ଭୁବନେଶ୍ୱର : ପଂଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲର ଦ୍ୱିତୀୟ ଦିନରେ ୧୩,୩୫୬ ଜଣ ପ୍ରାର୍ଥୀ ନିଜର ନାମାଙ୍କନ ଦାଖଲ କରିଛନ୍ତି । ମଙ୍ଗଳବାର ଦିନ ଜିଲ୍ଲା ପରିଷଦ ପାଇଁ ମୋଟ ୪୨ ଜଣଙ୍କ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ସମିତି ସଭ୍ୟ ପାଇଁ ୧୦୩୪, ସରପଞ୍ଚ ପାଇଁ ୧୫୪୬ ଜଣଙ୍କ ନାମାଙ୍କନ ଦାଖଲ କରିଛନ୍ତି । ସେହିପରି ୱାର୍ଡ ମେମ୍ବର ପାଇଁ ଦ୍ୱିତୀୟ ଦିନରେ ୧୦୭୩୪ଟି ନାମାଙ୍କନ ଦାଖଲ କରାଯାଇଛି । ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି । ପ୍ରଥମ ଦିନରେ ୮୭୭୨ଜଣ ପ୍ରାର୍ଥୀ ବିଭିନ୍ନ ପଦବୀ ପାଇଁ ନିଜର ପ୍ରାର୍ଥୀପତ୍ର ଦାଖଲ କରିଥିଲେ ।
ଉଲ୍ଲେଖନୀୟ ଯେ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ନିର୍ଧାରିତ କାର୍ଯ୍ୟ ସୂଚୀ ଅନୁଯାୟୀ ପଂଚାୟତ ନିର୍ବାଚନ ଲାଗି ସୋମବାରଠାରୁ ପ୍ରାର୍ôଥପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ପ୍ରକ୍ରିୟା ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ । କାର୍ଯ୍ୟସୂଚୀ ଅନୁଯାୟୀ ୨୨ ତାରିଖରେ ପ୍ରାର୍ôଥପତ୍ରଗୁଡ଼ିକ ଯାଂଚ୍ ହେବ । ଆଗ୍ରହୀ ପ୍ରାର୍ଥୀମାନେ ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିପାରିବେ । ୨୫ ତାରିଖ ଅପରାହ୍ଣରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ୱାର୍ଡ ମେମ୍ବର, ସରପଂଚ ଓ ସମିତି ସଭ୍ୟ ପାଇଁ ବ୍ଲକ୍ କାର୍ଯ୍ୟାଳୟରେ ଏବଂ ଜିଲ୍ଲା ପରିଷଦ ସଭ୍ୟମାନେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥୀପତ୍ର ଦାଖଲ କରିବେ ।
Sign in
Sign in
Recover your password.
A password will be e-mailed to you.
Prev Post