ବେଆଇନ ଧାନ ଚାଲାଣ କରୁଥିବା ଟ୍ରକକୁ ଜବତ କଲା ଜିଲ୍ଲା ପ୍ରଶାସନ

0 247

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାରେ ଧାନ କଳାବଜାରୀ ଏବଂ ବେଆଇନ ଚାଲାଣ କୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ସମୁଚିତ ପଦକ୍ଷେପ ନେଉଛି । ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେଙ୍କ ନିର୍ଦ୍ଦେଶ କ୍ରମେ ପ୍ରତି ବ୍ଲକ ଏବଂ ତହସିଲ ଅଂଚଳରେ ସ୍ୱତନ୍ତ୍ର ସ୍କ୍ୱାଡମାନ ଗଠିତ ହୋଇଛି । ଏହି କ୍ରମରେ ଗତକାଲି ରାତି ରେ ରାମପୁର ତହସିଲଦାର ପୁରୁଷୋତ୍ତମ ମିର୍ଦ୍ଧାଙ୍କ ନେତୃତ୍ୱରେ ଡୁଙ୍ଗୁରିପାଲି ଆଞ୍ଚଳିକ ବଜାର କମିଟିର ସମ୍ପାଦକ ଉଦିତ କୁମାର ବାବୁ ଏବଂ ସହକର୍ମୀ ମାନଙ୍କୁ ନେଇ ଏକ ସ୍କ୍ୱାଡ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ରାମପୁର ଡୁଙ୍ଗୁରିପାଲି ରାସ୍ତାର ପିପିଲିପାଲି ଠାରେ ଓଡି ୧୫ ବି ୪୭୫୯ ନମ୍ବର ଥିବା ଧାନ ବୋଝେଇ ଟ୍ରକକୁ ଯାଞ୍ଚ କରିଥିଲେ । ଏହି ଟ୍ରକ ରେ ୧୨୦.୩୦ କୁଇଣ୍ଟାଲ ଓଜନର ୩୩୬ ବସ୍ତା ଧାନ ବୌଦ୍ଧ ଜିଲ୍ଲାର କଣ୍ଟାମାଳ ଅଂଚଳରୁ କୌଣସି ଏକ ନିର୍ଦ୍ଧିଷ୍ଟ ସ୍ଥାନକୁ ଚାଲାଣ ହେଉଥିଲା । ଡ୍ରାଇଭର ଗୋବିନ୍ଦ ଗିରିକୁ ଧାନ ଚାଲାଣ ସମ୍ବଦ୍ଧିୟ କାଗଜ ପତ୍ର ଯାଞ୍ଚ କରିବା ପାଇଁ ମାଗିବାରୁ ସେ ତାହା ଦେଖାଇ ପାରି ନ ଥିଲା । ସେଥିପାଇଁ ଏହି ଧାନକୁ ବେନିୟମ ଭାବରେ ଅନ୍ୟତ୍ର ନିଆଯାଉଥିବାର ସନ୍ଦେହ ଦୃଢ଼ୀଭୂତ ହୋଇଥିଲା ଏବଂ ନିୟମ ମୁତାବକ ଡୁଙ୍ଗୁରିପାଲି ଯୋଗାଣ ନିରୀକ୍ଷକଙ୍କୁ ଏହି ବ୍ୟାଜାପ୍ତ ଧାନକୁ ହସ୍ତାନ୍ତର କରାଯାଇ ବ୍ୟାଜାପ୍ତ ଚୋରା ଧାନକୁ ଡୁଙ୍ଗୁରିପାଲିର ଉମାଶଙ୍କର ରାଇସମିଲରେ ଜିମାରେ ରଖାଯାଇଛି ବୋଲି ତହସିଲଦାର ରାମପୁର ଶ୍ରୀ ମିର୍ଦ୍ଧା ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

three + 5 =