ଆତ୍ମଘୋଷିତ ବାବାଙ୍କ ରହସ୍ୟମୟ ଜୀବନ : ଅଶ୍ଳୀଳ ଭିଡିଓ ଦେଖାଇ ବ୍ଲାକମେଲିଂ କରୁଥିଲେ ଶିଷ୍ୟା, ତାପରେ…

0 165

ନୂଆଦିଲ୍ଲୀ : ଭାରତ ଏକ ବିଚିତ୍ର ଦେଶ । ଏଠାରେ ବିଭିନ୍ନ ପ୍ରକାରର ବିଚିତ୍ର ତଥା ଅତି ଅଦ୍ଭୁତ ଧରଣର ଲୋକଙ୍କୁ ଦେଖିବାକୁ ମିଳିଥାଏ । ତା ଭିତରୁ ଗୋଟିଏ ହେଲା ବାବା ବା ଧର୍ମଗୁରୁ । ଦେଶରେ ଭଣ୍ଡ ତଥା ଆତ୍ମଘୋଷିତ ବାବାଙ୍କ ସଂଖ୍ୟା କେତେ,ସେ ହିସାବ କାହା ପାଖରେ ନାହିଁ । ଏହି ଆତ୍ମଘୋଷିତ ସନ୍ଥ ତଥା ବାବାମାନଙ୍କ ଜୀବନଶୈଳୀ ପ୍ରକୃତ ସାଧୁସନ୍ଥଙ୍କ ଠାରୁ ସଂପୂର୍ଣ୍ଣ ଭିନ୍ନ ଓ ବିସ୍ମୟକର । ଜାଣିଲେ,ଶୁଣିଲେ ଯେକେହି ଚକିତ ଓ ଆବାକାବା ହୋଇଯିବେ । ଦେହରେ ସାଧୁସନ୍ଥମାନଙ୍କ ପୋଷାକ,ମଥାରେ ଚନ୍ଦନ,ସିନ୍ଦୁରର ବହଳ ପ୍ରଲେପ । ଆଖି ଖୋସି ହୋଇଗଲା ଭଳି ଆଶ୍ରମ,ସାଜସଜା ଓ ଗାଡ଼ିଘୋଡ଼ା । ଏମାନଙ୍କ ପ୍ରବଚନ ଏଭଳି ଯେ କେହି ବି ଏମାନଙ୍କୁ ହଠାତ ସନ୍ଦେହ କରିିବେ ନାହିଁ । କିନ୍ତୁ ଏମାନଙ୍କର ଭିତର ଜଗତ ଯେତିକି ଆକର୍ଷଣୀୟ ସେତିକି ଭୟଙ୍କର ମଧ୍ୟ । ଅତ୍ୟାଧୁନିକ ଓ ଗ୍ରୀନରୁମ ଭଳି ଆକର୍ଷଣୀୟ ବେଡରୁମ,ଯାହା ଖୋଜିବ ତାହା ପାଇବ । ଏହି ଭଣ୍ଡ ବାବାମାନେ ସେମାନଙ୍କ ଯୌନାକାଙ୍‌କ୍ଷାକୁ ଚରିତାର୍ଥ କରିବା ପାଇଁ ପ୍ରିୟ ଶିଷ୍ୟାମାନଙ୍କୁ ଅଙ୍କଶାୟିନୀ କରିଥାନ୍ତି । ଏକାଧିକ ଥର ବିବାହ କରି ଏକାଧିକ ପତ୍ନୀ ସାଙ୍ଗକୁ ରକ୍ଷିତାଙ୍କୁ ମଧ୍ୟ ରଖିଥାନ୍ତି । ଦାମୀ ଗାଡ଼ିଠୁ ଆରମ୍ଭ କରି ସମସ୍ତ ପ୍ରକାର ବିଳାସବ୍ୟସନ ଏମାନଙ୍କ ନିକଟରେ ଦେଖିବାକୁ ମିଳିଥାଏ । ତେବେ ଏହିଭଳି ବ୍ୟକ୍ତିମାନଙ୍କ ପ୍ରକୃତ ଜୀବନ ଓ ଜୀବନର ପରିସମାପ୍ତି କେତେ କରୁଣ, ଯନ୍ତ୍ରଣାଦାୟକ ଓ ଭୟଙ୍କର,ତାହା ସେହିମାନେ ହିଁ ଜାଣନ୍ତି ।