ଶନି ମନ୍ଦିରରୁ ଚୋରି

0 123

ଫୁଲବାଣୀ: ଫୁଲବାଣୀରେ ଦିନକୁ ଦିନ ଚୋରି ବୃଦ୍ଧି ପାଇବାକୁ ଲାଗିଛି । ଫୁଲବାଣୀର ମାଷ୍ଟ୍ରପଡ଼ା ନିକଟରେ ଥିବା ଶନି ମନ୍ଦିରରେ ହୁଣ୍ଡି ବାକ୍ସ ଚୋରି ହୋଇଥିବା ଅଭିଯୋଗ ଆସିଛି । ଯାହା ସୂଚନା ରହିଛି ଗତ ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଫୁଲବାଣୀ ସଦର ମହକୁମା ମାଷ୍ଟ୍ରପଡ଼ା ନିକଟରେ ଥିବା ଶନି ମନ୍ଦିରରେ ପଶି ଦାନ ହୁଣ୍ଡି ବାକ୍ସକୁ ମନ୍ଦିର ପରିସରରୁ ନେଇ ସେଥିରେ ଥିବା କିଛି ଦାନ ଅର୍ଥ ନେବା ସହ ହୁଣ୍ଡି ବାକ୍ସଟିକୁ ଗୋଟିଏ ଦୋକାନ ପଛ ପଟେ ପକାଇ ଚାଲିଯାଇଥିଲେ । ସକାଳୁ ମନ୍ଦିର ପୂଜକ ଆସି ଦେଖିବା ପରେ ଦାନ ହୁଣ୍ଡି ନଥିବାରୁ ଖୋଜିବାକୁ କହିଥିଲେ । ହୁଣ୍ଡି ବାକ୍ସଟି ଗୋଟଏ ଦୋକାନ ପଛ ପାଖରେ ପଡିଥିବା ଦେଖି ମନ୍ଦିର କମିଟିକୁ ଜଣାଇଥିଲେ । ମନ୍ଦିର କମିଟି ସଦସ୍ୟ ଏହି ସଂକ୍ରାନ୍ତରେ ଫୁଲବାଣୀ ଟାଉନ ପୁଲିସକୁ ଖବର୍‌ ଦେବା ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି । ଏଭଳି ଫୁଲବାଣୀରେ ବାରମ୍ବାର ଚୋରି ହେଉଥିଲେ ମଧ୍ୟ ପୁଲିସ ଚୋରକୁ ଧରି ପାରୁନଥିବାରୁ ସାଧାରଣ ଲୋକଙ୍କ ମନରେ ଅସନ୍ତୋଷ ଦେଖିବାକୁ ମିଳିଛି ।

hiranchal ad1
Leave A Reply

Your email address will not be published.

15 − one =