ସାଧାରଣତନ୍ତ୍ର ଦିବସ ପାଇଁ ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ

0 219

ବୌଦ୍ଧ,୧୯/୧- ୭୩ ତମ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଆଜି ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି । ଗତ ବର୍ଷ ପରି ଚଳିତବର୍ଷ ମଧ୍ୟ କୋଭିଡ କଟକଣାକୁ ଦୃଷ୍ଟିରେ ରଖି ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ କରାଯିବାକୁ ସ୍ଥିରୀକୃତ ହୋଇଛି । ଏହି ଉପଲକ୍ଷେ ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ କଟକଣାରେ ସାଧାରଣତନ୍ତ୍ର ଦିବସ ପାଳନ ବିଷୟରେ ଆଲୋଚନା ହୋଇଛି । ରାଜ୍ୟ ସରକାରଙ୍କ କୋଭିଡ ନିୟମାବଳୀ ଅନୁଯାୟୀ ସାଧାରଣତନ୍ତ୍ର ଦିବସ ସମାରୋହ ସ୍ଥାନୀୟ କଚେରୀ ପଡିଆଠାରେ ଅନୁଷ୍ଠିତ ହେବ । ଏଥିରେ କେବଳ ପୋଲିସ ବାହିନୀ ଅଂଶଗ୍ରହଣ କରିବେ । କୌଣସି ବିଦ୍ୟାଳୟ, ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବେ ନାହିଁ । ସେହିପରି ଉତ୍ସବସ୍ଥଳରେ ଜନସମାଗମଙ୍କୁ ମଧ୍ୟ ସମ୍ପୂର୍ଣରୂପେ ବାରଣ କରାଯାଇଛି । କେବଳ ସୀମିତ ସଂଖ୍ୟକ କୋଭିଡ ଯୋଦ୍ଧାଙ୍କୁ ଆମନ୍ତ୍ରଣ କରାଯିବ । ସକାଳ ଘ.୮.୩୦ମି ସମୟରେ ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ କରାଯିବ । ପ୍ରାତଃ ଘ.୪.୩୦ମି. ସମୟରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ତରଫରୁ ରାମଧୂନ, ସକାଳ ଘ.୭ ରୁ ଘ.୭.୩୦ ମି. ମଧ୍ୟରେ ସମସ୍ତ ସରକାରୀ ଅଫିସ, ବେସରକାରୀ ଅନୁଷ୍ଠାନ ମାନଙ୍କରେ ଜାତୀୟ ପତାକା ଉତ୍ତୋଳନ କରାଯିବ । ପରେ ପରେ ବୌଦ୍ଧ ସହରର ବିଭିନ୍ନ ଛକରେ ଅବସ୍ଥାପିତ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ପ୍ରଶାସନ ପକ୍ଷରୁ ପୁଷ୍ପମାଲ୍ୟ ଅର୍ପଣ କରାଯିବ । ସେହିପରି ଜିଲ୍ଲାର ସମସ୍ତ ବ୍ଲକ ଏବଂ ପଞ୍ଚାୟତରେ ଉକ୍ତ ଦିନ କୋଭିଡ କଟକଣାରେ ସକାଳ ଘ.୮.୩୦ ମି ସମୟରେ ଜାତୀୟ ପତାକା ଉତ୍ତୋଳନ କରିବା ପାଇଁ ପରାମର୍ଶ ଦିଆଯାଇଛି । ଏହି ପ୍ରସ୍ତୁତି ବୈଠକରେ ଉପ-ଜିଲ୍ଲାପାଳ ସନତ କୁମାର ନାଏକ, ନିଜାରତ ଅଫିସର ବି.କେ. ପ୍ରଧାନ, ଏନ.ଏ. ସି କାର୍ଯ୍ୟନିର୍ବାହୀ ଅଧିକାରୀ ଇଂ. ମନୋରଞ୍ଜନ ପଣ୍ଡା, ରିଜର୍ଭ ଇନ୍ସପେକ୍ଟର ମଧୁସୂଦନ ମହାପାତ୍ର, ଅଫିସର ଇନଚାର୍ଜ(ଅଗ୍ନିଶମ) ସୁଶୀଲ କୁମାର ମଲ୍ଲିକ, ଷ୍ଟେନୋ ଗୌରୀ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିଆରସିଂହ ସ୍ୱାଗତ ଭାଷଣ ସହ ସଭା ସଂଯୋଜନା ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

9 − four =