ନବରଙ୍ଗପୁର : ରାଜ୍ୟରେ ହେବାକୁ ଥିବା ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ୨୦୨୨ ନିମନ୍ତେ ନବରଙ୍ଗପୁର ଜିଲ୍ଲାରେ ଜିଲ୍ଲା ପରିଷଦ ସଭ୍ୟ ପାଇଁ ନାମାଙ୍କନ ପତ୍ର ଦାଖଲର ତୃତୀୟ ଦିନରେ ନବରଙ୍ଗପୁର ଜିଲ୍ଲା କଂଗ୍ରେସ ଭବନ ଚଳଚଞ୍ଚଳ ଥିବା ଦେଖିବାକୁ ମିଳିଥିଲା । ଦ୍ୱିତୀୟ ଦିନ ସୁଦ୍ଧା ମୋଟ ୨ଜଣ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ଆଜି ତୃତୀୟ ଦିନରେ ୬ଜଣ ଆଶାୟୀ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିଲେ । ସେଥିମଧ୍ୟରୁ କୋଷାଗୁମୁଡ଼ା ବ୍ଲକର ଜୋନ ୧ ତରଫରୁ ଶ୍ରୀମତୀ କନକ ପୂଜାରୀ, ଜୋନ ୨ ରୁ ଶ୍ରୀମତୀ ଚଞ୍ଚଳା ମାଝୀ, ଜୋନ ୩ରୁ କୋଷାଗୁମୁଡ଼ା ବ୍ଲକ ଚୈର ମ୍ୟାନ ଶ୍ରୀମତୀ ଗୀତାମଣୀ ସମରଥ ନିଜ ନିଜ ସମର୍ଥକଙ୍କୁ ସାଥିରେ ନେଇ ନାମାଙ୍କନ ପତ୍ର ଦାଖଲ କରିଥିଲେ । ସେହିପରି ନନ୍ଦାହାଣ୍ଡି ବ୍ଲକ୍ ଜୋନ ୨ ନିମନ୍ତେ ପୂର୍ବତନ ସମିତି ସଭ୍ୟ ଜି.ଲକ୍ଷ୍ମଣ ରାଓ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ତେନ୍ତୁଳି ଖୁଣ୍ଟି ଜୋନ ୨ ନିମନ୍ତେ ପୂର୍ବତନ ଲ୍ୟାମ୍ପ୍ ଏମ ଡି ବସନ୍ତ ପାଣିଗ୍ରାହୀ ନାମାଙ୍କନ ପତ୍ର ଦାଖଲ କରିଥିଲେ,ସେଭଳି ଡାବୁଗାଁ ବ୍ଲକ୍ ଜୋନ ୧ ପାଇଁ କମଳୁ ଭତରା ନାମାଙ୍କନ ପତ୍ର ଦାଖଲ କରିଥିଲେ ।
ପ୍ରଥମେ ସମସ୍ତ ସଭ୍ୟ ଜିଲ୍ଲା କଂଗ୍ରେସ କାର୍ଯ୍ୟଳୟଠାରେ ଉପସ୍ଥିତ ରହି ନାମାଙ୍କନ ପତ୍ର ନିମନ୍ତେ ସମସ୍ତ ପ୍ରକ୍ରିୟା ସମାପ୍ତ କରି ନବରଙ୍ଗପୁର ଅଧିଷ୍ଠାତ୍ରୀ ଦେବୀ ମାଁ ଭଣ୍ଡାର ଘରଣୀଙ୍କ କୃପା ସାନିଧ୍ୟ ନିମନ୍ତେ ମନ୍ଦିର ନିକଟକୁ ଯାଇ ପ୍ରଣାମ କରି ନିକଟ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଯାଇଥିଲେ । ଆଜି ମୋଟ ୬ ଗୋଟି ନାମାଙ୍କନ ପତ୍ର ଦାଖଲ ସହ ସର୍ବମୋଟ ଦଳ ତରଫରୁ ତୃତୀୟ ଦିନ ସୁଦ୍ଧା ଜିଲ୍ଲା ପରିଷଦ ସଭ୍ୟ ନିମନ୍ତେ ମୋଟ ନାମାଙ୍କନ ସଂଖ୍ୟା ୮(ଆଠ) ରେ ପହଞ୍ଚି ଥିଲା । ନାମାଙ୍କନ ପତ୍ର ଦାଖଲ ସମୟରେ ଜିଲ୍ଲା କଂଗ୍ରେସ ସଭାପତି ମୁନା ତ୍ରୀପାଠୀ, ପିସିସି ସଭ୍ୟ ତଥା ଜିଲ୍ଲା କଂଗ୍ରେସ ଉପସଭାପତି ଧରମ ସିଂ, ଦିଲ୍ଲିପ କୁମାର ବେହେରା, ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଉପନଗରପାଳ ବର୍ତ୍ତମାନ ଜିଲ୍ଲା କଂଗ୍ରେସ ଉପ ସଭାପତି ସୁବାସ ଚନ୍ଦ୍ର ସୁର, ବରିଷ୍ଠ ନେତା କୁସିୟା ମାଝୀ,ରାଜ୍ୟ ଯୁବ କଂଗ୍ରେସ ସମ୍ପାଦକ ଦ୍ୱାରିକା ମହାପାତ୍ର, ଯୁବ କଂଗ୍ରେସ ଉପ ସଭାପତି ବାବୁଲି ବାଘ, ପୂର୍ବତନ ଡାବୁଗାଁ ଜୋନ ସଭାପତି ଚିତ୍ତରଞ୍ଜନ ଗୌଡ଼, ତେନ୍ତୁଳିଖୁଣ୍ଟି ବ୍ଲକ କଂଗ୍ରେସ ସଭାପତି ପ୍ରହଲ୍ଲାଦ ହିୟାଲ୍, ଅଜୟ ହିୟାଲ, ସୁନିଲ ସିଂ, ଶ୍ରୀମତୀ କାମିନୀ ହରିଜନ, ନନ୍ଦାହାଣ୍ଡି ବ୍ଲକ୍ କଂଗ୍ରେସ ସଭାପତି ବୃନ୍ଦାବନ ତ୍ରୀପାଠୀ, ନଗର କଂଗ୍ରେସ ସଭାପତି ଭୀମ ହରିଜନ, ଜିଲ୍ଲା କଂଗ୍ରେସ କମିଟି ସାଧାରଣ ସମ୍ପାଦକ କୁନା ନିଙ୍ଗି, ପ୍ରଦୀପ ସାହୁ, ତାଜ ଇମ୍ରାନ ସାରିଫ୍, ବାସୁଦେବ ପଟ୍ଟନାୟକ, ସୋସିଆଲ ମିଡ଼ିଆ ସେଲ ସୁରଜ୍ ଲାଲ ପ୍ରମୁଖଙ୍କ ସହ ଅନ୍ୟାନ୍ୟ ଅନେକ ନେତା କୋଭିଡ୍ ନିୟମ ପ୍ରକାରେ ଉପସ୍ଥିତ ରହି ନାମାଙ୍କନ ପତ୍ର ଦାଖଲରେ ଆଶାୟୀ ପ୍ରାର୍ଥୀ ମାନଙ୍କୁ ଉତ୍ସାହିତ କରୁଥିବା ଦେଖିବାକୁ ମିଳିଥିଲା ।