ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ

0 94

ଭୁବନେଶ୍ୱର:ଦିନକୁ ଦିନ  କରୋନା ଗ୍ରାଫ ଉପର ମୁହାଁ ହେବାରେ ଲାଗିଛି । ଗତ କିଛି ଦିନ ହେବ ସଂକ୍ରମଣ ହୁ ହୁ ହୋଇ ବଢିବାରେ ଲାଗିଛି । ଗତ  ୨୪ଘଣ୍ଟାରେ ୧୦ହଜାର ୪୮୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୬୦୮୨ଜଣ ରହିଥିବାବେଳେ ୪୪୦୭ ସ୍ଥାନୀୟ ସଂକ୍ରମଣ ରହିଛି । ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୧୮ବର୍ଷରୁ କମ୍ ୯୮୨ଜଣ ଛୁଆ ଅଛନ୍ତି । ଯାହା ଚିନ୍ତାର କାରଣ ପାଲଟିଛି । 

hiring

ସୂଚନା ଓ ଲୋକ ସମ୍ପର୍କ ବିଭାଗର ରିପୋର୍ଟ ଅନୁସାରେ ଖୋର୍ଦ୍ଧାରୁ  ସର୍ବାଧିକ ୨ହଜାର ୯୩୪ , ଅନୁଗୁଳରୁ ୧୫୮, କଟକରୁ ୮୨୯, ବାଲେଶ୍ୱରରୁ ୪୩୩, ବରଗଡରୁ ୧୬୬, ଭଦ୍ରକରୁ ୧୧୮, ବଲାଙ୍ଗୀରରୁ ୨୩୮, ବୌଦ୍ଧରୁ ୮୫, ଦେବଗଡରୁ ୪୪, ଢେଙ୍କାନାଳରୁ ୭୦, ଗଜପତିରୁ ୧୦୯, ଗଞ୍ଜାମରୁ ୯୨, ଜଗତସିଂହପୁରରୁ ୨୦୭, ଯାଜପୁରରୁ ୧୯୫, ଝାରସୁଗୁଡାରୁ ୨୨୫, କଳାହାଣ୍ଡିରୁ୧୬୩, କନ୍ଧମାଳରୁ ୫୬, କେନ୍ଦ୍ରାପଡାରୁ ୯୦, କେନ୍ଦୁଝରରୁ ୧୦୫, କେରାପୁଟରୁ ୧୬୨, ମାଲକାନାଗିରିରୁ ୫୫, ମୟୂରଭଞ୍ଜରୁ ୩୮୩, ନବରଙ୍ଗପୁରରୁ ୧୫୯, ନୟାଗଡରୁ ୧୯୩, ନୂଆପଡାରୁ ୧୦୮, ପୁରୀରୁ ୧୯୮, ରାୟଗଡାରୁ ୨୫୩, ସମ୍ବଲପୁରରୁ ୩୮୭, ସୋନପୁରରୁ ୧୬୩, ସୁନ୍ଦରଗଡରୁ ୧୪୪୭ ଓ ରାଜ୍ୟପୁଲରୁ ୭୦୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । 
ବର୍ତ୍ତମାନ ସୁଦ୍ଧା ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧ଲକ୍ଷ ୪୪ହଜାର ୪୦୧କୁ ବୃଦ୍ଧି ପାଇଛି ।

hiranchal ad1
Leave A Reply

Your email address will not be published.

eight + eleven =