ଏହି କାରଣରୁ ବହୁ ତଥାକଥିତ ଓ ଆତ୍ମଘୋଷିତ ବାବା ମାନସିକ ଉତ୍ତେଜନା,ଅଶାନ୍ତି,ଅସ୍ଥିରତା,ବିବାଦ ଓ ଭୟାବହତାକୁ ସାମ୍ନା କରି ନପାରି ଶେଷରେ ଆତ୍ମହତ୍ୟା କରିଥାନ୍ତି । ସେହିଭଳି ଜଣେ ବ୍ୟକ୍ତି ହେଲେ ମଧ୍ୟ ପ୍ରଦେଶର ବାବା ଭୟୁ ମହାରାଜ । ତାଙ୍କର ପ୍ରକୃତ ନାମ ଉଦୟ ସିଂହ ଦେଶମୁଖ । ଇନ୍ଦୋରରେ ତାଙ୍କର ଏକ ବିରାଟ ଆଶ୍ରମ ଅଛି । ଅନ୍ୟ କେତେକ ସ୍ଥାନରେ ମଧ୍ୟ ଶାଖା ରହିଛି । ୨୦୧୫ରେ ତାଙ୍କର ପ୍ରଥମ ପତ୍ନୀ ମାଧବୀଙ୍କର ମୃତ୍ୟୁ ଘଟିଥିଲା । ଗୋଟିଏ ଝିଅ,ନାଁ ତାହାର କୁହୁ । ଏହି ମହାରାଜ ବାବା ତଥା ସାଧୁସନ୍ଥ ବେଶ ଧରିବା ପୂର୍ବରୁ ବଲିଉଡରେ ମଡେଲିଂ କରୁଥିଲେ । ଫ୍ୟାସନ ଜଗତରେ ରହି ପଇସା କମାଉଥିଲେ । କିନ୍ତୁ କଅଣ ହେଲା କେଜାଣି,ହଠାତ ଏହି ଲାଇନ(ସାଧୁ)କୁ ଚାଲିଆସିଲେ । ଇନ୍ଦୋରରେ ଏକ ବଡ଼ ଆଶ୍ରମ ତିଆରି କଲେ । ଧୀରେ ଧୀରେ ଶିଷ୍ୟାଙ୍କ ସଂଖ୍ୟା ବଢିଲା । ତେବେ ବାବା ସିନା ହୋଇଗଲେ,ରଙ୍ଗିଲା ମିଜାଜ ଯାଇନଥିଲା । ପ୍ରଥମ ପତ୍ନୀଙ୍କ ମୃତ୍ୟୁ ପରେ ସେ ବହୁତ ଏକାକୀ ଓ ନିଃସଙ୍ଗତା ଅନୁଭବ କଲେ । ରାତିସାରା ଛଟପଟ ହେଲେ । ଯେହେତୁ ଝିଅ ରହୁଥିଲା,ତେଣୁ ମନକଥା ମନରେ ହିଁ ମାରୁଥିଲେ । ତେବେ ପଲକ ନାମ୍ନୀ ଜଣେ ଶିଷ୍ୟା ବାବାଙ୍କର ମନକଥା ବୁଝିପାରିଲା । ତାଙ୍କର ପ୍ରକୃତରେ କଅଣ ଦରକାର,ସେ ଠିକ୍‌ ଧରିନେଇଥିଲା ଏବଂ ସୁଯୋଗ ଦେଖି ସେ ବାବାଙ୍କର ନିକଟବର୍ତ୍ତୀ ହେଲା । ଶେଷରେ ବେଡ୍‌ରୁମରେ ପହଞ୍ଚିଗଲା । ଏହାରି ଭିତରେ ପଲକ ବେଡରୁମରେ ମହାରାଜଙ୍କ ସହ କରିଥିବା ଯୌନକ୍ରିୟାର କେତେକ ଭିଡିଓ ରେକର୍ଡିଂ କରିଦେଇଥିଲା । ଏହାପରେ ଚାଲିଲା ବାବା ଓ ପଲକଙ୍କର ରାସଲୀଳା । ଏହାକୁ ନେଇ ସୋସିଆଲ ମିଡିଆରେ ଗରମାଗରମ ଚର୍ଚ୍ଚା ମଧ୍ୟ ଆରମ୍ଭ ହୋଇଗଲା । ତେବେ ଏହାକୁ ଉଭୟଙ୍କର ଖାତିର ନଥିଲା । ତେବେ ଏସବୁ ଅନ୍ୟତମ ଶିଷ୍ୟା ଆୟୁଷୀ ଦେହରେ ଗଲାନି ଏବଂ ପଲକକୁ ହଟାଇ ତା ସ୍ଥାନ ମାଡ଼ି ବସିବାକୁ ଅଭିଯାନ ଆରମ୍ଭ କରିଦେଲା । ବାବାଙ୍କ ନିକଟବର୍ତ୍ତୀ ତ ହେଲା,ପଲକଠୁ ଆଉ ଦି ପାଦ ଆଗକୁ ବଢିଗଲା । ମହାରାଜ ଦୀର୍ଘ ଦିନ ଧରି ଆୟୁଷୀ ସହ ଅବୈଧ ଯୌନ ସଂପର୍କ ରଖିବା ପରେ ଦିନେ ହଠାତ ୨୦୧୭ରେ ତାକୁ ବିବାହ କଲେ । ମହାରାଜଙ୍କର ଏହି ନିଷ୍ପତ୍ତି ଅନେକଙ୍କୁ ବିସ୍ମିତ,କ୍ଷୁବ୍ଧ ଓ ପ୍ରତିକ୍ରିୟାଶୀଳ କରିଥିଲା । ସବୁଠୁ ବେଶୀ ପ୍ରତିକ୍ରିୟାଶୀଳ ହୋଇଥିଲା ପଲକ । ପଲକ ସେହି ଅଶ୍ଳୀଳ ଭିଡିଓ ବଳରେ ତା ସହିତ ବିବାହ କରିବା ଲାଗି ଚାପ ପକାଇବା ଆରମ୍ଭ କରିଦେଲା । ଗୋଟିଏ ପଟେ ଦ୍ୱିତୀୟ ପତ୍ନୀ ଆୟୁଷୀ ସଂପତ୍ତିକୁ ନେଇ ଚାପ ପକାଉଥିବା ବେଳେ ଅନ୍ୟପଟେ ପଲକର ବ୍ଲାକମେଲିଂ ସାଙ୍ଗକୁ ଝିଅର ତିରସ୍କାର- ଏସବୁ ମହାରାଜଙ୍କୁ ପୂରା ପାଗଳ କରିଦେଲା । ମାନସିକ ଯନ୍ତ୍ରଣା ଚରମସୀମାରେ ପହଞ୍ଚିଗଲା ଏବଂ ଶେଷରେ ଏହି ଆତ୍ମଘୋଷିତ ବାବା ତଥା ମହାରାଜ ୨୦୧୭ ଜୁନ ୧୨ ତାରିଖରେ ରାତିରେ ନିଜ ଉପରକୁ ଗୁଳିକରି ଆତ୍ମହତ୍ୟା କଲେ । ଏହି ଘଟଣାର ବିଚାର ବର୍ତ୍ତମାନ ସୁଦ୍ଧା କୋର୍ଟରେ ଚାଲିଛି । ପଲକ,ଆୟୁଷୀ,ବାବାଙ୍କ ଡ୍ରାଇଭର ଶରଦ ଓ ସେବକ ବିନାୟକ ଏବେ ହାଜତରେ । ଉଲ୍ଲେଖଯୋଗ୍ୟ ଯେ ୨୦୧୧ରେ ରାମଳୀଳା ମଇଦାନରେ ଆମରଣ ଅନଶନରେ ବସିଥିବା ଗାନ୍ଧିବାଦୀ ଅନ୍ନା ହଜାରେଙ୍କୁ ଏହି ମହାରାଜ ଓରଫ ଉଦୟ ସିଂହ ହିଁ ଫଳରସ ପିଆଇ ଅନଶନର ପରିସମାପ୍ତି ଘଟାଇଥିଲେ । ସେହିପରି,ସେତେବେଳର କେନ୍ଦ୍ରର ୟୁପିଏ ସରକାର ଓ ଅନ୍ନାଙ୍କ ମଧ୍ୟରେ ସେ ମଧ୍ୟସ୍ଥତା କାମ ମଧ୍ୟ କରିଥିଲେ । ୟୁପିଏ ସରକାରର ପତନ ପରେ ଆସିଲା ବିଜେପି ନେତୃତ୍ୱାଧୀନ ସରକାର । ଏହି ସରକାରର ଶପଥ ଗ୍ରହଣ ଉତ୍ସବକୁ ଯେଉଁ ଭିଭିଆଇପିମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା,ସେମାନଙ୍କ ମଧ୍ୟରେ ମହାରାଜ ମଧ୍ୟ ଥିଲେ । ତେବେ ଏହି ମହାରାଜ ନୁହନ୍ତି,ଆଶାରାମ ବାପୁ,ଗୁରମିତ ରାମ ରହିମ ସିଂହ,ରାମପା.ରାଧେ ମା,ନିର୍ମଳ ବାବା ଏମିତି ବହୁତ ଭଣ୍ଡ ତଥା ଆତ୍ମଘୋଷିତ ବାବା ଅଛନ୍ତି,ଯେଉଁମାନଙ୍କ ଅସଲ ମୁଖା ଖୋଲିଛି ଏବଂ ସେମାନଙ୍କ ଅନ୍ଦର ମହଲର କାରନାମା ସାମ୍ନାକୁ ଆସିଛି ।

hiranchal ad1
Leave A Reply

Your email address will not be published.

two × 3 =