ଭୁବନେଶ୍ୱର : କଂଗ୍ରେସ ଦଳ ଆଗାମୀ ପୌର ପରିଷଦ ଓ ପଂଚାୟତ ନିର୍ବାଚନର ସୁପରିଚାଳନା ନିମନ୍ତେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ଏକ ରାଜ୍ୟସ୍ତରୀୟ ପୌର ପରିଷଦ ଓ ପଂଚାୟତ ନିର୍ବାଚନ ପରିଚାଳନା କମିଟି କରିଛନ୍ତି । ଏହି କମିଟି ନିର୍ବାଚନର ପରିଚାଳନା କରିବା ସହ ଆଗାମୀ ପୌର ପରିଷଦ ନିର୍ବାଚନ ନିମନ୍ତେ ମେୟର ପ୍ରାର୍ଥୀ ଏବଂ କାଉନସିଲର ପ୍ରାର୍ଥୀମାନଙ୍କର ଚୂଡ଼ାନ୍ତ ନାମ ତାଲିକା ପ୍ରଦେଶ କଂଗ୍ରେସ କମିଟି କାର୍ଯ୍ୟାଳୟରେ ଦାଖଲ କରିବାକୁ ଶ୍ରୀ ପଟ୍ଟନାୟକ ଅନୁରୋଧ କରିଛନ୍ତି । ସେହିପରି ଜିଲ୍ଲା କଂଗ୍ରେସ କମିଟି ସଭାପତିମାନେ ସେମାନଙ୍କ ଜିଲ୍ଲାରେ ଆଲୋଚନା କରି ମେୟରଙ୍କ ନାମ ସହ ସମସ୍ତ ପ୍ରାର୍ଥୀ ମାନଙ୍କର ନାମ ତାଲିକା ପ୍ରସ୍ତୁତ କରି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟକୁ ପଠାଇ ପାରିବେ । ଅଥବା ନିର୍ବାଚନ ପରିଚାଳନା କମିଟିର ଅଧ୍ୟକ୍ଷ ବା ଆବାହକଙ୍କ ନିକଟକୁ ମଧ୍ୟ ପଠାଇ ପାରିବେ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ଏହି ରାଜ୍ୟସ୍ତରୀୟ ନିର୍ବାଚନ କମିଟିରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଅଧ୍ୟକ୍ଷ ରହିଥିବା ବେଳେ ସର୍ବଶ୍ରୀ ଚିରଞ୍ଜିବ ବିଶ୍ୱାଳ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ଶରତ ପଟ୍ଟନାୟକ, ପଂଚାନନ କାନୁନଗୋ, ସୁରେଶ କୁମାର ରାଉତରାୟ, ତାରା ପ୍ରସାଦ ବାହିନୀପତି, ମହମ୍ମଦ ମୋକିମ, ସପ୍ତଗିରୀ ଉଲ୍ଲାକା, ସଂନ୍ତୋଷ ସିଂ ସାଲୁଜା, କିଶୋର ଚନ୍ଦ୍ର ପଟେଲ, ସୁରେଶ ମହାପାତ୍ର, ବିଜୟଲକ୍ଷ୍ମୀ ସାହୁ, ବନ୍ଦିତା ପରିଡ଼ା, ସ୍ମୃତି ରନ ଲେଙ୍କା, ସୟଦ ୟାସିର ନୱାଜ, ମାନସ ରନ ଚୌଧୁରୀ ଓ ଜାନକୀ ବଲ୍ଲଭ ପଟ୍ଟନାୟକ ପ୍ରମୁଖ ଏହି କମିଟିରେ ସଦସ୍ୟ ଭାବରେ ରହିଛନ୍ତି ଏବଂ ଯଜେ୍ଞଶ୍ୱର ବାବୁ ଆବାହକ ଭାବରେ ରହିଛନ୍ତି ବୋଲି ପିସିସି ପକ୍ଷରୁ ପ୍ରକାଶ ।