Reply

Your email address will not be published.

three × 3 =