ଛିନ୍ଦୱାଡ଼ା : ପଶୁପକ୍ଷୀମାନେ କଥା କହିପାରନ୍ତି ନାହିଁ । କିନ୍ତୁ ସେମାନଙ୍କ ପାଖରେ ଏଭଳି କିଛି ଐଶ୍ୱରିକ ଶକ୍ତି ରହିଛି,ଯାହା ବଳରେ ଅସମ୍ଭବକୁ ସମ୍ଭବ କରିପାରିଥାନ୍ତି । ସେମାନଙ୍କୁ ଭଗବାନ ଦେଇଥିବା ଏହି ଶକ୍ତିର ଝଲକ ଦେଖିଲେ ଯେକେହି ଆଶ୍ଚର୍ଯ୍ୟ ହେବେ । ନିକଟରେ ସେହିଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା ମଧ୍ୟ ପ୍ରଦେଶର ପେଞ୍ଚ ନାସନାଲ ପାର୍କରେ । ଏହି ପାର୍କରେ ପ୍ରାୟ ସବୁବେଳେ ପର୍ଯ୍ୟଟକଙ୍କ ଭିଡ଼ ଲାଗି ରହିଥାଏ । ପାର୍କ ଭିତରେ ଜଣେ ପର୍ଯ୍ୟଟକ ବୁଲୁଥିବା ବେଳେ ଏକ ହରିଣର ଡିଆଁ ଦେଖି ସେ ସ୍ତବ୍ଧ ହୋଇଯାଇଥିଲେ । ହରିଣଟି ପାଞ୍ଚଫୁଟ କି ଛଅ ଫୁଟ ନୁହେଁ,ଏକାଥରକେ ୩୦ ଫୁଟ ଲମ୍ବ ଡେଇଁଥିଲା । ଲମ୍ବ ୩୦ ଫୁଟକୁ ଉଚ୍ଚତା ମଧ୍ୟ ୩୦ ଫୁଟ । ଏବେ ଏହାର ଭିଡିଓ ବେଶ୍ ଭାଇରାଲ ହେବାରେ ଲାଗିଛି । ହରିଣମାନଙ୍କ ଠାରେ ଏକାଧିକ ବିଶେଷତ୍ୱ ରହିଛି । ହରିଣମାନେ ଘଣ୍ଟା ପ୍ରତି ୩୦ ମାଇଲ ଦୌଡ଼ି ପାରନ୍ତି । ସେହିପରି, ଏକ ସ୍କୁଲ ବସ୍ ଉଚ୍ଚତାରେ ମଧ୍ୟ ସେମାନଙ୍କର ଲମ୍ଫ ମାରିବାର ଶକ୍ତି ରହିଛି ।