ସୁବର୍ଣ୍ଣପୁର:ସୁବର୍ଣ୍ଣପୁର ଜିଲ୍ଲା କୁକୁଡ଼ା ଫାର୍ମ ମାଲିକ ସଂଘର ପ୍ରଥମ ସାଧାରଣ ବୈଠକ ଅଇଁଳାପାଲି ଠାରେ ଅନୁଷ୍ଠିତ ହୋଇଯାଇଛି । ଦିଲ୍ଲୀପ କୁମାର ବିଶିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସୁବର୍ଣ୍ଣପୁର ଜିଲ୍ଲାର ସମସ୍ତ କୁକୁଡ଼ା ଚାଷୀଙ୍କ ସର୍ବ ସମ୍ମତି କ୍ରମେ ଏକ ସଂଘ ଗଠନ କରାଯାଇଥିଲା । ସୁବର୍ଣ୍ଣପୁର ଜିଲ୍ଲା କୁକୁଡ଼ା ମାଲିକ ସଂଘ ନାମରେଏହାକୁ ନାମିତ କରାଗଲା । ସଭାପତି ଭାବରେ ପ୍ରିୟବ୍ରତ ସାହୁ ରହିଥିବା ବେଳେ ସାଧାରଣ ସମ୍ପାଦକ ଭାବରେ ଅବଦୁଲ ଖଲିଦ ଖାଁ, କୋଷାଧ୍ୟକ୍ଷ ଭାବରେ ତ୍ରିନାଥ ସାହୁ, ଉପସଭାପତି ଭାବରେ ଅଶୋକ ବାଘ, ସହ ସମ୍ପାଦକ ଭାବରେ କୃତ୍ତିବାସ ମେହେର ରହିଥିବା ବେଳେ ଉପଦେଷ୍ଟା ଭାବରେ କେଦାର ପୁଝାରୀ ଓ ଦିଲ୍ଲୀପ ବିଶି ରହିଛନ୍ତି । ବୈଷୟିକ କମିଟିକୁ ପ୍ରଦ୍ୟୁମ୍ନ ପୋଢ଼ ସର୍ବ ସମ୍ମତି କ୍ରମେ ନିର୍ବାଚିତ ହୋଇଛନ୍ତି । ଏହି ବୈଠକ ରେ ଫାର୍ମ ପଞ୍ଜିକରଣ, ଚାଷୀ ମାନଙ୍କ ପାଇଁ ବୀମା, ଫାର୍ମ ଗୃହ ପାଇଁ ବୀମା, ସରକାରୀ ସହାୟତା, ଏନଜିଟି ନୋଅବଜେକେସନ ପ୍ରମାଣ ପତ୍ର, ଓ ପିସିବି ନୋ ଅବଜେକେସନ ପ୍ରମାଣ ପତ୍ର, କୁକୁଡ଼ା ଚାଷ ପାଇଁ ବିଦ୍ୟୁତ କରଣ ସୁବିଧା, ମାଗଣା ତସୁ, ସହଜରେ ବ୍ୟାଙ୍କ ଋଣ, ଏଫପିଓ ମାଧ୍ୟମରେ କୁକୁଡ଼ା ଚାଷୀଙ୍କୁ ସଶକ୍ତିକରଣ, ଫାର୍ମ ଗୃହ ଭଡା, ସମସ୍ତ ଔଷଧ ଖର୍ଚ୍ଚ ବହନ, ବିଦ୍ୟୁତ ଓ ଲେବର ଖର୍ଚ୍ଚ ପଚାଶ ଭାଗ, ନୂତନ ରୂପେ ଏଗ୍ରିମେଣ୍ଟ ପ୍ରସ୍ତୁତି, ଶିକ୍ଷିତ ତଥା ଅଭିଜ୍ଞ ସହଯୋଗୀ ନିଯୁକ୍ତି, ଫାର୍ମ ମାଲିକଙ୍କୁ ସଠିକ ମୂଲ୍ୟ ସହ ସମ୍ମାନ, କୁକୁଡ଼ା ଚାଷୀଙ୍କୁ ତାଲିମ ପ୍ରଦାନ, ଫାର୍ମ ମାଲିକ ମାନଙ୍କୁ ଟ୍ରେଡିଂ କରିବାର ଅଧିକାର ସହ ଅନ୍ୟାନ୍ୟ ଦାବି ପାଇଁ ଆଜିର ଏହି ବୈଠକ ରେ ନିଷ୍ପତ୍ତି ନିଆଯାଇଥିଲା ।